ଶିକ୍ଷାନୁଷ୍ଠାନର ୫କି.ମି. ମଧ୍ୟରେ ହେବ ଡିଇଏଲ୍‌ଇଡି ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ ଡିଇଏଲ୍‌ଇଡି (ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ) ପରୀକ୍ଷାର୍ଥୀମାନେ ବାସସ୍ଥାନରୁ ଦୂରରେ ରହି ପରୀକ୍ଷା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସେମାନେ ପାଠ ପଢ଼ୁଥିବା ଡିଆଇଇଟି/ଇଟିଇଆଇ/ଡିଆର୍‌ସି ଆଦି ଶିକ୍ଷା ପ୍ରତିଷ୍ଠାନ ସେମାନଙ୍କ ଘରଠାରୁ ବହୁ ଦୂରରେ ହୋଇଥିବାରୁ ପରୀକ୍ଷା ସମୟରେ ରହିବା ସମସ୍ୟାକୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। କେତେଜଣ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବୈଠକ ବସିଥିଲା। ଚଳିତ ବର୍ଷର ଡିଇଏଲ୍‌ଇଡିର ପରୀକ୍ଷା ସେଣ୍ଟରଗୁଡ଼ିକ ପ୍ରତି ଶିକ୍ଷା ପ୍ରତିଷ୍ଠାନର ୫ କି.ମି. ମଧ୍ୟରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷାର୍ଥୀମାନେ ପାଠ ପଢ଼ୁଥିବା ନିଜ ଡିଆଇଇଟି/ଇଟିଇଆଇ/ଡିଆର୍‌ସିରେ ଯଥାସମ୍ଭବ ରହିବାର ବ୍ୟବସ୍ଥା କରାଯିବ। ଯେଉଁ ପରୀକ୍ଷାର୍ଥୀମାନେ ଏହି ରହଣି ସୁବିଧା ଉପଲବ୍ଧ କରିବାକୁ ଚାହୁଁ ନ ଥିବେ, ସେମାନେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରଗୁଡ଼ିକ ମଧ୍ୟରୁ କେଉଁଠି ସୁବିଧାରେ ପରୀକ୍ଷା ଦେଇପାରିବେ ସେ ବିଷୟରେ ନିଜ ଶିକ୍ଷାନୁଷ୍ଠାନ ମାଧ୍ୟମରେ ଜଣାଇଲେ ସେଥିପାଇଁ ଅନୁମତି ଦିଆଯିବା ସହ ଆବଶ୍ୟକ ବ୍ୟବସ୍ଥା ହେବ। ଆସନ୍ତା ୧୮ ତାରିଖ ସୁଦ୍ଧା ପରୀକ୍ଷାକେନ୍ଦ୍ର ଚୟନ ନେଇ ଛାତ୍ରୀଛାତ୍ରମାନେ ଅପ୍‌ସନ ରଖିପାରିବେ। ଏ ନେଇ ବୋର୍ଡ ତରଫରୁ ଯଥାଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଥର୍ମାଲ ସ୍କ୍ରିନିଂ ସହିତ ସାନିଟାଇଜେଶନର ବ୍ୟବସ୍ଥା କରାଯାଇ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ। ଆବଶ୍ୟକ ହେଲେ ପରୀକ୍ଷା ସୂଚୀରେ ସାମୟିକ ପରିବର୍ତ୍ତନ କରାଯାଇପାରେ।
ନଭେମ୍ବର ୪ରୁ ଏହି ପରୀକ୍ଷା ଆରମ୍ଭ ହେବ ଓ ପ୍ରାୟ ୧୩,୫୦୦ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ପରୀକ୍ଷାକୁ ଅଫ୍‌ଲାଇନରେ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଅଖିଳ ଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶା ଡିଏଲ୍‌ଏଡ୍‌ ଛାତ୍ରସଂଘ ଏହାର ତୀବ୍ର ବିରୋଧ କରିଥିଲା। ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସୋମବାର ପ୍ରତିବାଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri