ଆନ୍ତରିକତାହୀନ ମିଶନ

ଦୈନନ୍ଦିନ ଖାଦ୍ୟ ପାଇଁ ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିଲେ ମଧ୍ୟ ଓଡ଼ିଶାରେ ଚାହିଦା ମୁତାବକ ଉତ୍ପାଦନ ହୋଇ ପାରୁନାହିଁ। ଫଳରେ ୮୦ ପ୍ରତିଶତ ଆଳୁ ବାହାର ରାଜ୍ୟରୁ ଭରଣା ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କୁ ଚଢ଼ା ଦର ଦେବାକୁ ପଡ଼ୁଛି। ସରକାର ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏଥିରେ ଆନ୍ତରିକତା ନ ଥିବା ଭଳି ମନେ ହେଉଛି।

ଯାଜପୁର ଅଫିସ୍‌,୧୩।୧୦: ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ସର୍ଭେ ଅନୁଯାୟୀ ଓଡ଼ିଶାରେ ବାର୍ଷିକ ୧୦.୨୧ ଲକ୍ଷ ମେଟ୍ରିକଟନ (ଏମ୍‌ଟି) ଆଳୁ ଆବଶ୍ୟକ। କିନ୍ତୁ ଏହାର ମାତ୍ର ୨୦ ପ୍ରତିଶତ ଆଳୁ ଓଡ଼ିଶାରେ ଉପତ୍ାଦନ ହୋଇପାରୁଛି। ରାଜ୍ୟରେ ପ୍ରାୟ ୧୫ ହଜାର ହେକ୍ଟର ଜମିରେ ବାର୍ଷିକ ୨ରୁ ୨.୫ ଲକ୍ଷ ଏମ୍‌ଟି ଆଳୁ ଉପତ୍ାଦନ ହୋଇଥାଏ। ହେକ୍ଟର ପିଛା ଦେଖିଲେ ଭାରତରେ ୨୨.୭୬ ଏମ୍‌ଟି ଏବଂ ଓଡ଼ିଶାରେ ୧୬.୪୮ ଏମ୍‌ଟି ଆଳୁ ଉପତ୍ାଦନ ହେଉଛି। ତେଣୁ ଓଡ଼ିଶାବାସୀ ପ୍ରାୟ ୮୦% ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ନିଅଣ୍ଟିଆ ଆଳୁ ଚାଷ ସହ ଆବଶ୍ୟକ ଶୀତଳଭଣ୍ଡାରର ଅଭାବ ଯୋଗୁ ସମ୍ପ୍ରତି କିଲୋପ୍ରତି ୧୫ ଟଙ୍କା ସ୍ଥଳେ ପ୍ରାୟ ୩୫ ଟଙ୍କାରେ ଆଳୁ କିଣି ରାଜ୍ୟବାସୀ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଆତ୍ମନିର୍ଭର ହୋଇ ଆଳୁ ଅଭାବକୁ ଦୂର କରିବା ପାଇଁ ୨୦୧୫ରେ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ଆଳୁ ମିଶନ ଏବଂ ଶୀତଳ ଭଣ୍ଡାର ନିର୍ମାଣ ଯୋଜନା ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି। ୫ ବର୍ଷରେ ପ୍ରସ୍ତାବିତ ୧୧୨ ଶୀତଳଭଣ୍ଡାର ମଧ୍ୟରୁ ମାତ୍ର ୨୨ଟି ନିର୍ମାଣ ହୋଇଥିବାବେଳେ ରିହାତି ଅର୍ଥ ପ୍ରଦାନ ମଧ୍ୟ ସନ୍ତୋଷଜନକ ହୋଇପାରିନାହିଁ।
ଆଳୁ ଉପତ୍ାଦନ ବୃଦ୍ଧି ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୨୦୧୪ ଡିସେମ୍ବର ୨୭ରେ ଏକ ଟାସ୍କଫୋର୍ସ ଗଠନ ହୋଇଥିଲା। ଏହାପରେ ଉକ୍ତ ଟାସ୍କଫୋର୍ସ ଆସନ୍ତା ୩ ବର୍ଷ ପାଇଁ ଆଳୁ ଉପତ୍ାଦନ, ଭଣ୍ଡାରଣ ଏବଂ ଯୋଗାଣ ପାଇଁ ବିଭିନ୍ନ ସୁପାରିସ କରିଥିଲା। ଏହିକ୍ରମରେ ରାଜ୍ୟ ସରକାର ଏକ ନୂତନ ଯୋଜନା ‘ରାଜ୍ୟ ଆଳୁ ମିଶନ’ କାର୍ଯ୍ୟକାରୀ କରିଥିଲେ। ଏଥିରେ ଆଳୁ ଉପତ୍ାଦନ ବୃଦ୍ଧି, ବଜାର ସୁବିଧା, ଶୀତଳଭଣ୍ଡାର କ୍ଷମତା ବୃଦ୍ଧି, ରାଜ୍ୟରେ ଆଳୁ ବିହନ ଉପତ୍ାଦନ, ଚାଷ ଓ ଭଣ୍ଡାରଣ ପାଇଁ କ୍ରେଡିଟ୍‌ ଲିଙ୍କେଜ୍‌, ଆଳୁ ଚାଷୀ ସଂଘ ଗଠନ ଇତ୍ୟାଦି ବିଷୟ ରହିଥିଲା। ଏଥିପାଇଁ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟରେ ୫,୬୦,୦୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ୧୧୨ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଡମ୍ବନା ଯେ, ୧,୦୦,୬୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ମାତ୍ର ୨୨ଟି ଶୀତଳଭଣ୍ଡାର ନିର୍ମାଣ ହୋଇଛି। ଏଥିମଧ୍ୟରେ ସମ୍ବଲପୁର ଜିଲାର ୪, ଖୋର୍ଦ୍ଧାର ୩, ସୁନ୍ଦରଗଡ଼ର ୩, ବାଲେଶ୍ୱରର ୨, ଯାଜପୁର, ଝାରସୁଗୁଡ଼ା, ଅନୁଗୋଳ, ଭଦ୍ରକ, ଗଞ୍ଜାମ, ପୁରୀ, ବଲାଙ୍ଗୀର, କୋରାପୁଟ, କଟକ, ନବରଙ୍ଗପୁରରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ରହିଛି। ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଶୀତଳଭଣ୍ଡାରଗୁଡ଼ିକର ମାଲିକଙ୍କୁ ୨ଟି ପର୍ଯ୍ୟାୟରେ ୨୬୬୮.୮୦ ଲକ୍ଷ ଏବଂ ୧୪୧୩.୬୦ ଲକ୍ଷ ଟଙ୍କା ରିହାତି ଦିଆଯାଇଛି। ହେଲେ ୫ ବର୍ଷରେ ଧାର୍ଯ୍ୟ ୧୧୨ଟି ଶୀତଳଭଣ୍ଡାର ସମ୍ପୂର୍ଣ୍ଣ ହୋଇ ନ ପାରିବା ପଛରେ ସରକାର ୪ଟି କାରଣକୁ ଦାୟୀ କରିଛନ୍ତି। ତାହାହେଲା ବହୁ ଅଧିକ ପରିଚାଳନା ଖର୍ଚ୍ଚ, ପ୍ରାରମ୍ଭିକ ନିର୍ମାଣରେ ଅତ୍ୟଧିକ ଖର୍ଚ୍ଚ, ରାଜ୍ୟରେ ଦୀର୍ଘମିଆଦୀ ସଂରକ୍ଷଣ ହେଉଥିବା ପନିପରିବାର ଉପତ୍ାଦନ କମ୍‌ ଏବଂ ବ୍ୟାଙ୍କଗୁଡ଼ିକର ଅସହଯୋଗ। ଏଭଳିସ୍ଥିତିରେ ଓଡ଼ିଶା ଷ୍ଟେଟ୍‌ ଏଗ୍ରିକଲଚର ମାର୍କେଟିଂ(ଓଏସ୍‌ଏଏମ୍‌) ବୋର୍ଡ ଗତ ଅଗଷ୍ଟ ୧୮ରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟକୁ ଶୀତଳଭଣ୍ଡାର ନିର୍ମାଣ ପାଇଁ ଆବଣ୍ଟିତ ରିହାତି ଅର୍ଥ ବାବଦକୁ ୨୧ କୋଟି ୭୨ ଲକ୍ଷ ଟଙ୍କା ଫେରାଇ ଦେଇଛି। ଶୀତଳଭଣ୍ଡାର ପାଇଁ ୧୩୩ କୋଟି ୧୫ ଲକ୍ଷ ଟଙ୍କା ଅଟକଳ ହୋଇଥିଲା ବେଳେ ୫୯ କୋଟି ୩୫ ଲକ୍ଷ ଟଙ୍କା ମିଳିଥିଲା। ୨୦୧୮-୧୯ ବର୍ଷରେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାରରେ ରାଜ୍ୟ ବାହାରୁ ଆମଦାନୀ ୭୨,୦୪୦ ଏମ୍‌ଟି ଆଳୁ, ରାଜ୍ୟର ଉପତ୍ାଦିତ ୧୬,୨୬୦ ଏମ୍‌ଟି ଆଳୁ, ୧୩,୭୫୦ ଏମ୍‌ଟି ଫଳ ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀ ୧୦,୯୮୩୦ ଏମ୍‌ଟି ସଂରକ୍ଷଣ କରାଯାଇଥିଲା ବୋଲି ସରକାରୀ ଭାବେ କୁହାଯାଇଛି, ଯାହାକି ସମୁଦାୟ ଶୀତଳଭଣ୍ଡାର କ୍ଷମତାର ମାତ୍ର ୪୭ ପ୍ରତିଶତ। ଏଥିରୁ ରାଜ୍ୟରେ ଆଳୁ ଉପତ୍ାଦନ ପରିମାଣ କେତେ କମ୍‌ ତାହା ସହଜେ ଅନୁମେୟ।
ରାଜ୍ୟ ଆଳୁ ମିଶନ ଯୋଜନାରେ ଯାଜପୁର ଜିଲାରେ ବଂଶୀଧର ନଁାରେ ଗୋଟିଏ ମାତ୍ର ଶୀତଳଭଣ୍ଡାର ନିର୍ମାଣ ହୋଇଛି। ପାଣିକୋଇଲିଠାରେ ଆଉ ଏକ ଶୀତଳଭଣ୍ଡାର ନିର୍ମାଣାଧୀନ ରହିଛି। ଜିଲାରେ ୧୮ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଥିବାବେଳେ ୧୦ ହେକ୍ଟର ଜମିରେ ମାତ୍ର ୧୫୦ କୁଇଣ୍ଟାଲ ଆଳୁ ଉପତ୍ାଦନ କରିବାକୁ ଚଳିତବର୍ଷ ଧାର୍ଯ୍ୟ ହୋଇଛି। ଏଥିଯୋଗୁ ଆଳୁ ଦର ଆକାଶଛୁଆଁ ହେଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ ବିଭାଗ ଅତିରିକ୍ତ ଉପନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ରାଜ୍ୟ ଆଳୁ ମିଶନ ଯୋଜନାରେ ଶୀତଳଭଣ୍ଡାର ପାଇଁ ବିଦ୍ୟୁତ୍‌ ଖର୍ଚ୍ଚ ବାବଦକୁ ୧ମ ଓ ୨ୟ ବର୍ଷରେ ୫୦ ପ୍ରତିଶତ, ୩ୟ ଓ ୪ର୍ଥ ବର୍ଷ ପାଇଁ ୩୦ ପ୍ରତିଶତ ଏବଂ ୫ମ ଓ ୬ଷ୍ଠ ବର୍ଷ ପାଇଁ ୨୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ବ୍ୟାଙ୍କର ଅସହଯୋଗ ଯୋଗୁ ପାଣିକୋଇଲି ଶୀତଳ ଭଣ୍ଡାର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଚଳିତବର୍ଷ ଆଳୁ ଉପତ୍ାଦନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଧର୍ମଶାଳା ଓ ରସୁଲପୁର ବ୍ଲକର ଚାଷୀଙ୍କ ସହ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri