Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌: ସ୍ବିଟେକଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‌

ପ୍ୟାରିସ୍‌,୧୧।୧୦(ଏପି): ପୋଲାଣ୍ଡ ଟିନ୍‌ଏଜର ଇଗା ସ୍ବିଟେକ ଏଥର ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଅଣସିଡ୍‌ ସ୍ବିଟେକ ଆମେରିକାର ଚତୁର୍ଥ ସିଡ୍‌ ଖେଳାଳି ସୋଫିଆ କେନିନଙ୍କୁ ପରାସ୍ତ କରି ପ୍ରଥମ ପୋଲାଣ୍ଡ ଖେଳାଳିଭାବେ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ରେକର୍ଡ କରିଛନ୍ତି। ଶନିବାର ଫିଲିପ୍‌ ଚାଟ୍ରିଏର କୋର୍ଟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ୧୯ ବର୍ଷୀୟ ସ୍ବିଟେକ ୬-୪, ୬-୧ ସେଟ୍‌ରେ ବିଜୟୀ ହୋଇ ବାଜି ମାରିଛନ୍ତି। କ୍ଲେ କୋର୍ଟରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ସେ ଗୋଟିଏ ହେଲେ ବି ସେଟ୍‌ ଡ୍ରପ୍‌ କରି ନ ଥିଲେ। ମନିକା ସେଲେସଙ୍କ ପରେ ସେ ସର୍ବକନିଷ୍ଠ ବିଜେତା ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ସେଲେସ ୧୯୯୨ରେ ସର୍ବକନିଷ୍ଠ ଖେଳାଳି ଭାବେ ଫ୍ରେଞ୍ଚ୍‌ ଓପନ୍‌ ଚାମ୍ପିୟନ ହୋଇଥିଲେ। ଲୋଏଷ୍ଟ ର଼୍ୟାଙ୍କ (୫୪ ନମ୍ବର) ଖେଳାଳିଭାବେ ବିଜୟୀ ହୋଇ ସେ ରେକର୍ଡ କରିଛନ୍ତି।
ଦୁଇବର୍ଷ ତଳେ ସ୍ବିଟେକ ଓ୍ବିମ୍ବେଲଡନ ଜୁନିୟର ଟାଇଟଲ ହାସଲ କରିଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫୪ତମ ସ୍ଥାନରେ ରହି ଗ୍ରାଣ୍ଡସ୍ଲାମ ଜିତି ସେ ରେକର୍ଡ କରିଛନ୍ତି। ନିଜ ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି। ଅପରପକ୍ଷରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ଜିତିଥିବା ୨୧ ବର୍ଷୀୟ ସୋଫିଆ କେନିନ୍‌ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ଲକ୍ଷ୍ୟରେ ଥିଲେ ମଧ୍ୟ ତାଙ୍କୁ ଶେଷରେ ନିରାଶ ହେବାକୁ ପଡିଛି। ପୂର୍ବରୁ ସ୍ବିଟେକ୍‌ ସେମିଫାଇନାଲରେ ଆର୍ଜେଣ୍ଟିନାର ନାଡିଆ ପୋଡୋରୋସ୍କାଙ୍କୁ ୬-୨, ୬-୧ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି କେନିନ ସେମିରେ ୬-୪, ୭-୫ ସେଟ୍‌ରେ ଚେକ ଗଣରାଜ୍ୟର ପେଟ୍ରା ଭିଟୋଭାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri