ଏମ୍‌ଏସ୍‌ପି ଚାଷୀଙ୍କ ଆଇନଗତ ଅଧିକାର: ନରସିଂହ

ଭୁବନେଶ୍ୱର,୬।୧୦(ବ୍ୟୁରୋ): କୃଷି ଆଇନକୁ ନେଇ ଭାଜପା ଓ ବିଜେଡିକୁ ସମାନଭାବେ ସମାଲୋଚନା କରିଛି କଂଗ୍ରେସ। ବିଧାନସଭାରେ କୃଷି ଆଇନକୁ ଦୃଢ଼ ବିରୋଧ କରି ଭାଜପା ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। କୃଷି ଓ କୃଷକଙ୍କ ସମସ୍ୟା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଣି ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ଚାଷୀ ବିରୋଧୀ ଆଇନ ଆଣିଛନ୍ତି। ଏଭଳି ଆଇନ ପାସ୍‌ କରିବାର ଅଧିକାର ପାର୍ଲାମେଣ୍ଟର ନ ଥିଲେ ବି ଯବରଦସ୍ତ ପାସ୍‌ କରାଯାଇଛି। ଏହି ଆଇନକୁ ପାସ୍‌ କରିବାର ଅଧିକାର କେବଳ ରାଜ୍ୟ ସରକାରଙ୍କର ରହିଥିବା ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଭୁଲ୍‌ ଓ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ମୋଦି ୨୦୧୪ରେ ସ୍ବାମୀନାଥନ୍‌ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବେ ବୋଲି କହିଥିଲେ। ଚାଷୀ ଯେତେ ଖର୍ଚ୍ଚ କରୁଛି ତା’ର ଦେଢ଼ଗୁଣା ଏମ୍‌ଏସ୍‌ପି ପାଇବ ବୋଲି କହିଥିଲେ। ଏବେ ସୁପ୍ରିମକୋର୍ଟରେ ମାମଲା ହେବାପରେ କେନ୍ଦ୍ର ସରକାର ସ୍ବାମୀନାଥନ୍‌ କମିଟି ରିପୋର୍ଟକୁ ମାନିବେ ନାହିଁ ବୋଲି ସିଧା ସିଧା କହିଲେ। ଦେଶବାସୀଙ୍କୁ ଧୋକା ଦେଇ କେଉଁ ମୁହଁରେ ଚାଷୀଙ୍କ ବନ୍ଧୁ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି ବୋଲି ମିଶ୍ର କହିଛନ୍ତି। ନୂଆ ଆଇନ୍‌ କରି ଚାଷୀମାନଙ୍କୁ ମୁକ୍ତି ଦେଇଦେଲୁ ବୋଲି କେନ୍ଦ୍ର ସରକାର କହୁଛନ୍ତି। ମାତ୍ର ଏମ୍‌ଏସ୍‌ପି ଚାଷୀମାନଙ୍କର ଆଇନଗତ ଅଧିକାର। ଚାଷୀମାନେ ଯେକୌଣସି ସ୍ଥାନରେ ଧାନ ବିକ୍ରି କରିପାରିବେ ବୋଲି ଆଇନ କହୁଛି। କେନ୍ଦ୍ର କ’ଣ ସେମାନଙ୍କୁ ମୁକ୍ତି ଦେଲା ବୋଲି ସେ ପ୍ରଶ୍ନ କରିଥିଲେ। ନୂଆ ଆଇନ କରି କେନ୍ଦ୍ର ସରକାର ଚାଷୀମାନଙ୍କୁ ବାଘ ମୁହଁକୁ ଠେଲିଦେଇଛନ୍ତି। ଅମ୍ବାନୀ, ଆଦାନୀଙ୍କ ଭଳି ପୁଞ୍ଜିପତି, କର୍ପୋରେଟ୍‌ ସଂସ୍ଥାକୁ ଚାଷୀଙ୍କୁ ଖାଇଦେବାକୁ ଛାଡ଼ିିଦେଇଛନ୍ତି। ଚାଷୀଙ୍କୁ ସର୍ବନିମ୍ନ ମୂଲ୍ୟ ନ ଦେଇ ସରକାର କଣ୍ଟ୍ରାକ୍ଟ ଫାର୍ମିଂ କଥା କହୁଛନ୍ତି। ଯଦି କଣ୍ଟ୍ରାକ୍ଟ ଫାର୍ମିଂରେ ବିଚ୍ୟୁତି ହୁଏ, ତାହେଲେ କେଉଁ ଗରିବ ଚାଷୀ ମାମଲା ଲଢ଼ିବାକୁ ସୁପ୍ରିମକୋର୍ଟ ଯିବ। ଦିଲ୍ଲୀ ଯିବାପାଇଁ ଚାଷୀକୁ ତା’ର ଦୁଇ ଏକର ଜମି ବିକ୍ରି କରିବାକୁ ପଡ଼ିବ। ମୋଦି ଥିବା ପର୍ଯ୍ୟନ୍ତ ଏମ୍‌ଏସ୍‌ପି କାର୍ଯ୍ୟକାରୀ ହେବ ବୋଲି ପ୍ରେସ୍‌ ମିଟ୍‌ କରି କେନ୍ଦ୍ରମନ୍ତ୍ରୀ କହୁଛନ୍ତି। କିନ୍ତୁ ଏମ୍‌ଏସ୍‌ପିରେ ଧାନ କିଣିବାକୁ ସମସ୍ତେ ବାଧ୍ୟ ବୋଲି ଆଇନ୍‌ କରିବାକୁ ଡରୁଛନ୍ତି। ସ୍ବାମୀନାଥନ କମିଟି ରିପୋର୍ଟ ମାନିବୁ କହି ଯେମିତି ଠକିଥିଲେ ଆଜି ସେମିତି ଚାଷୀ ଆନ୍ଦୋଳନକୁ ବନ୍ଦ କରିବାକୁ ମିଛ ପ୍ରତିଶ୍ରୁତି ଦେଇ କେନ୍ଦ୍ରମନ୍ତ୍ରୀ ଠକୁଛନ୍ତି ବୋଲି ମିଶ୍ର କହିଥିଲେ। ସେହିଭଳି ବିଜେଡି ଲୋକସଭା ଓ ରାଜ୍ୟସଭାରେ ଉଭୟ ବିଲ୍‌କୁ କ୍ଷୀଣ ସ୍ବରରେ ବିରୋଧ କରିଥିବା କହିଥିଲେ। ଉଭୟ ଲୋକସଭା ଓ ରାଜ୍ୟସଭାରେ ଷ୍ଟାଣ୍ଡିଂ କମିଟିକୁ ବିଲ୍‌କୁ ପଠାଇବାକୁ ବିଜେଡି କହିଥିଲା। ଏହା କେନ୍ଦ୍ରର ଅଧିକାର ନୁହେଁ ବୋଲି ବିଜେଡ଼ି ସେତେବେଳେ କାହିଁକି କହି ନ ଥିଲା ବୋଲି ସେ ପ୍ରଶ୍ନ କରିଥିଲେ। ତେବେ ଓଡ଼ିଶାରେ କଣ୍ଟ୍ରାକ୍ଟ ଫାର୍ମିଂ ଭିତରକୁ ନ ପଶିବାକୁ ନରସିଂହ ରାଜ୍ୟ ସରକାରଙ୍କୁ ସତର୍କ କରିଥିଲେ।
ଅନ୍ୟପକ୍ଷରେ କୃଷିମନ୍ତ୍ରୀ ଅରୁଣ ସାହୁ ରାଜ୍ୟର କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାର ସର୍ବଦା ସଚେତନ ଓ ପ୍ରତିଶ୍ରୁତିବଦ୍ଧ ବୋଲି ମତ ରଖିଥିଲେ। କୃଷି କ୍ଷେତ୍ରରେ ସାମଗ୍ରୀକ ଉନ୍ନତି ନିମନ୍ତେ ରାଜ୍ୟ ସରକାର ନୂତନ କୃଷି ନୀତି ୨୦୨୦ ପ୍ରଣୟନ କରିଛନ୍ତି। କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ଫଳରେ ଜାତୀୟସ୍ତରରେ ‘ଭୋକର ଭୁଗୋଳ’ଭାବେ ପରିଚିତ ଓଡ଼ିଶା ଆଜି ‘ବିକାଶର ଭୂଖଣ୍ଡ’ରେ ପରିଣତ ହୋଇଥିବା ସେ କହିଥିଲେ। ବିଜେଡ଼ି ବିଧାୟକ ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲି, ଧୃବଚରଣ ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ସମର୍ଥନ କରି ଦୃଷ୍ଟି ଆକର୍ଷଣ ନୋଟିସ୍‌ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri