ଅଧା କର୍ମଚାରୀରେ ଷ୍ଟେଟ୍‌ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ରାଜ୍ୟରେ ଏବେ ଅପରାଧ ବଢ଼ି ଚାଲିଛି। କିନ୍ତୁ ତଦନ୍ତରେ ବୈଜ୍ଞାନିକ ତଥା ଅତ୍ୟାଧୁନିକ ଜ୍ଞାନକୌଶଳର ଠିକ୍‌ ଉପଯୋଗ ହୋଇପାରୁ ନ ଥିବାରୁ ଅଧିକାଂଶ ମାମଲାରେ ଅପରାଧୀଙ୍କ ସୁରାକ ପାଇପାରୁନି ପୋଲିସ। ତେବେ ପୋଲିସକୁ ଅପରାଧୀଙ୍କ ସମ୍ପର୍କରେ ସୁରାକ ଦେଇଥାଏ ଅଙ୍ଗୁଠି ଚିହ୍ନ ବା ଫିଙ୍ଗର ପ୍ରିଣ୍ଟ। ତଦନ୍ତରେ ଏହା ହେଉଛି ଅପରାଧୀଙ୍କ ଅନ୍ୟତମ ଦୃଢ଼ ପ୍ରମାଣ। ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞମାନେ ଅପରାଧ ଘଟିଥିବା ସ୍ଥାନକୁ ଯାଇ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥାନ୍ତି। ସେମାନେ ସେଠାରୁ ଫିଙ୍ଗର ପ୍ରିଣ୍ଟ ଚିହ୍ନ ସଂଗ୍ରହ କରିଥାନ୍ତି। ପରେ ଲାବୋରେଟୋରିରେ ଫିଙ୍ଗର ପ୍ରିଣ୍ଟ ଡାଟା ବେସ୍‌ ସହ ତାହାକୁ ମ୍ୟାଚ୍‌ କରି ଅପରାଧୀଙ୍କୁ ଚିହ୍ନଟ କରାଯିବାରେ ସହାୟକ ହୋଇଥାନ୍ତି। ମାତ୍ର ଓଡ଼ିଶାରେ ଥିବା ଷ୍ଟେଟ୍‌ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ଠିକ୍‌ ଭାବେ କାର୍ଯ୍ୟ କରିପାରୁନି। ଫଳରେ ତଦନ୍ତ ବିଳମ୍ବିତ ହେବା ସହ ଅପରାଧୀମାନେ ଖସି ଯିବାକୁ ସୁଯୋଗ ପାଉଛନ୍ତି।
୧୯୩୬ ମସିହାରେ କଟକଠାରେ ସ୍ଥାପନ କରାଯାଇଥିଲା ଷ୍ଟେଟ୍‌ ଫିଙ୍ଗର ପ୍ରିଣ୍ଟ ବ୍ୟୁରୋ (ଏସ୍‌ଏଫପିବି)। ୧୯୭୦ରେ ଏହା ଭୁବନେଶ୍ୱର ରସୁଲଗଡ଼କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)-୨୦୧୯ ପ୍ରକାଶ ପାଇଥିବା ବାର୍ଷିକ ଫିଙ୍ଗର ପ୍ରିଣ୍ଟ ଇଣ୍ଡିଆ ରିପୋର୍ଟରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଫିଙ୍ଗର ପ୍ରିଣ୍ଟ ବ୍ୟୁରୋ ଖରାପ ପ୍ରଦର୍ଶନ କରିଛି। ଏହାର କାରଣ ମଧ୍ୟ ଉକ୍ତ ରିପୋର୍ଟରୁ ଜଣାପଡିଛି। ଓଡ଼ିଶାର ଏସ୍‌ଏଫ୍‌ପିବି ଓ ଜିଲାସ୍ତରୀୟ ବୋର୍ଡରେ ପ୍ରାୟ ୫୦ ପ୍ରତିଶତ ପଦବୀ ଖାଲି ପଡିଛି। ୨୦୧୮ରେ ମଧ୍ୟ ପଦବୀ ଖାଲି ପଡିଥିଲେ ମଧ୍ୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇନି। ଏବେ ୬୫ଟି ମଞ୍ଜୁରିପ୍ରାପ୍ତ ପଦବୀ ମଧ୍ୟରୁ ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞ ଓ ଅନ୍ୟ ପଦବୀ ମିଶାଇ ମୋଟ ୩୦ଟି ପଦବୀ ରାଜ୍ୟରେ ଖାଲି ପଡିଛି। ଉକ୍ତ ରିପୋର୍ଟ ଅନୁଯାୟୀ, ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦୋଷୀସାବ୍ୟସ୍ତ ହୋଇଥିବା ୫୧ ହଜାର ୬୭୮ ବ୍ୟକ୍ତିଙ୍କ ଫିଙ୍ଗର ପ୍ରିଣ୍ଟ ଏସ୍‌ଏଫ୍‌ପିବିରେ ସଂଗୃହୀତ ହୋଇଛି। ତେବେ ୨୦୧୯ରେ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬୨ ଜଣଙ୍କ ଫିଙ୍ଗର ପ୍ରିଣ୍ଟ ଏସ୍‌ଏଫ୍‌ପିବି ଗ୍ରହଣ କରିଥିବାବେଳେ ସେଥିମଧ୍ୟରୁ ୩ଟି ତ୍ରୁଟିପୂର୍ଣ୍ଣ ଭାବେ କାଟି ଦିଆଯାଇଥିଲା ଓ ୫୯ଟିକୁ ଭବିଷ୍ୟତ ପାଇଁ ଡାଟା ବେସ୍‌ରେ ଗଚ୍ଛିତ ରଖାଯାଇଛି।
ସେହିଭଳି ୨୦୧୮ ପର୍ଯ୍ୟନ୍ତ ୧ଲକ୍ଷ ୬୭ହଜାର ୪୬୬ଟି ଫିଙ୍ଗର ପ୍ରିଣ୍ଟ୍‌ ଡାଟା ରହିଥିଲା। ୨୦୧୯ରେ ରାଜ୍ୟର ବିଭିନ୍ନ ଥାନାରୁ ଗିରଫ ୭୫୯୧ ଅଭିଯୁକ୍ତଙ୍କ ଫିଙ୍ଗର ପ୍ରିଣ୍ଟ ଏସ୍‌ଏଫ୍‌ପିବିକୁ ପଠାଯାଇଥିଲା। ଫଳରେ ବର୍ତ୍ତମାନ ୧ଲକ୍ଷ ୭୪ହଜାର ୬୨୦ ଫିଙ୍ଗର ପ୍ରିଣ୍ଟ ଡାଟା ଚିହ୍ନଟ ପାଇଁ ରହିଛି। ତେବେ ଏସ୍‌ଏଫ୍‌ପିବି ଓଡ଼ିଶାରେ ୫୧୫ ମାମଲାରେ ଅଭିଯୁକ୍ତଙ୍କ ଅତୀତର ଆପରାଧିକ ରେକର୍ଡରୁ ଚିହ୍ନିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ଗୁଜରାଟ ଏସ୍‌ଏଫ୍‌ପିବି ୨୦୧୯ରେ ଦେଶର ସର୍ବାଧିକ ୬୯,୬୩୬ ମାମଲାରେ ଫିଙ୍ଗର ପ୍ରିଣ୍ଟରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଏହା ତଳକୁ ତାମିଲନାଡୁ ବ୍ୟୁରୋ ୧୧ ହଜାର ୫୨୪ ଓ ଦିଲ୍ଲୀ ଏସ୍‌ଏଫ୍‌ପିବି ୮ହଜାର ୫୧୭ ଚିହ୍ନଟ କରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।
ସେହିପରି ଓଡ଼ିଶାର ବିଶେଷଜ୍ଞମାନେ ୨୦୧୯ରେ ଅପରାଧ ଘଟିଥିବା ସ୍ଥାନରୁ ସଂଗୃହୀତ ୭୫୮ ଫିଙ୍ଗର ପ୍ରିଣ୍ଟକୁ ସର୍ଚ୍ଚ କରିଥିଲେ। ମାତ୍ର ୧୬ଟି ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ବିଶେଷଜ୍ଞମାନେ ପୋଲିସକୁ ସହଯୋଗ କରିଥିଲେ। ସେହିଭଳି ବ୍ୟାଙ୍କ ଓ ଭିଜିଲାନ୍ସ ସଂସ୍ଥା ୧୫ଟି ମାମଲାରେ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ପଠାଇଥିଲେ। ସେଥିରୁ ୪ଟିରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା ମିଳିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଆନ୍ଧ୍ରପ୍ରଦେଶର ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞମାନେ ୫୧୨ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହଯୋଗ କରିଥିବାବେଳେ କର୍ନାଟକ ୩୯୯, କେରଳ ୪୦୨, ତାମିଲନାଡୁ ୩୪୨ ଏବଂ ତେଲାଙ୍ଗାନା ଏସ୍‌ଏଫ୍‌ପିବିର ବିଶେଷଜ୍ଞମାନେ ୩୫୦ ମାମଲାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri