ଜମି ଲାଗି ଅଟକିଛି ମଡର୍ନ ବସ୍‌ ପୋର୍ଟ

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ଓଡ଼ିଶାରେ ମଡର୍ନ ବସ୍‌ ପୋର୍ଟ ହେବାରେ ଏବେ ଜମି ଅଧିଗ୍ରହଣ ବାଧକ ସାଜିଛି। କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ଡିସେମ୍ବର ୨ରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମଡର୍ନ(ଅତ୍ୟାଧୁନିକ) ବସ୍‌ ପୋର୍ଟ ନିର୍ମାଣ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଗାଇଡ୍‌ଲାଇନ ମଧ୍ୟ ଜାରି କରାଯାଇସାରିଛି। ଅତ୍ୟଧିକ ଯାନବାହନ ଚଳାଚଳଜନିତ ପ୍ରଦୂଷଣ ରୋକିବା ଲାଗି ସାଧାରଣ ପରିବହନକୁ ପ୍ରୋତ୍ସାହନ ଦେବା ସକାଶେ କେନ୍ଦ୍ର ସରକାର ଏଭଳି ପ୍ରଚେଷ୍ଟା କରିଥିଲେ। ଏହି ବସ୍‌ ପୋର୍ଟ ନିର୍ମାଣ ଲାଗି ୪୨ ଏକର ପଡ଼ିଆ କିମ୍ବା ଆଗରୁ କୌଣସି କାର୍ଯ୍ୟରେ ବ୍ୟବହୃତ ଜମି ନେବା ଲାଗି କୁହାଯାଇଥିଲା। ମାତ୍ର ଜମି ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକୁ ଓଡ଼ିଶାରେ ବନ୍ଦ ରଖାଯାଇଛି। ଗୋଟିଏ ଥର ରାଜ୍ୟ ପକ୍ଷରୁ ଜମିର ତଥ୍ୟ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିଲା। ସେଥିରେ ରାଜ୍ୟ ସରକାର ଜମିର ଭୁଲ୍‌ ତଥ୍ୟ ଦେଇଥିବା କାରଣରୁ ଏହି କାର୍ଯ୍ୟ ଏ ଯାଏ ବନ୍ଦ ରହିଛି। ଏବେ ରାଜ୍ୟ ସରକାର ତୁରନ୍ତ ଜମି ଯୋଗାଡ଼କରି କେନ୍ଦ୍ରକୁ ତଥ୍ୟ ଦେବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ପରିବହନ ମନ୍ତ୍ରଣାଳୟର ପ୍ରସ୍ତାବ ମୁତାବକ କଟକ ଜିଲା ଗୋପାଳପୁରଠାରେ ଏକ ବସ୍‌ ପୋର୍ଟ(ପଡ଼ିଆ ଜମି) ଗଠନ ହେବା ଲାଗି ସ୍ଥିର କରାଯାଇଛି। ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର ଜମି ଦେବେ ଏବଂ ଏଥିଲାଗି ଖର୍ଚ୍ଚ ହେବାକୁ ଥିବା ଅଂଶ କେନ୍ଦ୍ର ସରକାର ବହନ କରିବା ବ୍ୟବସ୍ଥା ରହିଛି। ଏଥିପାଇଁ ଆବଶ୍ୟକ ଅର୍ଥ କେତେକ ଘରୋଇ ସଂସ୍ଥା (ଯେଉଁମାନେ ବସ୍‌ ପୋର୍ଟରେ ବ୍ୟବସାୟ କରିବେ)ଙ୍କ ନିକଟରୁ ଆଦାୟ ହେବାର ବ୍ୟବସ୍ଥା ରହିଛି। ଏହି ପ୍ରକଳ୍ପରେ ଆନୁମାନିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣେ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି। ଏହାସହ ବହୁ ସୁବିଧା ଏହି ବସ୍‌ ପୋର୍ଟରେ ରହିବ। ସେଠାରେ ହୋଟେଲ, ଉଚ୍ଚକୋଟିର ଶୌଚାଳୟ, ଯାତ୍ରୀମାନେ ବିଶ୍ରାମନେବା ଲାଗି ବ୍ୟବସ୍ଥା ରହିବ। ଡ୍ରାଇଭରମାନଙ୍କ ଲାଗି ବିଶ୍ରାମକକ୍ଷ, ସିଏନ୍‌ଜି ଷ୍ଟେଶନ, ବିଦ୍ୟୁତ୍‌ଚାଳିତ ଗାଡ଼ି ଚାର୍ଜ କରିବା ପାଇଁ ଭିତ୍ତିଭୂମି ବିକଶିତ କରାଯିବ। ଗୁଜରାଟର ଭଦୋଦରାଠାରେ ରହିଥିବା ବସ୍‌ ପୋର୍ଟ ଢାଞ୍ଚାରେ ଏହା କରାଯିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ୨୦୧୭ରେ ସବୁ ରାଜ୍ୟର ପରିବହନ ମନ୍ତ୍ରୀଙ୍କ ସହ କରିଥିବା ଏକ ବୈଠକରେ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ସବୁ ରାଜ୍ୟ ପକ୍ଷରୁ ଗ୍ରହଣ କରାଯିବା ପରେ ଏଥିପାଇଁ ନିର୍ଦ୍ଦେଶନାମା ବାହାରିଥିଲା।
ସୂଚନାଥାଉ କି, ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ପ୍ରବଳ ଭିଡ଼ ହେଉଥିବା ଯୋଗୁ ଗୋପାଳପୁରକୁ ଏହି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ଲାଗି ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିପାଇଁ ଗୋପାଳପୁର ମୌଜା ପ୍ଲଟ୍‌ ନମ୍ବର ୮୪୩, ଖାତା ନମ୍ବର ୧୦୪୬ ଜମି ସରକାର ୨୦୧୩ ଫେବୃୟାରୀରୁ ଚିହ୍ନଟ କରିଥିଲେ। ଉକ୍ତ ଜମି ରାଜ୍ୟ ପରିବହନ ବିଭାଗକୁ ୨୦୧୫ ଜୁଲାଇରେ ହସ୍ତାନ୍ତର କରାଗଲା। ଏହାପରେ ରାଜସ୍ବ ବିଭାଗ ପକ୍ଷରୁ ଗୋପାଳପୁର ବସ୍‌ଷ୍ଟାଣ୍ଡ ପାଇଁ ଫିଜିକାଲ ପୋଜେସନ ମିଳିଥିଲା। ପରବର୍ତ୍ତୀ ସମୟରେ ମଡର୍ନ ବସ୍‌ ପୋର୍ଟ କରିବା ପ୍ରସ୍ତାବ କେନ୍ଦ୍ରରୁ ଆସିବାପରେ ଉକ୍ତ ଜମି ବ୍ୟବହାର ପାଇଁ ରାଜ୍ୟ ପକ୍ଷରୁ ସ୍ଥିର ହେଲା। ମାତ୍ର ଏ ସମ୍ପର୍କିତ ଫାଇଲ କେନ୍ଦ୍ରରୁ ପ୍ରଦାନ କରାଯିବା ପରେ ଏହି ଜମି ୪୨ ଏକର ଥିବା ଉଲ୍ଲେଖ ଥିଲେ ମଧ୍ୟ ତାହା ଭୁଲ୍‌ ତଥ୍ୟ ବୋଲି ଜଣାପଡିଥିଲା। ବର୍ତ୍ତମାନର ରାଜ୍ୟ ଗଣଶିକ୍ଷା ବିଭାଗ ସଚିବ ଥିବା ସତ୍ୟବ୍ରତ ସାହୁ କେନ୍ଦ୍ରୀୟ ଡେପୁଟେଶନରେ ଥିବାବେଳେ ଏହି ଫାଇଲ ଫେରାଇ ଦେଇଥିବା ଜଣାପଡିଛି। କେନ୍ଦ୍ରୀୟ ଟିମ୍‌ ଆସି ଯେତେବେଳେ ଜମି ମାପଚୁପ କରିଥିଲେ ତାହା ୨୩ ଏକର ବୋଲି ଜଣାପଡ଼ିଥିଲା। ଯେତେବେଳେ ପୁନର୍ବାର ରାଜ୍ୟ ସରକାର ଜମିର ତଥ୍ୟ ଯାଞ୍ଚ କଲେ ଜଣାପଡ଼ିଥିଲା ଯେ, ତାହା ୨୩ ଏକର ଠାରୁ ସାମାନ୍ୟ ଅଧିକ। ଏହାପରେ ଉକ୍ତ ଜମିରେ ବାଉଣ୍ଡରି ଓ୍ବାଲ୍‌ କରିବା ପାଇଁ ରାଜ୍ୟ ପୋଲିସ ହାଉସିଂ କର୍ପୋରେଶନକୁ ଦାୟିତ୍ୱ ମିଳିଥିଲା। ବାଉଣ୍ଡରି ଓ୍ବାଲ୍‌ କରିବା ସମୟରେ ମଧ୍ୟ ସରକାରଙ୍କ ପାଖରେ ୨୩ ଏକର ଜମି ଥିବା ଜଣାପଡିଥିଲା। ପରବର୍ତ୍ତୀ ସମୟରେ ସରକାର ଘନଘନ ବୈଠକ କରିବାପରେ ଜଣାପଡିଲା ଯେ, ବାକି ୧୯.୩୨ ଜମି ପୂର୍ବତଟ ରେଲଓ୍ବେ ହାତକୁ ପୂର୍ବରୁ ଟେକି ଦିଆଯାଇଛି। ମାତ୍ର ରେଲଓ୍ବେ ସେହି ଜମିକୁ ବ୍ୟବହାର କରିନାହିଁ।
୨୦୨୦ ଜୁନ୍‌ ୪ରେ ବସ୍‌ ପୋର୍ଟ ପାଇଁ ଆବଶ୍ୟକ ଥିବା ଜମି ସମ୍ପର୍କରେ ପରିବହନ ବିଭାଗ ସଚିବ, କଟକ ଜିଲାପାଳ, ଆର୍‌ଟିଓ କଟକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗତ ମାସ ୧୭ ତାରିଖରେ ପରିବହନ ସଚିବ ପୂର୍ବତଟ ରେଲଓ୍ବେ ଏମ୍‌ଡିଙ୍କୁ ଏକ ଚିଠି ଲେଖି କାମରେ ଲାଗି ନ ଥିବା ଉକ୍ତ ୧୯.୩୨ ଏକର ଜମି ଯଥାଶୀଘ୍ର ରାଜ୍ୟ ସରକାରଙ୍କୁ ଫେରାଇଦେବା ପାଇଁ କହିଛନ୍ତି। ଏହାସହ ସରକାରଙ୍କ ନାମରେ ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ) ଦେବା ଲାଗି ମଧ୍ୟ କହିଛନ୍ତି। ତେବେ ଜଣେ ସରକାରୀ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ, ସେହି ଜମି ଉପରେ ଅନେକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏହାର ଶୁଣାଣି ମଧ୍ୟ ପ୍ରକଳ୍ପ ବିଳମ୍ବର ଅନ୍ୟତମ କାରଣ। ଏହି ବସ୍‌ଷ୍ଟାଣ୍ଡ ହେବା ଦ୍ୱାରା ଆନ୍ତଃରାଜ୍ୟ ପରିବହନଠାରୁ ଅନେକ ସୁବିଧା ସରକାର ପାଇବା ସହିତ ଲୋକମାନେ କାରରେ ଅଧିକ ଦୂର ସ୍ଥାନ ଯିବା କମିଯିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ପ୍ରକଳ୍ପ କେବେ ସରିବ ତାକୁ ନେଇ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିବା ମଧ୍ୟ ଜଣାପଡିଛି। ପରିବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଯୋଜନା ଜମି ପାଇଁ ଅଟକି ରହିଛି। ଖୁବ୍‌ଶୀଘ୍ର ଜମି ସମସ୍ୟା ଦୂରହୋଇ ଏହି କାମ ଆରମ୍ଭ ହେବ। ପୋଲିସ ହାଉସିଂ କର୍ପୋରେଶନ ଅଧା ପାଚେରି କାର୍ଯ୍ୟ ସାରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri