ଓଲା ଗାଡ଼ି ଅପହରଣ କରି ୩ ଗିରଫ

କେନ୍ଦ୍ରାପଡା ଅଫିସ/ପଟ୍ଟାମୁଣ୍ଡାଇ (ସ୍ବ.ପ୍ର.),୨୫।୯: ଭୁବନେଶ୍ୱରରୁ ଏକ ଓଲା ଗାଡ଼ିକୁ ଅପହରଣ କରିବା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜନଗର ଥାନା ଗଳିଦଣ୍ଡା ଗ୍ରାମର ତ୍ରିଲୋଚନ ସାମନ୍ତରାୟ ଓରଫ ଦିପୁ, ପଟ୍ଟାମୁଣ୍ଡାଇ ଥାନା ଡାମରପଙ୍କ ବାଲିପାଟଣା ଗ୍ରାମର ପରେଶ ପରିଡା ଓରଫ ଗୁନୁରୀ ଓ ବିଶ୍ୱଜିତ ବାଇ ଓରଫ କୁଲୁ। ଏ ନେଇ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ନୀତିଶେଖର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଗତ ୨୩ ତାରିଖରେ ଅଭିଯୁକ୍ତମାନେ ଭୁବନେଶ୍ୱର ମାଷ୍ଟରକାଣ୍ଟିନ ନିଟକରୁ କେନ୍ଦ୍ରାପଡ଼ା ଆସିବା ପାଇଁ ଓଲା କାର୍‌ (ନଂ.-ଓଡି-୩୩-ଏକ୍ସ-୧୦୬୮) ବୁକ୍‌ କରିଥିଲେ। କଟକ ଜିଲା ନିଶ୍ଚିନ୍ତକୋଇଲି ନିକଟରେ କାର୍‌ ଚାଳକ ବିଜୟ ନାୟକଙ୍କ ମୁଣ୍ଡରେ ସେମାନେ ବନ୍ଧୁକ ଲଗାଇ ଗାଡ଼ି ଚାବି ଓ ମନିପର୍ସରେ ଥିବା ଟଙ୍କା ଛଡାଇ ନେଇଥିଲେ। ଏଥିସହିତ ବିଜୟଙ୍କ ହାତଗୋଡ଼ ବାନ୍ଧି କାର ଡିକିରେ ପକାଇ ଦେଇଥିଲେ। ଅଭିଯୁକ୍ତମାନେ ପଟ୍ଟାମୁଣ୍ଡାଇରେ ପହଞ୍ଚତ୍ବା ପରେ ବିଜୟ କୌଶଳକ୍ରମେ ଗାଡି ଭିତରୁ ବାହାରକୁ ବାହାରି ଯିବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା। ଏହି ରାକେଟରେ ୪ ଜଣ ସମ୍ପୃକ୍ତ ଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି, ଜଣେ ଫେରାର ଅଛନ୍ତି। ସେମାନଙ୍କଠାରୁ ଗୋଟିଏ ଗୁଳି ବହୀନ ଦେଶୀ ବନ୍ଧୁକ, ୫ଟି ମୋବାଇଲ ଓ ଡ୍ରାଇଭରଙ୍କଠାରୁ ଲୁଟି ନେଇଥିବା ମନିପର୍ସରେ ଥିବା ୬ ହଜାର ଟଙ୍କା ପୋଲିସ ଜବତ କରିଛି। ଏଥିସହିତ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ୨ଟି ଦାମି ବାଇକ୍‌ ଭୁବନେଶ୍ୱରରୁ ଜବତ ହୋଇଥିବା ଏସ୍‌ପି ନୀତିଶେଖର ସୂଚନା ଦେଇଛନ୍ତି। ଏ ନେଇ ପଟ୍ଟାମୁଣ୍ଡାଇ ଥାନା ପୋଲିସ ମାମଲା (ନଂ.-୩୬୦/୨୦ ରୁଜୁ କରିଛି। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରଞ୍ଜନ କୁମାର ଦେ, ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri