ଖାଲିପଡ଼ିଛି ମଙ୍ଗାଶାଳ

ବରଗଡ଼ ଅଫିସ୍‌, ୨୫ା୯: ସମ୍ବଲପୁରୀ ବସ୍ତ୍ର ତିଆରି ପାଇଁ ବରଗଡ଼ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଦେଶ ତଥା ଦେଶ ବାହାରେ ଏଠାରେ ପ୍ରସ୍ତୁତ ସମ୍ବଲପୁରୀ ଶାଢ଼ିଠାରୁ ଆରମ୍ଭ କରି ଅନ୍ୟ ପୋଷାକ, ପରିଚ୍ଛଦର ଚାହିଦା ମଧ୍ୟ ଅଧିକ । ତେବେ ଏହାର ମୂଳରେ ରହିଛନ୍ତି ଜିଲାର ବୁଣାକାର। ବୁଣାକାରଙ୍କ ବିକାଶ ତଥା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ମଧ୍ୟ ହାତକୁ ନିଆଯାଇଛି ।
ସୂତାଠାରୁ ମଙ୍ଗା, ଅରଟ, ସୋଲାର ଲଣ୍ଠନ, ଇନଭର୍ଟର ଆଦି ବୁଣାକାରଙ୍କୁ ଯୋଗାଇବା ସରକାରଙ୍କ ମାର୍ଗଦର୍ଶିକାରେ ରହିଛି । କିନ୍ତୁ ଏହାର ସୁଫଳ ଏପର୍ଯ୍ୟନ୍ତ ଅନେକ ବୁଣାକାରଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଛି । ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ରହିଥିବା ବୁଣାକାରଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଗ୍ରାମରେ ପ୍ରାୟ ୩୦ ବୁଣାକାର ପରିବାର ରହୁଛନ୍ତି ।
ସମ୍ବଲପୁରୀ କପଡ଼ା ବୁଣି ସେମାନେ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ମାତ୍ର ଅଦ୍ୟାବଧି ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳି ନ ଥିବା ବୁଣାକାରମାନେ କହିଛନ୍ତି । ସେହିପରି କରୋନା କଟକଣା ଯୋଗୁ ସେମାନଙ୍କ ପ୍ରସ୍ତୁତ ସମ୍ବଲପୁରୀ କପଡ଼ା ବିକ୍ରିବଟା ମଧ୍ୟ ଠପ୍‌ ହୋଇଯାଇଛି ।
ଫଳରେ ଗୋଟିଏ ପଟେ ସରକାରୀ ସହାୟତାରୁ ବଞ୍ଚିତ ଏବଂ ଅନ୍ୟପଟେ କରୋନା କଟକଣାରୁ ରୋଜଗାର ହରାଇ ଏହି ଗ୍ରାମର ବୁଣାକାରଙ୍କୁ ଦୁର୍ବିସହ ଜୀବନ ଅତିବାହିତ କରିବାକୁ ପଡ଼ୁଛି ।

ମିଳୁନି ସହାୟତା, ହରାଇଛୁ ରୋଜଗାର

କପଡ଼ା ବୁଣିବା ଛଡ଼ା ଆମର ଆଉ କିଛି ରୋଜଗାର ନାହିଁ ।
କପଡ଼ା ବୁଣି ଯାହା ମିଳେ, ସେଥିରୁ ପରିବାର ଚଳେ । ଏହା ଆମର କୌଳିକ ବୃତ୍ତି, ମାତ୍ର କିଛି ସରକାରୀ ସହାୟତା ମିଳିନାହିଁ ।
ସରକାରଙ୍କ ଯୋଜନାରେ ଦୀର୍ଘ ୩ ବର୍ଷ ହେଲା ସୋଲାର୍‌ ଇନଭର୍ଟର ପାଇଁ ଆବେଦନ କରି ଆସୁଛି । ମାତ୍ର ଏପର୍ଯ୍ୟନ୍ତ ତାହା ପାଇ ପାରିନାହିଁ । ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଦେଖାଯାଉଛି । ଫଳରେ ଅନ୍ଧାର ମଧ୍ୟରେ କପଡ଼ା ବୁଣିବା ସମ୍ଭବ ହେଉନାହିଁ ା ଏଥିଯୋଗୁ ରୋଜଗାର ହରାଇବାକୁ ପଡ଼ୁଛି । -ବାଳକ ମହାନନ୍ଦ

ଆବେଦନ କରିଛୁ, ସହାୟତା ଅପହଞ୍ଚ
ସରକାରୀ ସହାୟତା ଆଶାରେ ବିଭିନ୍ନ ଅଫିସକୁ ଧାଁ ଦୌଡ଼ କରୁଛୁ ।
ସହାୟତା ପାଇଁ ଆବେଦନ କରିଛୁ । ହେଲେ ତାହା ଅରଣ୍ୟ ରୋଦନ ଭଳି ହୋଇଯାଇଛି । ରୋଜଗାର ପାଇଁ ନିଜେ ମଙ୍ଗା, ଅରଟ କିଣିଛୁ । ଭଙ୍ଗା ଦଦରା ମଙ୍ଗାଶାଳରେ କପଡ଼ା ବୁଣୁଛୁ । ବର୍ଷା ହେଲେ ସେହି ମଙ୍ଗାଶାଳରେ କପଡ଼ା ବୁଣିବା ବନ୍ଦ ହୋଇଯାଉଛି ।
ସେହିପରି ବୁଣିଥିବା କପଡ଼ାକୁ ଲକ୍‌ଡାଉନ୍‌ ହେବା ପରଠାରୁ ଗତ କିଛିମାସ ହେଲା ବିକ୍ରିବଟା କରି ପାରୁନାହୁଁ । ପରିବାର ପୋଷଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । -କୀର୍ତ୍ତିଚନ୍ଦ୍ର କୁମ୍ଭାର


Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri