ମଧୁମେହ, କିଡ୍‌ନୀ, ହୃଦ୍‌ରୋଗୀଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କୌଣସି ଜଟିଳ ରୋଗ ଥିବା କରୋନା ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ରହିପାରିବେ। କିନ୍ତୁ ଏଥିପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ବିଶେଷକରି ମଧୁମେହ, କିଡ୍‌ନୀ ଓ ହୃଦ୍‌ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କେତେକ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁଥିବା ସାପ୍ତାହିକ ଖବରଦାତା ସମ୍ମିଳନୀର ଗୁରୁବାର ଅନ୍ତିମ ଦିବସରେ କରୋନା କବଳରୁ କିପରି ଜଟିଳ ରୋଗୀମାନେ ନିଜକୁ ବଞ୍ଚାଇ ପାରିବେ ଓ ସେମାନଙ୍କ ପାଇଁ ହୋମ୍‌ ଆଇସୋଲେଶନ କେତେ ଜରୁରୀ ସେ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ।
କଟକ ଏସ୍‌ସିବିର ଅନ୍ତଃସ୍ରାବୀ ଗ୍ରନ୍ଥି ବିଭାଗ ପ୍ରଫେସର ଡା. ଅନୁଜ ବଳିୟାରସିଂ କହିଲେ, ସଂକ୍ରମଣ ଭୟ ଉଭୟ ସାଧାରଣ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ସମାନ। କିନ୍ତୁ ଡାଇବେଟିସ୍‌ ନିୟନ୍ତ୍ରଣରେ ନ ରହିଲେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହିଛି। ଯଦି ସେ ସଂକ୍ରମିତ ହୁଅନ୍ତି, ତାଙ୍କର ସୁଗାର ଓ ବିପି ନିୟନ୍ତ୍ରଣ ରହୁଛି, ସେମାନେ ହୋମ୍‌ ଆଇସୋଲେଶନରେ ରହିପାରିବେ। ତେବେ କରୋନା ଆକ୍ରାନ୍ତ ଯୋଗୁ ତାଙ୍କର ମାନସିକ ଚାପ ବଢୁଥିବାରୁ ସୁଗାର ବଢ଼ିପାରେ। ଆବଶ୍ୟକ କ୍ଷେତ୍ରରେ ସେମାନେ ଇନ୍‌ସୁଲିନ୍‌ ନେବା ଉଚିତ। ସେହିପରି ସିଭିୟର କରୋନା ଥିଲେ, ହୃଦ୍‌ସ୍ପନ୍ଦନ ବେଶି ବଢ଼ିଯିବାର ସମ୍ଭାବନା ଅଛି। ମୁଣ୍ଡ ବୁଲାଇବା ଲକ୍ଷଣ ଦେଖିଲେ ସେମାନେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ବୋଲି ଡା. ବଳିୟାରସିଂ କହିଛନ୍ତି।
ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଲେ, କିଡ୍‌ନୀ ରୋଗୀଙ୍କର ଫଙ୍କ୍ସନାଲ୍‌ ଷ୍ଟାଟସ୍‌ ଦେଖି ଡୋଜ୍‌ ଦିଆଯାଏ। କରୋନା ଆକ୍ରାନ୍ତଙ୍କ ପାଇଁ ସମସ୍ତ କୋଭିଡ୍‌ ହସ୍ପିଟାଲରେ ସ୍ବତନ୍ତ୍ର ଡାଏଲିସିସ ବ୍ୟବସ୍ଥା କରାଯାଇଛି। ହୋମ୍‌ ଆଇସୋଲେଶନରେ ରହୁଥିବା ରୋଗୀ ଡାକ୍ତରଙ୍କ ପରାମର୍ଶ କରି ଘରେ ଅକ୍ସିଜେନ ନେଇପାରିବେ। ଲକ୍ଷଣ ନ ଥିଲେ ଓ ରୋଗ ଗୁରୁତର ନ ଥିଲେ ଘରେ ରହି ଚିକିତ୍ସା ହୋଇପାରିବେ। ଜ୍ୱର, କାଶ ବଢ଼ିଲେ, ପତଳା ଝାଡ଼ା ହେଲେ ୧୦୪କୁ ଫୋନ କରି କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ହୋଇପାରିବେ। ଛୋଟ ଛୋଟ ସମସ୍ୟା ପାଇଁ ହସ୍ପିଟାଲ ଆସନ୍ତୁନି, ରିସ୍କ ବଢ଼ିପାରେ ବୋଲି ସେ କହିଛନ୍ତି। ଗ୍ରାମାଞ୍ଚଳରେ ଲୋକମାନେ ମନଇଚ୍ଛା କରୋନା ପାଇଁ ଔଷଧ ଖାଉଛନ୍ତି। ଏହା ସ୍ବାସ୍ଥ୍ୟ ପକ୍ଷେ ବିପଜ୍ଜନକ ହୋଇପାରେ। ତେଣୁ ସେଭଳି ନ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ ବୋଲି ଡା. ପଣ୍ଡା ସତର୍କ କରାଇଛନ୍ତି।
ଏହି ଅବସରରେ କେୟାର ହସ୍ପିଟାଲର ହୃଦ୍‌ରୋଗ ବିଶେଷଜ୍ଞ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଲେ, ହୃଦ୍‌ରୋଗରେ ଆକ୍ରାନ୍ତ ବ୍ୟକ୍ତି କରୋନାରେ ସଂକ୍ରମିତ ହେଲେ ଜଟିଳତା ଆହୁରି ବଢ଼ିଯିବା ଆଶଙ୍କା ରହିଛି। ଏଥିପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଛାତିରେ ଯନ୍ତ୍ରଣା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଅନିୟମିତ ହୃଦ୍‌ସ୍ପନ୍ଦନ ଭଳି ଲକ୍ଷଣକୁ ଯତ୍ନର ସହ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ। କାରଣ କୋଭିଡ୍‌ ସଂକ୍ରମଣ ହେଲେ ୩-୪ଟି ସମସ୍ୟା ହୋଇପାରେ। ସ୍ଥାୟୀ ଥ୍ରୋମ୍ବୋସିସ୍‌ କାରଣରୁ ସେମାନେ ହୃଦ୍‌ଘାତରେ ପୀଡିତ ହୋଇପାରନ୍ତି। ଅନିୟମିତ ହୃଦସ୍ପନ୍ଦନ ଯୋଗୁ ସେମାନେ ହଠାତ୍‌ ହୃଦ୍‌ଘାତରେ ପୀଡ଼ିତ ହୋଇପାରନ୍ତି କିମ୍ବା ମାୟୋକାର୍ଡାଇଟିସ୍‌ କାରଣରୁ ସେମାନଙ୍କର ହୃଦୟର ମାଂସପେଶୀ କାର୍ଯ୍ୟ ଦୁର୍ବଳ ହୋଇପାରେ ବୋଲି ଡା. ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri