ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଦିଅ

କଟକ ଅଫିସ୍‌/କୁଜଙ୍ଗ, ୨୪।୯ (ଡି.ଏନ୍‌.ଏ.):ଜଗତ୍‌ସିଂପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ବଳାତ୍କାରର ଶିକାର ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ବୁଧବାର ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୭ଦିନ ମଧ୍ୟରେ ପୀଡ଼ିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ କ୍ଷତିପୂରଣ ରାଶିକୁ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପୀଡ଼ିତାଙ୍କ ନାମରେ ସ୍ଥାୟୀ ଜମା(ଫିକ୍ସଡି ଡିପୋଜିଟ୍‌) କରିବା ସହ ସେଥିରୁ ବାର୍ଷିକ ମିଳିବାକୁ ଥିବା ସୁଧକୁ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ତାଙ୍କ ମା’ଙ୍କ ମାଧ୍ୟମରେ ଖର୍ଚ୍ଚ କରିବାକୁ କୁହାଯାଇଛି। ସେହିପରି ପୀଡ଼ିତା ଗର୍ଭବତୀ ଥିବାରୁ ସେ ଯଦି କନ୍ୟା ସନ୍ତାନ ଜନ୍ମ ଦିଅନ୍ତି, ତେବେ ୫ଲକ୍ଷ ଓ ପୁତ୍ର ସନ୍ତାନ ହେଲେ ୩ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିବାକୁ କୁଯାଇଛି। ଯାହାଫଳରେ ଭବିଷ୍ୟତରେ ପୀଡ଼ିତାଙ୍କ କନ୍ୟା କିମ୍ବା ପୁତ୍ର ସନ୍ତାନଙ୍କ ଚଳଣୀରେ ଯେପରି କୌଣସି ଅସୁବିଧା ହେବ ନାହିଁ। ଏହାବ୍ୟତିତ କଟକ ଏସ୍‌ସିବି ମେଡିକାଲରେ ପୀଡ଼ିତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ରାୟରେ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, କୁଜଙ୍ଗ ଥାନା ଅଞ୍ଚଳର ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଫତେପୁର ଗ୍ରାମର ସିଲି ମାଝି(୩୫) ବଳାତ୍କାର କରିଥିଲେ। ଯୁବତୀ ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକେ ଏ ସମ୍ପର୍କରେ ଜାଣିଥିଲେ। ଘଟଣାର ଆପୋଷ ସମାଧାନ ପାଇଁ ଗ୍ରାମସଭା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରି ନ ଥିଲା। ଫଳରେ ପୀଡ଼ିତାଙ୍କ ମା’ ଗତ ଅଗଷ୍ଟ ୧୩ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ସେତେବେଳକୁ ସେ ପ୍ରାୟ ୪ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତ ଫେରାର ଥିବାରୁ ପୋଲିସ ଅଦ୍ୟାବଧି ତାଙ୍କୁ ଗିରଫ କରାଯାଇପାରି ନ ଥିବା ଏସ୍‌ଆଇ ସୁବ୍ରଜିତ ଦାଶ ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ମାମଲା (ନଂ-୨୦୦/୨୦) କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ଅପରପକ୍ଷରେ ପୀଡ଼ିତା ଜଣେ ମାନସିକ ଭିନ୍ନକ୍ଷମ ଅଟନ୍ତି। ସେ ନିଜ କାମ ନିଜେ ଠିକ୍‌ଭାବେ କରିପାରୁ ନାହାନ୍ତି। ତେଣୁ ସେ ଗର୍ଭବତୀ ଥିବାରୁ ଭବିଷ୍ୟତରେ ତାଙ୍କଠାରୁ ଜନ୍ମ ନେବାକୁ ଥିବା ପିଲାର ଠିକ୍‌ଭାବେ ଭରଣ ପୋଷଣ କରିବା ସମ୍ଭବ ହେବ ନାହିଁ। ଏଭଳିସ୍ଥିତିରେ ଜଣେ ମା’ ହିସାବରେ ପୀଡ଼ିତା କନ୍ୟାଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ତଥା ସାମାଜିକ କୁଟାରଚନାରୁ ରକ୍ଷା ପାଇବା ପାଇଁ ନିୟମ ଅନୁସାରେ ପୀଡ଼ିତାଙ୍କ ଗର୍ଭ ନଷ୍ଟ କରିବାକୁ ଅନୁମତି ଦେବାକୁ ହାଇକୋର୍ଟରେ ରିଟ୍‌ ପିଟିଶନ ଆଗତ କରିଥିଲେ। ଉକ୍ତ ରିଟ୍‌ ପିଟିଶନର ଶୁଣାଣି କରି ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବଂ ତାଙ୍କ ପରିବାରର ଆର୍ଥିକ ଅବସ୍ଥାକୁ ବିଚାର ହାଇକୋର୍ଟ ଏହି ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି କାଫେ ଉଦ୍‌ଘାଟନ କଲେ ଏମ୍‌ପି

ତୁମୁଡିବନ୍ଧ,୨୬ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଶୁକ୍ରବାର ତୁମୁଡିବନ୍ଧ ଗସ୍ତ କରି ବ୍ଲକ୍‌ ପରିସରରେ ଥିବା ମିଶନ ଶକ୍ତି କାଫେ, ବେଲଘର...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri