Posted inଖେଳ

ଧୋନୀଙ୍କୁ ଟିଭିରେ ଦେଖି ସ୍ତ୍ରୀ କହିଲେ ଏମିତି

ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚରେ ଏମଏସ ଧୋନୀ ୪୩୭ ଦିନ ପରେ କ୍ରିକେଟ ପଡିଆକୁ ଓହ୍ଲାଇଥିଲେ। ପ୍ରଥମ ମ୍ୟାଚ୍‌ରେ ଧୋନୀଙ୍କ ନେତୃତ୍ୱଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟ୍‌ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଧୋନୀ ନୂଆ ଅବତାରରେ ନଜର ଆସିଥିଲେ। ପ୍ରତିଥର ଆଇପିଏଲ ସିଜିନ୍‌ ଭଳି ଏଥର ମଧ୍ୟରେ ଧୋନୀଙ୍କ ଲୁକ୍‌ ଭାଇରାଲ ହୋଇଥିଲା। ତାଙ୍କ ଲୁକ୍‌ ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ସୂର୍ଯ୍ୟାଙ୍କ ଫିଲ୍ମ ସିଂଘମର ଲୁକ୍‌ ଭଳି ଲାଗୁଥିଲା। ଧୋନୀ ଏକ ଭିନ୍ନ ଢଙ୍ଗରେ ଦାଢି ରଖିଥିଲେ। ସୋସିଆଲ ମିଡିଆରେ ତାଙ୍କ ଲୁକ୍‌ ଭାଇରାଲ ହେବା ପରେ ପ୍ରଶଂସକ ତାଙ୍କୁ ସିଂଘମ ଆଖ୍ୟା ଦେଇଛନ୍ତି। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ତାଙ୍କ ଲୁକ୍‌କୁ ବେଶ୍‌ ପସନ୍ଦ କରିଛନ୍ତି। ଧୋନୀ ମ୍ୟାଚ୍‌ ପରେ ସାକ୍ଷାତକାର ଦେଉଥିବାବେଳେର ଫଟୋ ସ୍କ୍ରିନ୍‌ଶଟ୍‌ ନେଇ ସାକ୍ଷୀ ନିଜ ଇନ୍‌ଗ୍ରାମରେ ଛାଡିଥିଲେ। ଏହାର କ୍ୟାପ୍‌ଶନ୍‌ରେ ଲେଖିଥିଲେ କେତେ ହ୍ୟାଣ୍ଡ୍‌ସମ୍‌ ଲାଗୁଛ। ସୂଚନାଯୋଗ୍ୟ, କରୋନା ଯୋଗୁ ଏଥର ଆଇପିଏଲ୍‌ ୟୁଏଇରେ ଅନୁଷ୍ଠିତ ହେଉଛି। ଅନେକ ଖେଳାଳି ଏଥର ନିଜ ପରିବାରବାରକୁ ସାଙ୍ଗରେ ନେଇନାହାନ୍ତି। ଏଥିରେ ସାମିଲ ଅଛନ୍ତି ଧୋନୀ। ଫଳରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଟିଭିରେ ମ୍ୟାଚ୍‌ ଉପଭୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri