କରୋନା ସରିବା ପରେ ବି ବିଶ୍ୱର ୨କୋଟି କନ୍ୟା ଯାଇପାରିବେନି ସ୍କୁଲ: ମଲାଲା

ଇସ୍‌ଲାମାବାଦ,୨୦ ।୯: ପାକିସ୍ତାନର ଶିକ୍ଷାକର୍ମୀ ତଥା ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚେତାବନୀ ଦେଇ କହିଛନ୍ତି କରୋନା ଭାଇରସ ଭଳି ମହାମାରୀ ସଂକ୍ରମଣ ଶେଷ ହେବା ପରେ ବି ବିଶ୍ୱରେ ପାଖାପାଖି ୨ କୋଟି କନ୍ୟା ସ୍କୁଲ ଯିବାରୁ ବଞ୍ଚିତ ହେବେ । ପାକିସ୍ତାନ ଖବରକାଗଜ ଡନର ସୂଚନା ଅନୁଯାୟୀ, ଶୁକ୍ରବାର ୟଏନ୍ ଜେନରାଲ ଆସେମ୍ଲିର ଏକ ସାଇଡଲାଇନ୍ସ ଇଭେଣ୍ଟରେ ମଲାଲା କହିଛନ୍ତି କରୋନା ଭାଇରସ ସଂକ୍ରମଣ ସରିବା ପରେ ବି ପାଖାପାଖି ୨ କୋଟି ବା ୨୦ ମିଲିୟନରୁ ଅଧିକ କନ୍ୟା କେବେବି ସ୍କୁଲ ଯାଇ ପାରିବେ ନାହିଁ । କାରଣ କରୋନା ଭାଇରସ ଆମ ସାମୁହିକ ଲକ୍ଷ୍ୟ ଯେପରିକି ମହିଳାଙ୍କୁ ଶିକ୍ଷିତ କରିବା ଆଦିକୁ ବଡ ଝଟ୍‌କା ଦେଇଛି । ସେ କହିଛନ୍ତି ବିଶ୍ୱ ଶିକ୍ଷା ପାଣ୍ଠି ବ୍ୟବଧାନ ପ୍ରତିବର୍ଷ ୨ଶହ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ମଲାଲା ଅନ୍ତର୍ଜାତୀୟ ସମୁଦାୟକୁ ମନେପକାଇ ଦେଇଛନ୍ତି ଯେ ପାଞ୍ଚ ବର୍ଷ ପୂର୍ବେ ଜାତିସଂଘ ଲକ୍ଷ ଲକ୍ଷ ବାଳିକାଙ୍କ ଭବିଷ୍ୟତ ସ୍ଥିର କରିଥିଲା । ଯେଉଁମାନେ ଶିକ୍ଷା ଚାହୁଁଥିଲେ ଓ ସମାନତା ପାଇଁ ଲଢୁଥିଲେ । ହେଲେ ଗତ ୫ ବର୍ଷରେ କିଛି କରାଯାଇ ନ ଥିବା ମଲାଲା କହିଛନ୍ତି । ଗତମାସରେ ଜାତିସଂଘ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ଇତିହାସରେ ଶିକ୍ଷା ପ୍ରଣାଳୀରେ ସବୁଠାରୁ ଅଧିକ ବ୍ୟବଧାନ ସୃଷ୍ଟି କଲା । ଯେଉଁଥିରେ ୧୯୦ ଦେଶ ଓ ସମସ୍ତ ମହାଦ୍ୱୀପରେ ପାଖାପାଖି ୧.୬ ଅରବ ଶିକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି । ସ୍କୁଲ ଓ ଅନ୍ୟ ଶିକ୍ଷା ପ୍ରତିଷ୍ଠାନ ବନ୍ଦ ହେବା ଫଳରେ ବିଶ୍ୱରେ ପାଖାପାଖି ୯୪ ପ୍ରତିଶତ ଶିଡକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି । ଯାହାକୁ ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଦେଶରେ ୯୯ ପ୍ରତିଶତ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri