ଟାର୍ଗେଟ୍‌ ପୂରଣ କରିପାରୁନି ‘ସୁକନ୍ୟା ସମୃଦ୍ଧି’

ଅନୁଗୋଳ ଅଫିସ, ୧୯ା୯ – କୌଣସି କ୍ଷେତ୍ରରେ ପଛରେ ନାହାନ୍ତି ଝିଅ। ତଥାପି ଝିଅଟିଏ ଅପେକ୍ଷା ପୁଅଟିକୁ ପଢ଼ାଇ ଆଗକୁ ବଢ଼ାଇବାକୁ ଅନେକ ଅଭିଭାବକ ପସନ୍ଦ କରିଥାନ୍ତି। ଏପରି କି କନ୍ୟାସନ୍ତାନଟିଏ ଜନ୍ମହେଲେ ମନଊଣା କରୁଥିବା ମାତାପିତାଙ୍କର ମଧ୍ୟ ଅଭାବ ନାହିଁ। ତେଣୁ କନ୍ୟାଭ୍ରୂଣ ହତ୍ୟା ରୋକିବା ସହ ଝିଅମାନଙ୍କ ପ୍ରତି ପରିବାରରେ ଥିବା ଏପରି ମନୋଭାବରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ‘ବେଟି ବଞ୍ଚାଅ, ବେଟି ପଢ଼ାଅ’ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରୁଛନ୍ତି। ଏଥିସହ ଝିଅମାନଙ୍କୁ ପଢ଼ାଇ ଆଗକୁ ବଢ଼ାଇବାକୁ ଅନେକ ଯୋଜନା କରିଛନ୍ତି। ସେଥିମଧ୍ୟରୁ ‘ସୁକନ୍ୟା ସମୃଦ୍ଧି’ ଅନ୍ୟତମ। ଝିଅମାନଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ସହ ବିବାହ ବେଳେ ପରିବାରକୁ ଆର୍ଥିକ ସମୃଦ୍ଧି ଦେବା ଏହି ଯୋଜନାର ଉଦ୍ଦେଶ୍ୟ। ହେଲେ ଅନୁଗୋଳ ଜିଲାରେ ସୁକନ୍ୟା ସମୃଦ୍ଧି ପ୍ରତିବର୍ଷ ଦିଆଯାଉଥିବା ଟାର୍ଗେଟ୍‌ ପୂରଣ କରିପାରୁ ନାହିଁ। ଗତ ୫ ବର୍ଷରେ ଜିଲାର ବିଭିନ୍ନ ଡାକଘରେ ମାତ୍ର ୨୧ ହଜାର ୬୯୦ ଜଣ ମାତାପିତା ଏହି ଯୋଜନାରେ ଆକାଉଣ୍ଟ ଖୋଲିଥିବା ସୂଚନା ମିଳିଛି।
୨୦୧୫ ଜାନୁୟାରୀ ୨୨ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଏହି ସୁକନ୍ୟା ସମୃଦ୍ଧି ଯୋଜନା। ଜନ୍ମରୁ ୧୦ ବର୍ଷ ବୟସ୍କ ଝିଅମାନଙ୍କ ନାମରେ ସେମାନଙ୍କ ମାତାପିତା ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ମାତ୍ର ୨୫୦ ଟଙ୍କା ଦେଇ ଏ ନେଇ ଏକ ଆକାଉଣ୍ଟ ଖୋଲିପାରିବେ। ପରେ ମାସକୁ ମାତ୍ର ଶହେ ଟଙ୍କାରୁ ଆରମ୍ଭ କରି ଗୋଟିଏ ଆର୍ଥତ୍କ ବର୍ଷରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଉକ୍ତ ଆକାଉଣ୍ଟରେ ଜମା କରାଯାଇ ପାରିବ। ଏହି ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟର ଅବଧି ୨୧ ବର୍ଷ ହୋଇଥିଲେ ହେଁ ଅଭିଭାବକମାନେ କେବଳ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବେ। ଝିଅକୁ ୨୧ ବର୍ଷ ହେଲେ ଏହି ଜମା ରାଶି ସୁଧ ସହିତ ଉଠାଇ ପାରିବେ। ଆବଶ୍ୟକ ପଡ଼ିଲେ ଝିଅକୁ ୧୮ ବର୍ଷ କିମ୍ବା ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଜମାରାଶିରୁ ୫୦ ପ୍ରତିଶତ ଋଣ ଆକାରରେ ଆଣି ପୁନର୍ବାର ସୁଧ ସହ ଜମା କରିପାରିବେ। ଏହି ଯୋଜନାର ସବୁଠାରୁ ଆକର୍ଷଣୀୟ ଦିଗ ହେଲା ଉଚ୍ଚ ସୁଧ ହାର। କିନ୍ତୁ ଏତେ ସୁବିଧା ସତ୍ତ୍ୱେ ଅନୁଗୋଳ ଜିଲାରେ ଏହି ଯୋଜନା ପ୍ରତି ଅଭିଭାବକମାନେ ସେପରି ଆକର୍ଷିତ ହୋଇପାରି ନାହାନ୍ତି। ଜିଲା ମୁଖ୍ୟ ଡାକଘର ଅଧୀନରେ ୩୦ଟି ଉପ ଡାକଘର ସହ ୨୧୫ଟି ଶାଖା ଡାକଘରେ ଏବଂ ବ୍ୟାଙ୍କରେ ଏହି ସୁବିଧା ଉପଲବ୍ଧ ରହିଛି। କିନ୍ତୁ ୨୦୧୫ରେ ମାତ୍ର ୩ ହଜାର ୧୪୩ ମାତାପିତା ସେମାନଙ୍କ କନ୍ୟାରତ୍ନ ନାମରେ ଡାକଘରେ ଆକାଉଣ୍ଟ ଖୋଲିଥିଲେ। ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ଜିଲାରେ ୯ ହଜାର ୬୧୯ଟି ଆକାଉଣ୍ଟ ଖୋଲାଯାଇଥିବା ବେଳେ ୨୦୧୬-୧୭ରେ ୧ ହଜାର ୧୫ଟି, ୨୦୧୭-୧୮ରେ ୧ ହଜାର ୪୦୯ଟି, ୨୦୧୮-୧୯ରେ ୧ ହଜାର ୯୭୩, ୨୦୧୯-୨୦ରେ ୩ ହଜାର ୮୫ ଓ ୨୦୨୦-୨୧ ଆର୍ଥିକ ବର୍ଷର ଅଗଷ୍ଟ ୩୧ ସୁଦ୍ଧା ୧ ହଜାର ୪୪୬ଟି ଆକାଉଣ୍ଟ ଖୋଲାଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ପୋଷ୍ଟମାଷ୍ଟର ସୁଶାନ୍ତ କୁମାର ପାଣିଗ୍ରାହୀ କହିଛନ୍ତି, ଏବେ ପୋଷ୍ଟାଲ ସହ ବ୍ୟାଙ୍କରେ ମଧ୍ୟ ଲୋକମାନେ ଏହି ଯୋଜନାରେ ଆକାଉଣ୍ଟ ଖୋଲୁଛନ୍ତି। ଏପରି କି ବିଭିନ୍ନ ଗ୍ରାମରେ ଲୋକଙ୍କୁ ସଚେତନ କରାଯାଉଛି। ସମ୍ପୂର୍ଣ୍ଣ ସୁକନ୍ୟା ଗ୍ରାମ ଭାବେ କେତେକ ଗ୍ରାମକୁ ଡାକ ବିଭାଗ ପକ୍ଷରୁ ନିଆଯାଇ ଘର ଘର ବୁଲି ସଚେତନ କରାଯାଉଛି। ଏଥିସହ ଶାଖା ଡାକପାଳମାନେ ଲୋକଙ୍କ ନିକଟକୁ ଯାଉଛନ୍ତି। ଯେହେତୁ ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ର ସରକାରଙ୍କ ପାଇଲଟ ପ୍ରୋଜେକ୍ଟ, ସେଥିପାଇଁ ଟାର୍ଗେଟ ମଧ୍ୟ ପ୍ରଦାନ କରାଯାଉଛି। କିନ୍ତୁ ଏହା ପୂରଣ ହୋଇପାରୁ ନାହିଁ। ତଥାପି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଉଦ୍ୟମ ଜାରି ରହିଥିବା ମୁଖ୍ୟ ପୋଷ୍ଟମାଷ୍ଟର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri