Posted inଫୁରସତ

ସାଲାଡ୍‌ ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ହୋଟେଲରେ ଖାଇବା ସମୟରେ ଗ୍ରାହକ ସାଲାଡ୍‌ ଖାଇବା ପାଇଁ ଖୁବ୍‌ ପସନ୍ଦ କରିଥାନ୍ତି। ଆଜିକାଲି ଲୋକଙ୍କ ଚାହିଦାକୁ ଦେଖି ସାଲାଡ୍‌ର ମୂଲ୍ୟ ବି ବଢ଼ିଗଲାଣି। କାରଣ ସାଲାଡ୍‌ ସ୍ବାସ୍ଥ୍ୟପକ୍ଷେ ବହୁତ ଲାଭଦାୟକ। କିଛି ଲୋକ ଭିନ୍ନ ଭିନ୍ନ କିସମର ସାଲାଡ୍‌ ଡାଏଟ୍‌ରେ ସାମିଲ କରୁଛନ୍ତି।


ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୁଣେରେ ରହୁଥିବା ଜଣେ ମହିଳା ସାଲାଡ୍‌ ବିକି ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ମେଘା ବାଫ୍‌ନା ନାମକ ଏହି ମହିଳା ଜଣକ ୨୦୧୭ରେ ନିଜର ବେପାର ଆରମ୍ଭ କରିଥିଲେ। ସେ ନିଜ ଘରେ ସାଲାଡ୍‌ ପ୍ରସ୍ତୁତ କରି ପ୍ରଥମେ ସୋସିଆଲ ମିଡିଆରେ ସାଙ୍ଗମାନଙ୍କ ସହ ଶେୟାର କରୁଥିଲେ। ପରେ ତାଙ୍କୁ ଧୀରେ ଧୀରେ ଅର୍ଡର ମିଳିବା ଆରମ୍ଭ ହୋଇଥିଲା। ମେଘାଙ୍କୁ ପ୍ରଥମ ଦିନ ତାଙ୍କର ୫ ଜଣ ସାଙ୍ଗ ଅର୍ଡର ଦେଇଥିଲେ। ମେଘାଙ୍କ ଦ୍ୱାରା ପ୍ରସ୍ତୁତ ସାଲାଡ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଧୀରେ ଧୀରେ ତାଙ୍କ ବେପାର ମଧ୍ୟ ବଢିଚାଲିଛି।

ଆଜି ମେଘା ଜଣେ ସଫଳ ବ୍ୟବସାୟୀ। ୩୦୦୦ ଟଙ୍କାରୁ ବେପାର ଆରମ୍ଭ କରିଥିା ମେଘା ଆଜିର ସମୟରେ ସେ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମେଘା ପ୍ରତିଦିନ ସକାଳ ସାଢ଼େ ୪ରୁ ଉଠି ସାଲାଡ୍‌ ପ୍ୟାକେଟ୍‌ ପ୍ରସ୍ତୁତ କରିଥାନ୍ତି। ପରିବା ଆଣନ୍ତି। ମସଲା ପ୍ରସ୍ତୁତ କରନ୍ତି। ପ୍ରତି କାମ ସେ ନିଜେ କରିଥାନ୍ତି। ଅନେକ ଥର କ୍ଷତି ସହିଥିଲେ ମଧ୍ୟ ସେ ବେପାର ଛାଡ଼ି ଦେଇନାହାନ୍ତି। ଯାହା ଆଜି ତାଙ୍କୁ ପ୍ରତିଷ୍ଠିତ ବ୍ୟବସାୟୀର ପରିଚୟ ଦେଇଛି। ଲକ୍‌ଡାଉନ୍‌ ପୂର୍ବରୁ ତାଙ୍କର ୨୦୦ ଗ୍ରାହକ ଥିଲେ। ବର୍ତ୍ତମାନ ଏହି ସଂଖ୍ୟା ବଢ଼ିଚାଲିଛି। ମେଘା କୁହନ୍ତି, ଇଚ୍ଛାଶକ୍ତି ଥିଲେ କେହି କୌଣସି କାର୍ଯ୍ୟରେ ହାରିବେ ନାହିଁ। ବେପାର ମାନ୍ଦା ପରେ ମଧ୍ୟ ସେ କାମ ଛାଡ଼ି ଦେଇ ନାହାନ୍ତି। ଯେଉଁଥିପାଇଁ ସେ ଆଜି ଏହି ଜାଗାରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri