Posted inଖେଳ

କ୍ରିକେଟର ସ୍ବାମୀଙ୍କଠାରୁ ଅଧିକ ଲୋକପ୍ରିୟ ଏହି ଆଙ୍କର୍‌: ଫୁଟବଲ୍‌ ବିଶ୍ୱକପ୍‌ ଏବଂ କମନଓ୍ବେଲ୍‌ଥ୍‌ ଗେମ୍ସ୍‌‌ରେ ଆସିଛନ୍ତି ନଜର

ନୂଆଦିଲ୍ଲୀ,୧୫।୯: ଭାରତରେ ବହୁତ କମ୍‌ କ୍ରିକେଟ ଖେଳାଳି ଅଛନ୍ତି ଯେଉଁମାନଙ୍କ ଜୀବନସାଥୀ ମଧ୍ୟ କ୍ରିକେଟଜଗତ ସହ ଡଡ଼ିତ। ସେଭଳି ଗୋଟିଏ ଦମ୍ପତ୍ତି ହେଲେ ଷ୍ଟୁଅର୍ଟ ବିନ୍ନି ଏବଂ ମୟନ୍ତି ଲାଙ୍ଗର। ୨୦୧୨ରେ ମୟନ୍ତୀଙ୍କୁ ବିବାହ କରିଥିଲେ ଷ୍ଟୁଅର୍ଟ। ଉଭୟଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ।

ମୟନ୍ତି ନିଜର କ୍ରିକେଟ କ୍ୟାରିୟରର ପ୍ରଥମ ସାକ୍ଷାତକାର ବିନ୍ନିଙ୍କର ନେଇଥିଲେ। ଏଥିରେ ସେ ନିର୍ବନ୍ଧକୁ ନେଇ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ବିନ୍ନି ଏହା ମିଥ୍ୟା ଖବର ବୋଲି କହିଥିଲେ। ପରେ ଉଭୟ ହସିବାରେ ଲାଗିଥିଲେ। ବାସ୍‌ ସେବେଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା।

ତେବେ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ବିନ୍ନି। ତାଙ୍କ ବାପା ସ୍କୁଲରେ କ୍ରିକେଟ କୋଚ୍‌ ଥିବାରୁ ବିନ୍ନିଙ୍କର ଖେଳପ୍ରତି ଆଗ୍ରହ ବଢ଼ିଥିଲେ। ହେଲେ କୌଣସି ରାଷ୍ଟ୍ରୀୟ ଟିମ୍‌ରେ ତାଙ୍କୁ ସୁଯୋଗ ମିଳୁ ନ ଥିଲା। ଏହାପରେ ସେ ଆଇସିଏଲ୍‌ରେ ଖେଳି ଭଲ ପ୍ରଦର୍ଶନ ଦେଇଥିଲେ। ବିସିସିଆଇ ଭାରତୀୟ ଖେଳାଳିଙ୍କ ଉପରେ ଆଇସିଏଲ୍‌ରେ ଖେଳିବା ଉପରେ ରୋକ ଲଗାଇଥିଲା। ଫଳରେ ବିନ୍ନିଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ଏହାର କିଛି ସମୟ ପରେ ତାଙ୍କୁ ଇଣ୍ଡିଆ-ଏରେ ସାମିଲ୍‌ କରାଯାଇଥିଲା।

୨୦୧୪ରେ ସେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ସାମିଲ ହୋଇଥିଲେ। ୨୦୧୫ରେ କିନ୍ତୁ ବିଶ୍ୱକପ୍‌ ଟିମ୍‌ର ସଦସ୍ୟ ହେବା ସତ୍ତ୍ୱେ ସେ ନିଜ ସ୍ଥାନ ବଜାୟ ରଖିପାରି ନ ଥିଲେ। ମାତ୍ର ରାଜସ୍ଥାନ ରୟାଲ୍ସ ଏବଂ ବାଙ୍ଗାଲୋର ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ଖେଳି ସାରିଛନ୍ତି ବିନ୍ନି। ଅପରପକ୍ଷେ ତାଙ୍କ ଧର୍ମପତ୍ନୀ ମୟନ୍ତି ମ୍ୟାଚ୍‌ ହୋଷ୍ଟ କରିଥାନ୍ତି। ମୟନ୍ତୀଙ୍କ ୭୮୨ ହଜାର ଫଲୋଅର୍ସ ଥିବା ବେଳେ ବିନ୍ନିଙ୍କ କେବଳ ୩୪୪ ହଜାର ଫଲୋଅର୍ସ ଅଛନ୍ତି।

ମୟନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ କରିଥିଲେ। କଲେଜ ଦିନରେ ସେ ଫୁଟବଲ୍‌ ଖେଳୁଥିଲେ। ଖେଳରେ ରୁଚି ଥିବା ହେତୁ ୨୦୧୦ରେ ସେ ଫିଫା ବିଶ୍ୱକପ୍‌ ଏବଂ କମନଓ୍ବେଲ୍ଥ ଗେମ୍ସକୁ ହୋଷ୍ଟ କରିଥିଲେ। ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ମଧ୍ୟ ତାଙ୍କୁ ହୋଷ୍ଟ ଏବଂ ଆଙ୍କରିଙ୍ଗ କରୁଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri