ଶିଶୁ ସାହିତି୍ୟକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ

କଟକ ଅଫିସ,୧୫।୯: ପ୍ରଖ୍ୟାତ ଶିଶୁ ସାହିତି୍ୟକ ନଦିଆ ବିହାରୀ ମହାନ୍ତି(୯୦)ଙ୍କର ସୋମବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଦୁଇଦିନ ତଳେ ମଙ୍ଗଳାବାଗର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଅପରାହ୍ନ ୨ଟା ୨୦ ମିନିଟ୍‌ରେ ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଖାନ୍‌ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ନଦିଆଙ୍କ ସାହିତ୍ୟର ଅନ୍ତଃସ୍ବର ଥିଲା ହାସ୍ୟରସ। ୨୧ ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକର ପ୍ରଣେତା ନଦିଆ ରାଜ୍ୟ ସାହିତ୍ୟାକାଶରେ ‘ବଡ଼ ଭାଇ’ ଭାବେ ପରିଚିତ ଥିଲେ। ୧୯୫୮ରେ କଟକ ଆକାଶବାଣୀର ଶିଶୁ ସଂସାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେଥିରେ ତାଙ୍କର ଭୂମିକା ଥିଲା ‘ବଡ଼ ଭାଇ’। ଏହି କାର୍ଯ୍ୟକ୍ରମ ରାଜ୍ୟରେ ପ୍ରସିଦ୍ଧି ଲାଭ କରିବା ସହିତ ନଦୀୟାଙ୍କୁ ବଡ଼ ଭାଇ ଭାବେ ପରିଚୟ ପ୍ରଦାନ କରିଥିଲା। ନଦିଆଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ‘କିଶୋର ଚକ୍ର’, ‘ଚକା ଚକା ଭଉଁରୀ’ କାର୍ଯ୍ୟକ୍ରମ ବେଶ୍‌ ଲୋକାଦୃତ ହୋଇଥିଲା। ଛାତ୍ର ଜୀବନରୁ ସେ ଶିଶୁ ସାହିତ୍ୟ ସୃଷ୍ଟିରେ ବ୍ରତୀ ଥିଲେ। ତତ୍କାଳୀନ ଶିଶୁ ପତ୍ରିକା ସଂସାର, ମୀନାବଜାର ପ୍ରଭୃତିରେ ତାଙ୍କ ଗଳ୍ପ, କବିତା, ଏକାଙ୍କିକାଗୁଡ଼ିକ ପ୍ରକାଶ ପାଇବା ପରେ ସ୍ବର୍ଗତ ଡ. ହରେକୃଷ୍ଣ ମହତାବ, ସ୍ବର୍ଗତ ରାମକୃଷ୍ଣ ନନ୍ଦ, ସ୍ବର୍ଗତଃ ରାମପ୍ରସାଦ ମହାନ୍ତିଙ୍କଠାରୁ ସେ ପ୍ରଶଂସିତ ହୋଇଥିଲେ। କଲେଜ ଜୀବନରେ ବେତାର ନାଟ୍ୟଶିଳ୍ପୀ ଓ ଶିଶୁ କାର୍ଯ୍ୟକ୍ରମରେ ସାମିଲ ହେବାର ସେ ସୁଯୋଗ ପାଇଥିଲେ। ୧୯୮୯ରେ କଟକ ଆକାଶବାଣୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଯୋଜକ ଭାବେ ସେ ଅବସର ଗ୍ରହଣ କରିଥିଲେ। ପରେ ଧ୍ରୁବତାରା ନାମରେ ଏକ ଭ୍ରାମ୍ୟମାଣ ଶିଶୁ ସାହିତ୍ୟ ଅନୁଷ୍ଠାନ ଗଠନ କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ତଥା ଶିଶୁ ସାଂସ୍କୃତିକ ଅନୁଷ୍ଠାନରେ ପ୍ରତି ମାସର ଦ୍ୱିତୀୟ ଶନିବାର ଏକ ଶିଶୁ ସମାବେଶ କରାଇ ଶିଶୁ ପାଠକ ଓ ଶିଶୁ ସାହିତି୍ୟକଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ କରାଉଥିଲେ। ୨୦୧୩ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କର ଅନବଦ୍ୟ ଶିଶୁ ସଙ୍କଳନ ‘ଗପୁଡ଼ି ଓ ପକୁଡ଼ି’ ପାଇଁ ୧୯୮୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇଥିଲେ। ସପନ ଗୁଡ଼ି, ଛଅପା ହାତରେ ଛକଡ଼ି, ଅନନ୍ତ ପଥେ ଶ୍ରୀମନ୍ତ, ସାଧୁର ଶଗଡ଼, ଠେକୁ ମହାରାଜ, କୁନାକୁନା କାହାଣୀମାଳ, ବଡ଼ଭାଇଙ୍କ କାହାଣୀମୁଣି ଆଦି ତାଙ୍କ ଅନ୍ୟବଦ୍ୟ ସୃଷ୍ଟିରୁ କିଛି।
ନଦିଆଙ୍କ ପରଲୋକରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ସଚିବ ଶୁଚିସ୍ମିତା ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଶିଶୁମାନଙ୍କର ସାଂସ୍କୃତିକ ଓ ବୌଦ୍ଧିକ ବିକାଶ ପାଇଁ ନଦିଆ ଉଦ୍ୟମ ଜାରି ରଖିଥିଲେ। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ଏକାଡେମୀ ପକ୍ଷରୁ ପ୍ରେସ୍‌ ବିବୃତିରେ କୁହାଯାଇଛି। ଓଡ଼ିଆ ଶିଶୁ ସାହିତ୍ୟ ଜଣେ ମୁରବିଙ୍କୁ ହରାଇଲା ବୋଲି ସାହିତି୍ୟକ ଡ. ବିଜୟାନନ୍ଦ ସିଂ କହିଛନ୍ତି। ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ. ପ୍ରଭାକର ସ୍ବାଇଁ, ନାଟ୍ୟକାର ସଞ୍ଜିତ ପଟ୍ଟନାୟକ, ଡା. ରବି ରଞ୍ଜନ ସାହୁ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri