Posted inଖେଳ

୧୦୦ ଅନ୍ତର୍ଜାତୀୟ ଗୋଲ୍‌ ଦେବାରେ ରୋନାଲ୍ଡୋ ବିଶ୍ୱର ୨ୟ ଖେଳାଳି

ନୂଆଦିଲ୍ଲୀ, ୯।୯: ପର୍ତ୍ତୁଗାଲ ଷ୍ଟାର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱର ୨ୟ ପୁରୁଷ ଫୁଟ୍‌ବଲ୍‌ ଖେଳାଳି ଭାବେ ୧୦୦ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି। ନେସନ୍ସ କପ୍‌ରେ ପର୍ତ୍ତୁଗାଲ ଓ ସ୍ବିଡେନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅବସରରେ ରୋନାଲ୍ଡୋ ଏହି ସଫଳତା ପାଇଛନ୍ତି। ଏହି ମ୍ୟାଚ୍‌ରେ ପର୍ତ୍ତୁଗାଲ ୨-୦ ଗୋଲରେ ବିଜୟୀ ଲାଭ କରିଥିଲା। ପର୍ତ୍ତୁଗାଲ ପକ୍ଷରୁ ରୋନାଲ୍ଡୋ ହିଁ ଏହି ୨ଟି ଯାକ ଗୋଲ୍‌ ଦେଇଥିଲେ। ଏଥିସହ ବିଶ୍ୱର ୨ୟ ଖେଳାଳି ଭାବେ ୩୫ ବର୍ଷୀୟ ଏହି ଜୁଭେଣ୍ଟସ୍‌ ଷ୍ଟାର୍‌ ୧୦୦ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର କରିବାର କୀର୍ତ୍ତିମାନ କରିଛନ୍ତି। ତାଙ୍କ ପୂର୍ବରୁ ଇରାନ୍‌ର ଅଲି ଡାଏଇ ପ୍ରଥମ ଫୁଟ୍‌ବଲର୍‌ ଭାବେ ଏହି ମାଇଲଷ୍ଟୋନ ଛୁଇଁଥିଲେ। ୧୯୯୩ରୁ ୨୦୦୬ ପର୍ଯ୍ୟନ୍ତ ଇରାନ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଅଲି ମୋଟ୍‌ ଉପରେ ୧୦୯ ଗୋଲସ୍କୋର କରି ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି। ସେହିଭଳି ପ୍ରଥମ ୟୁରୋପିଆନ୍‌ ଖେଳାଳି ଭାବେ ରୋନାଲ୍ଡୋ ୧୦୦ ଗୋଲ୍‌ ଦେଇଛନ୍ତି। ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଥିବା ଫୁଟ୍‌ବଲ ଖେଳାଳି ତାଲିକାର ୩ୟ ସ୍ଥାନରେ ଭାରତର ଅଧିନାୟକ ସୁନୀଲ ଛେତ୍ରୀ (୭୨) ରହିଛନ୍ତି। ଛେତ୍ରୀଙ୍କ ପଛକୁ ଆର୍ଜେଣ୍ଟିନା ସୁପର୍‌ ଷ୍ଟାର୍‌ ଲିଓନେଲ ମେସି (୭୦) ୪ର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri