ଗଞ୍ଜାମରେ ଟ୍ରେନ ରହଣି ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଛତ୍ରପୁର,୯ା୯(ଡି.ଏନ୍‌.ଏ.): ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅନଲକ୍‌ ୪ ଗାଇଡ୍‌ଲାଇନ ଅବମାନନା କରି ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ବ୍ରହ୍ମପୁର ଗଞ୍ଜାମ, ଛତ୍ରପୁର, ବାଲୁଗାଁ ଷ୍ଟେଶନରେ ସ୍ପେଶାଲ ଟ୍ରେନ୍‌ ଫାଲ୍‌କନାମା, କୋଣାର୍କ ଏକ୍ସପ୍ରେସ ଟ୍ରେନ ଚଳାଚଳ ରହଣି ଉପରେ ରେଲଓ୍ବେ ବୋର୍ଡ ଚେୟାରମ୍ୟାନ୍‌ ସ୍ଥଗିତାଦେଶ ପ୍ରଦାନ କରିଛନ୍ତି। ଏଥିସହ ବ୍ରହ୍ମପୁରରୁ ଭୁବନେଶ୍ୱର ଦୈନିକ ଯାତାୟାତ କରୁଥିବା ସ୍ପେଶାଲ ପାସେଞ୍ଜର ଟ୍ରେନ ଚଳାଚଳ ବାତିଲ ମଧ୍ୟ କରାଯାଇଛି। ବର୍ତ୍ତମାନ ଓଡ଼ିଶାର ଖୋର୍ଦ୍ଧା ଜିଲାରେ ଦୈନିକ ୧ ହଜାର କରୋନା ରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ଖୋର୍ଦ୍ଧା ଓ ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ ଚଳାଚଳ ବାତିଲ କରାଯାଇନାହିଁ। ଏଥିରୁ ସ୍ପଷ୍ଟ ହୁଏ ରାଜ୍ୟ ଓ କେନ୍ଦ୍ର ସରକାର ଗଞ୍ଜାମ ଜିଲାପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଟ୍ରେନ ଚଳାଚଳ ସ୍ବାଭାବିକ ନ ହେବାରୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଟ୍ରେନ ନ ଚଳାଇବାରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବାଧ୍ୟ ହୋଇ ବସ୍‌ରେ ସୁରଟ ଯାଉଥିବା ବେଳେ ଦୁର୍ଘଟଣା ହୋଇ ୮ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏଥିପାଇଁ ରେଲଓ୍ବେ ବିଭାଗ ଓ ମୁଖ୍ୟ ଶାସନ ସଚିବ ଓଡ଼ିଶା ଓ ଗଞ୍ଜାମ ଜିଲାପାଳ ଦାୟୀ ଅଟନ୍ତି। ଉକ୍ତ ଜନସ୍ବାର୍ଥ ମାମଲାରେ ମାନ୍ୟବର ନ୍ୟାୟାଳୟଙ୍କୁ ଅନୁରୋଧ କରାଯାଇଛି ଯେ, ତୁରନ୍ତ ଟ୍ରେନ ଚଳାଚଳକୁ ଅନୁମତି ଏବଂ ବ୍ରହ୍ମପୁର, ଛତ୍ରପୁର ଗଞ୍ଜାମ, ବାଲୁଗାଁ ଷ୍ଟେଶନରେ ଟ୍ରେନ ରହଣି ପୂର୍ବ ଅନୁଯାୟୀ ରହୁ। ଏଥିରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଚେୟାରମ୍ୟାନ, ସଚିବ ଗୃହ ବିଭାଗ କେନ୍ଦ୍ର ସରକାର, ଚେୟାରମ୍ୟାନ୍‌ ରେଲୱେ ବୋର୍ଡ ନୂଆଦିଲ୍ଲୀ, ମୁଖ୍ୟ ଶାସନ ସଚିବ ଓଡ଼ିଶା, ଏସ୍‌ଆରସି, ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲଓ୍ବେ ମ୍ୟାନେଜର, ଖୋର୍ଦ୍ଧା ଇଷ୍ଟକୋଷ୍ଟ ରେଲଓ୍ବେ ଡିଆରଏମ, ଗଞ୍ଜାମ ଜିଲାପାଳଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରାଯାଇଛି। ଉକ୍ତ ମକଦ୍ଦମାକୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri