Odisha Elections 2024
Posted inଜାତୀୟ

୪୬ ଲକ୍ଷରୁ ଅଧିକ ଚାଷୀ ‘ପିଏମ୍‌ କିଷାନ ଯୋଜନା’ରୁ ବଞ୍ଚିତ

ନୂଆଦିଲ୍ଲୀ, ୮।୯: ଦେଶରେ ଚାଷୀଙ୍କ ବିକାଶ ପାଇଁ ‘ପିଏମ୍‌ କିଷାନ ଯୋଜନା’ ପ୍ରଣୟନ କରାଯାଇଛି। ଇତିମଧ୍ୟରେ ଏହି ଯୋଜନାକୁ ୨୦ ମାସ ପୂରଣ ହୋଇଛି। ତେବେ ଆବଶ୍ୟକ କାଗଜ ପତ୍ର ଦାଖଲ କରି ନ ଥିବାରୁ ୪୬ ଲକ୍ଷ ୧୩ ହଜାର ୭୯୭ ଜଣ ଚାଷୀଙ୍କ ସଞ୍ଚୟ ଖାତାକୁ ୬ ହଜାର ଟଙ୍କା ଯାଇପାରି ନାହିଁ। ଇତିମଧ୍ୟରେ ଚାଷୀଙ୍କୁ ଏହି ଯୋଜନା ଅନ୍ତର୍ଗତ ୬ଷ୍ଠ କିସ୍ତିର ଟଙ୍କା ପଠାଯାଇଛି। କେତେକ କ୍ଷେତ୍ରରେ ଭୁଲ ଆବେଦନ କରାଯାଇଥିବା ତଥା ଆଧାର କାର୍ଡ ସମ୍ପର୍କିତ ସୂଚନା, ଚାଷୀଙ୍କ ନାମ, ବ୍ୟାଙ୍କ ସଞ୍ଚୟ ଖାତା ନମ୍ବର ଆଦି ନ ଥିବାରୁ ଏହି ଯୋଜନାର ଲାଭ ପାଇବାରୁ ବହୁ ଚାଷୀ ବଞ୍ଚିତ ହେଉଥିବା କେନ୍ଦ୍ରୀୟ କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଏଭଳି ଚାଷୀଙ୍କ ସଂଖ୍ୟା ଅଧିକ ଥିବା କୁହାଯାଉଛି। ବର୍ଷରେ ୩ କିସ୍ତିରେ ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ ଏହି ଯୋଜନାରେ ଆସିଥାଏ। ଏହି ପେମେଣ୍ଟ ସିଷ୍ଟମ୍‌ ସମ୍ପୂର୍ଣ୍ଣ ଅଟୋମେଟିକ୍‌। ତେଣୁ ସାଧାରଣ ଭୁଲରେ କରାଯାଇଥିବା ଆବେଦନ ଖାରଜ ହୋଇଯାଇଥାଏ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ କିସ୍ତିରେ ସର୍ବାଧିକ ୧୩ ଲକ୍ଷ ୬୮ ହଜାର ୫୦୯ ଜଣ ଚାଷୀଙ୍କ ଖାତାକୁ ଟଙ୍କା ଯାଇ ନ ଥିଲା। ଦ୍ୱିତୀୟ କିସ୍ତିରେ ୧୧ ଲକ୍ଷ ୪୦ ହଜାର ୮୫ ଜଣ ଚାଷୀ ଏହି ଲାଭ ପାଇ ପାରି ନ ଥିଲେ। ତୃତୀୟ କିସ୍ତିରେ ୮ ଲକ୍ଷ, ୫୩ ହଜାର ୭୨୧, ଚତୁର୍ଥ କିସ୍ତିରେ ୧୦ ଲକ୍ଷ ୫୧ ହଜାର ୫୨୫, ପଞ୍ଚମ କିସ୍ତିରେ ୩୧ ହଜାର ୭୭୪ ଏବଂ ୬ଷ୍ଠ କିସ୍ତିରେ ବର୍ତ୍ତମାନ ସୁଦ୍ଧା ଲକ୍ଷେ ୬୮ ହଜାର ୧୮୩ ଜଣ ଚାଷୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ପିଏମ୍‌ କିଷାନ ଯୋଜନାର ଓ୍ବେବସାଇଟ୍‌ରେ ଭୁଲ ତଥ୍ୟର ସଠିକ ସୂଚନା ଦେବାଦ୍ୱାରା ଏହି ଲାଭ ମିଳିପାରିବ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ଶନିବାର ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ...

ୟୁପି, ଦିଲ୍ଲୀରେ କମ୍‌ ଭୋଟିଂ ଭାଜପାକୁ କ୍ଷତି

ନୂଆଦିଲ୍ଲୀ,୨୬ା୫ଲୋକ ସଭା ନିର୍ବାଚନ ଶେଷହେବାକୁ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ଥିବାବେଳେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ଏବଂ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମତଦାନ...

ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ଆଖି ବୁଜିଲେ ୭ ନବଜାତକ, ଅନେକ ଗୁରୁତର

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ଜଣ ନବଜାତ ଶିଶୁ ଆଖି ବୁଜିଛନ୍ତି। ସେହିଭଳି ଅନେକଙ୍କ...

ଭାରତୀୟ ମହକାଶଚାରୀଙ୍କୁ ତାଲିମ ଦେବ ନାସା

ଓ୍ବାଶିଂଟନ,୨୫ା୫:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍‌ଏସ୍‌)କୁ ମିଳିତ ମିଶନ ପଠାଇବା ନିମନ୍ତେ ଆମେରିକା ମହକାଶ ପ୍ରତିଷ୍ଠାନ ନାସା ଭାରତୀୟ ମହାକାଶଚାରୀମାନଙ୍କୁ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବ।...

ରାଜସ୍ଥାନର ଫଲୋଡ଼ିରେ ତାପମାତ୍ରା ୫୦ ଟପିଲା

ଜୟପୁର,୨୫ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଫଲୋଡ଼ିରେ ଶନିବାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ହାସଲ କରିଛି। ଶୁକ୍ରବାର...

କେଜରିଓ୍ବାଲଙ୍କ ଗିରଫବେଳେ କାହିଁକି ନିଖୋଜ ଥିଲେ ସ୍ବାତୀ ମାଲିଓ୍ବାଲ, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୫।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲ ନିକଟରେ ବିବାଦ ଘେରରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫବେଳେ ସେ...

ଆସୁଛି ବାତ୍ୟା ’ରେମାଲ’: ଆସନ୍ତାକାଲି ମଧ୍ୟାହ୍ନରୁ କୋଲକାତା ବିମାନବନ୍ଦର ୨୧ ଘଣ୍ଟା ପାଇଁ ବନ୍ଦ

କୋଲକାତା,୨୫ା୫: ବାତ୍ୟା ’ରେମାଲ ପ୍ରଭାବ ପାଇଁ ପଶ୍ଚିମବଙ୍ଗ ରବିବାର ଦିନ ୧୨ ଟା ଠାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ୨୧ ଘଣ୍ଟା ପାଇଁ...

ଗେମିଂ ଜୋନ୍‌ରେ ନିଆଁ: ୨୦ ମୃତକଙ୍କ ମଧ୍ୟରେ ଅଛନ୍ତି ୧୨ ଶିଶୁ

ଗାନ୍ଧୀନଗର,୨୫ା୫: ଗୁଜରାଟର ରାଜକୋଟସ୍ଥିତ ଏକ ଗେମିଂ ଜୋନ୍‌ରେ ଶନିବାର ନିଆଁ ଲାଗିବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri