ଶୁଣାଣି ଶେଷ ଯାଏ ଏନ୍‌ପିଏ ହେବନି ଆକାଉଣ୍ଟ

ନୂଆଦିଲ୍ଲୀ,୪।୯: ମୋରାଟୋରିୟମ ସମୟ ଅବଧିରେ ସୁଧ ଉପରେ ସୁଧ ଲାଗୁ ପ୍ରସଙ୍ଗ ଉପରେ ଗୁରୁବାର ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଅନାଦାୟ ଋଣ (ଏନ୍‌ପିଏ) ଘୋଷଣା ହୋଇନାହିଁ, ସେହି ଖାତାଗୁଡିକୁ ମାମଲା ଶୁଣାଣି ହେବା ଶେଷ ଯାଏ ସୁରକ୍ଷା ପ୍ରଦାନ କରାଯିବ। ଏହି ବର୍ଗରେ ଆକାଉଣ୍ଟଗୁଡିକୁ ଶୁଣାଣି ନ ସରିବା ଯାଏ ଏନ୍‌ପିଏ ଘୋଷଣା ନ କରିବାକୁ ନ୍ୟାୟାଳୟ କହିଛନ୍ତି। ଗ୍ରାହକଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦ରେ ହେବ। ସୁପ୍ରିମକୋର୍ଟରେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ପକ୍ଷ ରଖିଛନ୍ତି। ସୁଧ ଛାଡ କରିବା କଷ୍ଟକର ମାତ୍ର ପେମେଣ୍ଟଜନିତ ଚାପକୁ କମ୍‌ କରାଯାଇ ପାରିବ ବୋଲି ସେ ନ୍ୟାୟାଳୟଙ୍କୁ କହିଛନ୍ତି। ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଅର୍ଥ ବ୍ୟବସ୍ଥାର ମୂଳ ଆଧାର ହୋଇଥିବା ବେଳେ ଏହା ଦୁର୍ବଳ ହେଲା ଭଳି କୌଣସି ପଦକ୍ଷେପ ସରକାର ନେବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ସୂଚନାଯୋଗ୍ୟ ମୋରାଟୋରିୟମ ଏଭଳି ଏକ ସୁବିଧା ଯାହା ଦ୍ୱାରା ଗ୍ରାହକ କିଛି ମାସ ଋଣ କିସ୍ତି ପ୍ରଦାନରୁ ବିରତ ହୋଇପାରିବେ। କରୋନା ଯୋଗୁ ସମସ୍ୟା ସାମ୍ନା କରୁଥିବା ବ୍ୟକ୍ତିବିଶେଷଙ୍କୁ ସୁବିଧା ଦେବା ଲାଗି ରିଜର୍ଭ ବ୍ୟାଙ୍କ ଋଣ ମୋରାଟୋରିୟମ ଘୋଷଣା କରିଥିଲେ। ମାର୍ଚ୍ଚରେ ପ୍ରାଥମିକ ସମୟ ଲାଗି ୩ ମାସ ପୁଣି ଅଗଷ୍ଟ ଶେଷ ଯାଏ ଆଉ ୩ ମାସ ଏହାକୁ ବଢ଼ାଯାଇଥିଲା।
ବର୍ତ୍ତମାନ ମୋରାଟୋରିୟମ ଅବଧିର ୬ ମାସ ଶେଷ ହୋଇଛି। ଏହାକୁ ବଢାଇବା ଲାଗି ଗ୍ରାହକଙ୍କ ପକ୍ଷରୁ ଦାବି କରାଯାଉଛି। ଏହି ଅବଧିରେ ଲାଗୁ ହେଉଥିବା ସୁଧ ଛାଡ କରିବା ଲାଗି ଦାବି ହେଉଛି। କାରଣ ସୁଧ ଉପରେ ସୁଧ ଲାଗୁ କରିବା ବୋଝ ଉପରେ ନଳିତା ବିଡା ବା ଦୋହରା ମାଡ ସଦୃଶ ହେବ। ଏହାକୁ ବିଚାରକରି ବର୍ତ୍ତମାନ ସୁଦ୍ଧା ସୁଧ କିସ୍ତି ଟାଳିବା ଲାଗି ରିଜର୍ଭ ବ୍ୟାଙ୍କ ଅନୁମତି ପ୍ରଦାନ କରିଛି। ଫଳରେ ବକେୟା କିସ୍ତି ଉପରେ ଲାଗୁଥିବା ସୁଧ ପ୍ରଦାନ କରିବାକୁ ପଡୁଥିବା ଜଣାପଡିଛି। ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କ’ଣ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri