Posted inଫୁରସତ

ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ, ଝିଅ ଈଶାଙ୍କ ସମକକ୍ଷ ହେଲେ କେରଳର ଏହି ଶିକ୍ଷକ, ଛିଡ଼ା କଲେ ୭୩୦୦୦ କୋଟିର କମ୍ପାନୀ

୪୦ ବର୍ଷରୁ କମ୍‌ ଆୟୁ ବିଶିଷ୍ଟ ବିଶ୍ୱର ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ସାମିଲ ହୋଇ ଚର୍ଚ୍ଚାରେ ଜଣେ ଶିକ୍ଷକ। ସେ ହେଲେ ଅନ୍‌ଲାଇନ୍‌ ଶିକ୍ଷା ଆପ୍‌ ‘ବାୟଜୁ’ ର ସଂସ୍ଥାପକ ବାୟଜୁ ରବିନ୍ଦ୍ରନ। ଓ୍ବେଲ୍ଥ ମାଗାଜିନ୍‌ ଫର୍ଚୁନ ପକ୍ଷରୁ ପ୍ରକାଶିତ ୪୦ଜଣ ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ରବିନ୍ଦ୍ରନ ସାମିଲ ହୋଇଛନ୍ତି। ଅନ୍‌ଲାଇନ୍‌ ଶିକ୍ଷାଦାନ କିଭଳି ଏକ କମ୍ପାନୀ ଛିଡ଼ା କରାଯାଇପାରିବ ସେ ତାହା ବିଶ୍ୱକୁ ଦେଖାଇଥିବା ମାଗାଜିନ୍‌ରେ କୁହାଯାଇଛି। ତେବେ ୨୦୧୧ରେ ସ୍ଥାପନ କରାଯାଇଥିବା ଏହି ଷ୍ଟାଟ୍‌ଅପ୍‌ ଏବଂ ୭୩୩୦୦ କୋଟି ଟଙ୍କାର କମ୍ପାନୀ ପାଲଟିଛି।

କେରଳର କନ୍ନୁର ଜିଲାର ଅଝିକୋଡ଼ ଗ୍ରାମରେ ଜନ୍ମିତ ରବିନ୍ଦ୍ରନ ସ୍କୁଲରେ ଶିକ୍ଷକତା କରୁଥିଲେ। ତାଙ୍କ ବାପାମା’ ମଧ୍ୟ ଶିକ୍ଷକତା କରୁଥିଲେ। ପରେ ଅନ୍‌ଲାଇନ୍‌ରେ ପିଲାଙ୍କୁ ପାଠ ପଢ଼ାଇବା ଉଦ୍ଦେଶ୍ୟରେ ବାୟଜୁ ଆପ୍‌ ପ୍ରସ୍ତୁତ କରିଥିଲେ। କରୋନା କାଳରେ ଗୋଟିଏ ପଟେ ଅନ୍ୟ ବ୍ୟବସାୟ ଠପ୍‌ ହୋଇପଡ଼ିଥିବା ବେଳେ ରବିନ୍ଦ୍ରନ ସଫଳତାର ସୋପାନ ପରେ ସୋପାନ ଚଢ଼ି ସାରିଛନ୍ତି। ସ୍କୁଲ ବନ୍ଦ ଥିଲେ ହେଁ ତାଙ୍କ ଆପ୍‌ ଜରିଆରେ ପିଲାମାନେ ପାଠ ପଢ଼ିପାରୁଛନ୍ତି। ତାଲିକାରେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଏବଂ ଝିଅ ଈଶା ମଧ୍ୟ ସାମିଲ ଥିବା ବେଳେ ରବିନ୍ଦ୍ରନଙ୍କ ସଫଳତାକୁ ନେଇ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri