Posted inରାଜ୍ୟ

ଆଦିତ୍ୟ ମୃତ୍ୟୁ ପଛରେ ‘ସାଇକୋ ଲେଡି’

ଭୁବନେଶ୍ୱର,୨ା୯(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲାରେ ପଦାକୁ ଆସିଛି ନୂଆ ଟୁଇଷ୍ଟ। ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ଲେଡି ଜଣକ ଆଦିତ୍ୟଙ୍କୁ ବିବାହ ପୂର୍ବରୁ ବାରମ୍ବାର ବ୍ଲାକ୍‌ମେଲ୍‌ କରୁଥିଲେ। ସେ ତାଙ୍କୁ ଏକ ତରଫା ପ୍ରେମ କରିବା ସହ ବିବାହ ପାଇଁ ଚାହୁଁଥିଲେ। କିନ୍ତୁ ଆଦିତ୍ୟ ଏହାକୁ ଏଡାଇ ଯାଉଥିବାରୁ କବ୍‌ଜା କରିବା ପାଇଁ ସବୁପ୍ରକାର କୌଶଳ ଆପଣାଉଥିଲେ। ତେଣୁ ପୁଅଙ୍କ ମୃତ୍ୟୁ ପଛରେ ସମ୍ପୃକ୍ତ ସାଇକୋ ଲେଡିର ହାତ ଥିବା ଓ ସେ ହିଁ ହତ୍ୟା କରିଥାଇପାରନ୍ତି ବୋଲି ଆଦିତ୍ୟଙ୍କ ବାପା କହିଛନ୍ତି। ତେବେ ଉକ୍ତ ମହିଳାଙ୍କ ବିଷୟରେ ଆଦିତ୍ୟଙ୍କ ପରିବାର କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ତଥ୍ୟ ଦେଇଛନ୍ତି। ଗଣମାଧ୍ୟମକୁ ଆଦିତ୍ୟଙ୍କ ବାପା ଏସମ୍ପର୍କରେ ସୂଚନାଦେବାବେଳେ କହିଛନ୍ତି, ସେ ଉକ୍ତ ମହିଳାଙ୍କୁ ଫେସ୍‌ ଟୁ ଫେସ୍‌ ଦେଖି ନାହାନ୍ତି। ସେ ଗୁଜରାଟରେ ଥିବାବେଳେ ତାଙ୍କ ଫଟୋ ଦେଖିଥିଲେ। କିନ୍ତୁ ଆଦିତ୍ୟଙ୍କ ବିବାହ ପରେ ସେ ସେଭଳି କିଛି ହଇରାଣ କରି ନ ଥିବା କହିଛନ୍ତି। କିନ୍ତୁ ଉକ୍ତ ମହିଳା ଜଣଙ୍କ କାହିଁକି ବ୍ଲାକ୍‌ମେଲ କରୁଥିଲେ, କ୍ରାଇମ୍‌ବ୍ରାଞ୍ଚ ତାହାକୁ ଗୁରୁତ୍ୱର ସହ ନେଇ ତଦନ୍ତ କଲେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଦିତ୍ୟଙ୍କ ବାପା କହିଛନ୍ତି।
ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଆଦିତ୍ୟଙ୍କ ବାପାଙ୍କଠାରୁ ଉକ୍ତ ସାଇକୋ ଲେଡି ବିଷୟରେ ସମସ୍ତ ତଥ୍ୟ ନେବାସହ ତଦନ୍ତ ପରିସରଭୁକ୍ତ କରିଛି। ଏହି ସାଇକୋ ଲେଡି ଜଣକ କିଏ? ତାଙ୍କ ଘର କେଉଁଠି? ଆଦିତ୍ୟଙ୍କୁ କେବଳ ବିବାହ କରିବାକୁ ମହିଳା ଜଣକ ବ୍ଲାକ୍‌ମେଲ କରୁଥିଲେ ନା ଆଉ କିଛି କାରଣ ରହିଥିଲା? ତେଣୁ ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଉକ୍ତ ସାଇକୋ ଲେଡିଙ୍କୁ ପଚରାଉଚରା କରିବ। ଖୁବ୍‌ଶୀଘ୍ର ଏ ନେଇ ଉକ୍ତ ମହିଳାଙ୍କୁ ନୋଟିସ୍‌ କରିବ। ମୃତ୍ୟୁ ପଛରେ ତାଙ୍କର ହାତ ରହିଛି କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ସେପଟେ ଜିଆର୍‌ପି ଭଳି ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସମୟ ଗଡ଼ାଇ ଚାଲିଛି। ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ, ସହଯୋଗୀ ବିକାଶ, ପପୁ ଓ ଦୀପକଙ୍କ ଲାଏ ଡିଟେକ୍ସନ କରିସାରିଥିଲେ ମଧ୍ୟ କିଛି ବି ସୁରାକ ପାଇପାରୁନି। ଫଳରେ ଆଦିତ୍ୟଙ୍କ ପରିବାର ନାନା ଆଶଙ୍କାରେ ଅଛନ୍ତି। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ନେଇଥିବା ଏକାଧିକ ମାମଲା ସମୟକ୍ରମେ ଫାଇଲ୍‌ ତଳେ ଚାପି ହୋଇ ରହିଯାଇଛି। ଆଦିତ୍ୟଙ୍କ ମୃତ୍ୟୁ ମାମଲାର ଫାଇଲ୍‌ ସେମିତି ପରିସ୍ଥିତିକୁ ଚାଲିଯାଉଥିବାରୁ ଆଦିତ୍ୟଙ୍କ ପରିବାର ଲୋକେ ଇତିମଧ୍ୟରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିଭଳି ମଙ୍ଗଳବାର ମଧ୍ୟ କେତେଜଣ ସାମାଜିକ କର୍ମୀ ଆଦିତ୍ୟ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri