Posted inଫୁରସତ

ରବିବାର ହେଲେ ଖୋଜାପଡ଼େ ‘ରୟାଲ କ୍ଲବ’

ଦୁନିଆରେ ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି। କାହାକୁ ପ୍ରତିଦିନ ମିଳୁଛି ସ୍ବାଦିଷ୍ଟ ବ୍ୟଞ୍ଜନର ସମ୍ଭାର ତ ଆଉ କାହା ପାଇଁ ଦିନକୁ ଦୁଇଓଳି ଦୁଇମୁଠା ପେଟପୁରା ଖାଦ୍ୟ ବି ସ୍ବପ୍ନ। ଆଉ ଏମିତି ବି ଅନେକ ଦିନଦୁଃଖି ଅଛନ୍ତି ଯିଏ ଅନାହାରରେ ମୃତ୍ୟୁମୁଖକୁ ଟାଣି ହୋଇଯାଉଛନ୍ତି। ତେବେ ଏଭଳି କିଛି ଭୋକିଲାଙ୍କ ମୁହଁରେ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କଟକ ଶଙ୍କରପୁର ଓ ବାଦାମବାଡ଼ି ଅଞ୍ଚଳର ୨୦ ଜଣ ଯୁବ ବ୍ୟବସାୟୀ। ଆଉ ମିଳିତ ଉଦ୍ୟମରେ ୨୦୧୪ ମସିହାରେ ଆରମ୍ଭ କରିଛନ୍ତି ‘ରୟାଲ କ୍ଲବ୍‌’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ। ଯାହାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୭୮। ଏହି କ୍ଲବର ସଦସ୍ୟମାନେ ପ୍ରାୟତଃ ସମସ୍ତେ ବ୍ୟବସାୟୀ ଶ୍ରେଣୀର। ପ୍ରତି ରବିବାର ଭୋର ହେବା ମାତ୍ରେ ସମସ୍ତ ସଦସ୍ୟ ବାଦାମବାଡ଼ି ନିକଟରେ ଏକଜୁଟ ହୁଅନ୍ତି। ଆଉ ସେମାନେ ପରସ୍ପର ମଧ୍ୟରେ ପୂର୍ବରୁ ଆଦାୟ କରିଥିବା ଟଙ୍କାରେ କିଣାଯାଇଥିବା ରୋଷେଇ ସାମଗ୍ରୀରେ ବାଦାମବାଡ଼ିସ୍ଥିତ ଏକ ହୋଟେଲରେ ପ୍ରାୟ ଏକ ହଜାର ଲୋକଙ୍କ ନିମନ୍ତେ ଅରୁଆ ଭାତ ଓ ଡାଲମା ରୋଷେଇ କରାଯାଏ। ଦିନ ପ୍ରାୟ ୧୧ଟା ବେଳକୁ କଟକର ବିଭିନ୍ନ ସ୍ଥାନରେ ଏହି ରନ୍ଧା ଖାଦ୍ୟକୁ ବଣ୍ଟାଯାଏ ବୋଲି କୁହନ୍ତି କ୍ଲବର ସମ୍ପାଦକ ସୂରଜ କୁମାର ରାଉତ। ସେ କୁହନ୍ତି, ମୂଖ୍ୟତଃ ମେଡିକାଲ ଏବଂ ରାସ୍ତା କଡ଼ରେ ଶୋଉଥିବା ଗରିବମାନଙ୍କୁ ଏହି ରନ୍ଧାଖାଦ୍ୟ ବଣ୍ଟାଯାଇଥାଏ। ହେଲେ ଆମ ଖାଦ୍ୟବଣ୍ଟନ ସ୍ଥାନ ପ୍ରାୟ ଲୋକେ ଜାଣି ସାରିଥିବାରୁ ରବିବାର ହେଲାମାତ୍ରେ ସହରରେ କାମ କରୁଥିବା ଦିନ ମଜୁରିଆ, ଗରିବ ଲୋକମାନେ ଆପେ ଆପେ ଆସି ରୁଣ୍ଡ ହୋଇଯାଆନ୍ତି। ଏହି ଖାଦ୍ୟ ଖାଇବା ପରେ ସେମାନଙ୍କ ମୁହଁରେ ଥିବା ଆତ୍ମତୃପ୍ତିର ହସ ହିଁ ଆମ ଶ୍ରମ ସାର୍ଥକ କରିଦିଏ। ଏହି କ୍ଲବ୍‌ ପକ୍ଷରୁ କେବଳ ପ୍ରତି ରବିବାରରେ ସହର ମଧ୍ୟରେ ନୁହେଁ ବରଂ ପ୍ରତ୍ୟେକ ମାସରେ ବୃଦ୍ଧାଶ୍ରମ, ବାଳାଶ୍ରମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ବୋଲି ପ୍ରକାଶ କରନ୍ତି କ୍ଲବ ସଭାପତି ଚିତ୍ତରଞ୍ଜନ ରାଉତ। ଏହା ବ୍ୟତୀତ ମଝିରେ ମଝିରେ ବୃଦ୍ଧାଶ୍ରମରେ ଏବଂ ବିଭିନ୍ନ ସ୍ଥାନରେ ଥିବା ଅସହାୟଙ୍କୁ କ୍ଲବ୍‌ ପକ୍ଷରୁ ଖାଦ୍ୟ ଓ ପୋଷାକ ବଣ୍ଟନ କରାଯାଇଥାଏ। ଏପରି କି ଯେଉଁ ପିଲାର ପାଠ ପଢ଼ିବାକୁ ଆର୍ଥିକ ଅକ୍ଷମତା ରହିଛି ସେ ପିଲାଙ୍କୁ ବି ପୋଷାକ, ପାଠ୍ୟପୁସ୍ତକ ସହିତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କ୍ଲବ୍‌ ପକ୍ଷରୁ ଯୋଗଇ ଦିଆଯାଇଥାଏ। ତେବେ ମିଳିତ ଉଦ୍ୟମରେ ଏଭଳି ସମାଜସେବା ଆମକୁ ଆତ୍ମସନ୍ତୋଷ ପ୍ରଦାନ କରୁଛି ବୋଲି କୁହନ୍ତି କ୍ଲବର ଉପସଭାପତି ରାକେଶ ରାଉତ।
– କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ନ୍ତି ନାହିଁ

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ସେଥିରୁ ପ୍ରାୟ ୯୭ ପ୍ରତିଶତ ମହାସାଗରରେ ଲୁଣିଆ ପାଣି ରହିଛି। କେବଳ ତିନି ପ୍ରତିଶତ ପାଣି...

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri