ଏମିତି ଗାଁ ଯେଉଁଠାରେ ଆଜି ବି ମୋବାଇଲ ନେଟଓ୍ବର୍କ ନାହିଁ

ଜୟପୁର,୨୯।୮: ଦେଶରେ ଡିଜିଟାଲ ଇଣ୍ଡିଆ, ଆତ୍ୟାଧୁନିକ ଜ୍ଞାନ କୌଶଳ, ନୂଆ ନୂଆ ଟେକ୍ନୋଲୋଜି ଓ ଆତ୍ମନିର୍ଭରଶୀଳ କଥା ନେଇ ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଆଜି ବି ଏମିତି କିଛି ଗାଁ ଅଛି ଯେଉଁଠି ଟେକ୍ନୋଲୋଜିର କୌଣସି ଗନ୍ଧବାସ ନାହିଁ। ଯେଉଁଠି ଦେଶକୁ ଡିଜିଟାଲ ଇଣ୍ଡିଆ କରିବାରେ ସରକାର ଲାଗିପଡ଼ିଛନ୍ତି ସେଠାରେ ରାଜସ୍ଥାନର ଏମିତି କେତେକ ଗାଁ ଅଛି ଯେଉଁଠାରେ ଆଜିବି ଟୋକ୍ନୋଲୋଜିରୁ ବହୁ ଦୂରରେ। ରାଜସ୍ଥାନର ଦୋସା ମୁଖ୍ୟାଳୟରୁ ମାତ୍ର ୩୦ କିଲୋମିଟରେ ଦୂରରେ ଥିବା ରାନୋଲି ନିକଟସ୍ଥ ସାର, ଧୋଣ ଗାଁ ଭଳି ପ୍ରାୟ ଏକ ଡର୍ଜନରୁ ଊର୍ଦ୍ଧ୍ୱ ଗାଁ ଅଛି ଯେଉଁଠାରେ ଆଜିବି ମୋବାଇଲ ନେଟଓ୍ବାର୍କ ପହଞ୍ଚିପାରିନି। ଯଦି ଏହି ଗାଁର ଲୋକଙ୍କୁ ମୋବାଇଲରେ କଥା ହେବାକୁ ଥାଏ ତେବେ ସେମାନେ ଗାଁର ପାହାଡ଼ ଉପରେ ଚଢ଼ିଥାନ୍ତି ନଚେତ୍‌ ଗାଁରୁ ୧୦ କିଲୋମିଟର ଦୂରକୁ ଯାଇ କଥା ହୋଇଥାନ୍ତି।

ତେବେ ନେଟଓ୍ବାର୍କ ଆସୁଥିବା ଗାଁର କିଛି ସ୍ଥାନକୁ ଚିହ୍ନଟ କରାଯାଇଛି। ହେଲେ ସେଠାରେ ବି ସବୁବେଳେ ନେଟଓ୍ବାର୍କ ରହିବ ତାହା କୌଣସିି ଗାରାଣ୍ଟି ନାହିଁ। ମୋବାଇଲ ନେଟଓ୍ବାର୍କ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ଓ ସ୍କୁଲ ପରିଚାଳକଙ୍କୁ ସୂଚନା ଦେବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯଦି ଗାଁରେ କୌଣସି ଦୁର୍ଘଟଣା ବା ଘଟଣା ଘଟେ ତେବେ ତୁରନ୍ତ ପୋଲିସକୁ ଖବର ଦେବା ମଧ୍ୟ ଅସମ୍ଭବ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ କରୋନା ଲକ୍‌ଡାଉନ ଯୋଗୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।

ମୋବାଇଲ ନେଟଓ୍ବାର୍କ ନ ଥିବାରୁ ପିଲାମାନେ ଅନ୍‌ଲାଇନ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏନେଇ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳ ରାଜସ୍ଥାନ ସରକାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବା ମମତା ଭୁପେଶ ଓ ଶିଳ୍ପମନ୍ତ୍ରୀ ପରସାଦି ଲାଲ ମିଣାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ହୋଇଥିଲେ ମଧ୍ୟ ଏଠାରେ ବିକାଶର ଅଭାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri