ଭାରତର ବିକାଶ ହାର -୪.୫% ରହିବ

ନୂଆଦିଲ୍ଲୀ,୨୭ା୮: ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ବିକାଶ ହାର ହ୍ରାସ ପାଇ -୪.୫% ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୧୯-୨୦ ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏହାର ୨୦୨୦ ଜୁନ୍‌ ଅପ୍‌ଡେଟ୍‌ରେ ବୈଶ୍ୱିକ ଅଭିବୃଦ୍ଧି -୪.୯% ରହିବା ସହ ଏଚ୍‌୧ ସମ୍ପର୍କିତ ଅର୍ଥନୈତିକ ଗତିବିଧି ଉପରେ ନକାରାମତ୍କ ପ୍ରଭାବ ପଡ଼ିବ ବୋଲି ଆକଳନ କରିଛି। ସେହିପରି ଭାରତର ଅର୍ଥନୀତି ମଧ୍ୟ ଘୋର ପ୍ରଭାବିତ ହେବ। ଦେଶର ଅଭିବୃଦ୍ଧି ହାର -୪.୫% ରହିବ ବୋଲି ଅନୁମାନ କରାଯାଇଛି। ୨୦୨୦ ଜୁନ୍‌ ୧୦ରେ ଅର୍ଗାନାଇଜେଶନ ଫର୍‌ ଇକୋନୋମିକ୍‌ ଡେଭେଲପ୍‌ମେଣ୍ଟ (ଓଇସିଡି) ପକ୍ଷରୁ ଦୁଇଟି ସମ୍ଭାବ୍ୟ ସ୍ଥିତି ଯଥା- ଏକକ ପ୍ରଭାବ ଓ ଦ୍ୱୈତ ପ୍ରଭାବ ସମ୍ପର୍କରେ ଆକଳନ କରାଯାଇଛି। ୨୦୨୦-୨୧ରେ ଭାରତର ବିକାଶ ହାର ଏକକ ପ୍ରଭାବରେ ତଳକୁ ଖସି -୩.୭% ଓ ଦ୍ୱିତୀୟ ପ୍ରଭାବରେ -୭.୩% ରହିବ। କରୋନା ସଂକ୍ରମଣ ଯୋଗୁ ଦେଶର ଅର୍ଥନୀତିକୁ ଯେଉଁ ବିପୁଳ କ୍ଷତି ସହିବାକୁ ପଡ଼ିଛି ସେଥିରୁ ମୁକୁଳି ଏହାକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ହେଲେ ବ୍ୟାପକ ସଂସ୍କାର ଜରୁରୀ ବୋଲି ଆର୍‌ବିଆଇ ଉକ୍ତ ରିପୋର୍ଟରେ କହିଛି।
୧୦% ବଢ଼ିଛି ନଗଦ କାରବାର
ମୁମ୍ବାଇ,୨୬ା୮: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା ଲକ୍‌ଡାଉନ୍‌ ସମୟରେ ଭାରତରେ ନଗଦ ଆର୍ଥିକ କାରବାର ୧୦% ବୃଦ୍ଧି ପାଇଛି। ବିମୁଦ୍ରୀକରଣ ପୂର୍ବରୁ ମୁଦ୍ରା-ମୋଟ ଘରୋଇ ଉତ୍ପାଦ (ଜିଡିପି) ଅନୁପାତ ୧୨% ଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ଏହି ପୂର୍ବାବସ୍ଥା ସ୍ତର ଆଡ଼କୁ ଏବେ ନଗଦ କାରବାର ଗତିଶୀଳ ହୋଇଥିବା ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ବାର୍ଷିକ ରିପୋର୍ଟରେ କୁହାଯାଇଛି। ମଙ୍ଗଳବାର ପ୍ରକାଶିତ କେନ୍ଦ୍ରୀୟ ବ୍ୟାଙ୍କର ୨୦୧୯-୨୦ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ୨୧,୧୦,୮୯୨ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ ନୋଟ ସର୍କୁଲେଶନରେ ଥିଲା। ୨୦୨୦ ମାର୍ଚ୍ଚରେ ଏହା ୨୪,୨୦,୯୭୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ମାର୍ଚ୍ଚ ୨୫ରୁ ଏହି ନଗଦ କାରବାର ୨୬.୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ପୂର୍ବାପେକ୍ଷା ୧୦% ଅଧିକ। ଏହି ସମୟ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଦୁଇବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଛି। ନୋଟ୍‌ ସର୍କୁଲେଶନ ଓ ଚାହିଦା ସହ କେନ୍ଦ୍ରୀୟ ବ୍ୟାଙ୍କର ଆୟ ବୃଦ୍ଧି ପାଇଛି। କରୋନା ମହାମାରୀ ସମୟରେ ଡିଜିଟାଲ ଟ୍ରାଞ୍ଜାକ୍ସନ ହ୍ରାସ ପାଇଥିବାରୁ କ୍ୟାଶ୍‌ ଡିମାଣ୍ଡ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri