Posted inଖେଳ

ରୟାଲ ଚ୍ୟାଲେଞ୍ଜର୍ସ ଜର୍ସି ଉନ୍ମୋଚିତ

ଦୁବାଇ, ୨୬।୮- ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ୮ଟି ଯାକ ଫ୍ରାଞ୍ଚାଇଜ୍‌ ଟିମ୍‌ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ପହଞ୍ଚତ୍ ସାରିଥିବାବେଳେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଦଳର ଜର୍ସି ଉନ୍ମୋଚନ ହୋଇ ଯାଇଛି। ଆରସିବି ଅଫିସିଆଲମାନେ ଟୁଇଟରଯୋଗେ ଏହାର ଫଟୋ ଶେୟାର କରିଛନ୍ତି। ଆର୍‌ସିବିର କିଟ୍‌କୁ ଡିଜାଇନ୍‌ କରିଛନ୍ତି ଜେଭେନ। ୨୦୧୬ରୁ ଜେଭେନ ଆରସିବିର କିଟ୍‌ ପ୍ରସ୍ତୁତକର୍ତ୍ତା ରହି ଆସିଛି। ଏହା ପୂର୍ବରୁ ଆଡିଡାସ କମ୍ପାନୀ ରୟାଲ ଚ୍ୟାଲେଞ୍ଜର୍ସର କିଟ୍‌ ଡିଜାଇନ୍‌ କରି ଆସୁଥିଲା। ଲାଲ ଏବଂ କଳା ଦୁଇ ପ୍ରକାର ରଙ୍ଗରେ କିଟ୍‌ ପ୍ରସ୍ତୁତ କରାଯାଇଛି। ଜର୍ସିରେ ସୁନା ରଙ୍ଗରେ ଲୋଗୋକୁ ସ୍ଥାନିତ କରାଯାଇଥିବାବେଳେ ପ୍ରାୟୋଜକଙ୍କ ନାମ ଧଳା ରଙ୍ଗରେ ଲେଖା ଯାଇଛି। ଚଳିତ ବର୍ଷ ପାଇଁ ମୁଥୋତ ଫିନକର୍ପ ଆର୍‌ସିବି ଦଳର ଟାଇଟଲ ପ୍ରାୟୋଜକ ରହିଛି। ମୁଥୋତ ପାପ୍ପାଚାନ ଗ୍ରୁପର ମୁଖ୍ୟ କାର୍ଯ୍ୟାଳୟ ଥିରୁଭାନନ୍ତପୁରମରେ ରହିଛି। ଏହା ଆର୍ଥିକ ସେବା, ମୋଟରଯାନ ଡିଲରଶିପ୍‌, ଆତିଥ୍ୟ, ରିୟଲ ଇଷ୍ଟେଟ, ସ୍ବାସ୍ଥ୍ୟର ଯନତ୍, ସୂଚନା ପ୍ରଯୁକ୍ତି, ବହୁମୂଲ୍ୟ ଧାତୁ ଆଦି ଏକାଧିକ ବ୍ୟବସାୟରେ ସମ୍ପୃକ୍ତ। ଏହି କମ୍ପାନୀ ଚେନ୍ନାଇ ସୁପରକିଙ୍ଗ୍ସର ଟାଇଟଲ ପ୍ରାୟୋଜକ କୋଚି ଭିତ୍ତିକ ମୁଥୋତ ଗ୍ରୁପଠାରୁ ଭିନ୍ନ। ତେବେ ଉଭୟ କମ୍ପାନୀ ୧୯୮୭ରେ ମୁଥୋତ ନିନାନ ମାଥାଇ ଆରମ୍ଭ କରିଥିବା ବ୍ୟବସାୟର ଅଂଶବିଶେଷ। ଆରସିବିର ନୂଆ ଜର୍ସିରେ ଦଳର ୩ ତାରକା ଖେଳାଳି ଏବି ଡିଭିଲର୍ସ, ଅଧିନାୟକ ବିରାଟ କୋହଲି ଓ ୟୁଜବେନ୍ଦ୍ର ଚହଲ ନଜରକୁ ଆସିଛନ୍ତି।
କୋହଲିଙ୍କ ଚେତାବନୀ
ଜୈବ ସୁରକ୍ଷିତ ପରିବେଶ ପ୍ରୋଟୋକଲ ନ ଭାଙ୍ଗିବା ନେଇ ସାଥୀ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି ଆରସିବି ଅଧିନାୟକ ବିରାଟ କୋହଲି। ସମସ୍ତ ଖେଳାଳି ଓ ଷ୍ଟାଫ୍‌ଙ୍କୁ ନେଇ ଆୟୋଜିତ ଭର୍ଚୁଆଲ କନ୍‌ଫରେନ୍ସରେ କୋହଲି ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି। ”ଆମକୁ ଯାହା କୁହାଯାଇଛି ତାହାକୁ ସମସ୍ତେ କଡ଼ାକଡ଼ିଭାବେ ମାନିବା ଉଚିତ। ଏହା ସହିତ କୌଣସି ପରିସ୍ଥିତିରେ ସାଲିସ କରାଯାଇପାରିବ ନାହିଁ। କାରଣ ଆମମାନଙ୍କ ମଧ୍ୟରୁ ଜଣେ କେହି ଭୁଲ୍‌ କଲେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ଉପରେ ପଡ଼ିପାରେ“ ବୋଲି କୋହଲି କହିଛନ୍ତି। ସିନିୟର ମାନଙ୍କୁ ଏହା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ପ୍ରୋଟୋକଲ ଭାଙ୍ଗିବା ଖେଳାଳିଙ୍କୁ ଜୈବ ସୁରକ୍ଷିତ ପରିବେଶରୁ ବାହାର କରାଯାଇ ୭ ଦିନପାଇଁ ଆଇସୋଲେଶନରେ ରଖାଯିବ। ଟେଷ୍ଟ ନେଗେଟିଭ୍‌ ହେଲେ ଯାଇ ତାଙ୍କୁ ପୁଣି ଏହି ପରିବେଶକୁ ଅନୁମତି ଦିଆଯିବ। କୌଣସି ଖେଳାଳି ପ୍ରୋଟୋକଲ ଭଙ୍ଗକଲେ ତାହା ସମ୍ପୂର୍ଣ୍ଣ ଦଳକୁ କ୍ଷତି ପହଞ୍ଚାଇବ। ଦଳ ପାଇଁ ପ୍ରତି ଖେଳାଳି ଗୁରୁତ୍ୱପୂର୍ଣ୍ଣ। ଏହାକୁ ସମସ୍ତେ ଧ୍ୟାନରେ ରଖିବା ଉଚିତ ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ...

ଧୋନୀଙ୍କୁ ପଛରେ ପକାଇଦେଲେ ଗାଏକ୍ୱାଡ୍‌: ହାସଲ କଲେ ବଡ଼ ଉପଲବ୍ଧି

ଚଣ୍ଡିଗଡ,୨।୫: ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ଘରୋଇ ପଡ଼ିଆରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୭ ଉଇକେଟରେ ଏକ ବଡ଼ ପରାଜୟରର ସମ୍ମୁଖୀନ ହେବାକୁ ପଡିଥିଲା। ଗୋଟିଏ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା...

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri