Posted inଖେଳ

ଆଇପିଏଲ୍‌ରେ ହେବ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ, ୨୬ା୮ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବେଳେ ଖେଳାଳିଙ୍କଠାରୁ ଡୋପ୍‌ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ ହେବ। ଏଥିପାଇଁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ୩ଜଣ ଉଚ୍ଚ ପଦାଧିକାରୀ ଏବଂ ୬ଜଣ ଡୋପ୍‌ କଣ୍ଟ୍ରୋଲ ଅଫିସର ୟୁଏଇ ଯିବେ। ନଭେମ୍ବର ୧୦ରେ ଶେଷ ହେବାକୁଥିବା ଏହି ଟି୨୦ ଇଭେଣ୍ଟରେ ୬୦ଟି ମ୍ୟାଚ ଖେଳାଯିବ। ପ୍ରତିଯୋଗିତା ସମୟରେ ଏବଂ ପ୍ରତିଯୋଗିତା ବାହାରେ ଏଜେନ୍ସି ତରଫରୁ ଅତି କମ୍‌ରେ ୫୦ ସାମ୍ପଲ ସଂଗ୍ରହ ଲାଗି ଟାର୍ଗେଟ କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନେ ୟୁଏଇର ନ୍ୟାଶନାଲ ଆଣ୍ଟି ଡୋପିଂ ଅର୍ଗାନାଇଜେଶନର ସହାୟତା ନେଇ ପାରିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନାଡାର ୯ ଜଣିଆ ଟିମ୍‌ ମ୍ୟାଚ ଖେଳାଯିବାକୁ ଥିବା ତିନୋଟି ଭେନ୍ୟୁରେ କାର୍ଯ୍ୟକରିବେ। ପ୍ରତିଟିମ୍‌ରେ ଜଣେ ଅଫିସିଆଲ ଏବଂ ୨ଜଣ ଲେଖାଏଁ ଡୋପ୍‌ କଣ୍ଟ୍ରୋଲ ଅଫିସର ରହିବେ। ଭାରତ ବାହାରେ ଡୋପ୍‌ ସାମ୍ପଲ ସଂଗ୍ରହ କରିବାକୁ ଥିବାରୁ ଏବାବଦରେ ଖର୍ଚ୍ଚ ନାଡା ଅବା ବିସିସିଆଇ କିମ୍ବା ଉଭୟେ ବହନ କରିବେ ତାହା ସ୍ପଷ୍ଟ ହୋଇନାହିଁ। ଭାରତରେ କିନ୍ତୁ ନାଡା ସାମ୍ପଲ ସଂଗ୍ରହ, ପରିବହନ ଏବଂ ଟେଷ୍ଟିଂ ବାବଦରେ ସମସ୍ତ ଖର୍ଚ୍ଚବହନ କରିଥାଏ। ନାଡା ଅଫିସରମାନଙ୍କୁ ବିସିସିଆଇ ଦ୍ୱାରା ସୃଷ୍ଟି କରାଯାଇଥିବା ବାୟୋ ବବଲ ପରିବେଶରେ ରହିବାକୁ କୁହାଯିବ। ୟୁଏଇରେ ପୃଥକ୍‌ ପୃଥକ୍‌ ୫ଟି ଡୋପ୍‌ କଣ୍ଟ୍ରୋଲ ଷ୍ଟେଶନ ପ୍ରତିଷ୍ଠା ପାଇଁ ନାଡା ବିସିସିଆଇକୁ କହିଛି। ତନ୍ମଧ୍ୟରେ ତିନୋଟି ଭେନ୍ୟୁ ଯଥା ଆବୁଧାବି, ଶାରଜା ଓ ଦୁବାଇରେ ହେବାକୁଥିବା ବେଳେ ଅନ୍ୟ ଦୁଇଟି ପ୍ରାକ୍ଟିସ ସ୍ଥଳ ଦୁବାଇ ଓ ଆବୁଧାବିରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିବେନି ବୁମ୍‌ରା-ହାର୍ଦ୍ଦିକ! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେଉଛି ଦିନିକିଆ ସିରିଜ। ଏହି ସିରିଜରେ ତିନୋଟି ଦିନିକିଆ ଖେଳାଯିବ, କିନ୍ତୁ ଗଣମାଧ୍ୟମ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri