Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମ ଚନ୍ଦ୍ର ଯୋଗୁ ଅର୍ଥ ପାଇଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ । ବନ୍ଧୁମାନଙ୍କ ସାହାଯ୍ୟରୁ କାମ ହାସଲ କରିବେ । ସାମାଜିକ ସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ସମ୍ବନ୍ଧୀୟ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ ।
ବୃଷ
ବୃଷ

ରାଶ୍ୟାଧିପ ଶୁକ୍ରଙ୍କ ସହ କର୍ମାଧିପତିଙ୍କ ଷଡାଷ୍ଟକ ସ୍ଥିତି କାରଣରୁ କର୍ମକ୍ଷେତ୍ରରେ ବାରମ୍ବାର ପ୍ରତିବନ୍ଧକ ଜନିତ କାମ ଅଟକି ରହିବ । ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ । କୌଣସି ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ନ ପାଇ ବିକଳ୍ପ ଚିନ୍ତା କରିପାରନ୍ତି ।

ମିଥୁନ
ମିଥୁନ
ଧୈର୍ଯ୍ୟର ଅଭାବ ଓ ଟିକିଏ ଟିକିଏ କଥାରେ ରାଗିଯିବା କାରଣରୁ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ । ଆଜି ବନ୍ଧୁମାନଙ୍କ ସହ ପ୍ରଭାତରୁ ସୁଖଭ୍ରମଣ ଯୋଗ ରହିଛି । ଅନ୍ୟ କୌଣସି କାମରେ ବ୍ୟସ୍ତ ରହିବା ହେତୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହଯିବ । ସଙ୍ଗୀତ କ୍ଷେତ୍ରରେ ବନ୍ଧୁଙ୍କ ମତ ପାର୍ଥକ୍ୟ ଦେଖାଦେବ ।
କର୍କଟ
କର୍କଟ
ପରିବାରରେ ମିଥ୍ୟାଳାପ ହେତୁ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ । ଆଜିର କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି ।
ସି˚ହ
ସି˚ହ
ଆଜି କଠୋର ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ମାନସିକ ଅଶାନ୍ତି ଥିଲେ ମଧ୍ୟ ଅତି ପରିଚିତ ଓ ବିଶ୍ୱସ୍ତ ବନ୍ଧୁଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ । କରଜ ମାଧ୍ୟମରେ ଟଙ୍କା ଯୋଗାଡ କରି ଆବଶ୍ୟକତାକୁ ପୂରଣ କରିପାରନ୍ତି । ଆଜିର ଆଲୋଚନା ସରଗରମ ରହିବ ।
କନ୍ୟା
ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ଲକ୍ଷ୍ୟହାସଲରେ ସମର୍ଥ ହୋଇପାରନ୍ତି । ବନ୍ଧୁମେଳରେ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଈର୍ଷାପର ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ସଫଳତା ହାସଲ କରିବେ । ବିବାଦୀୟ ପରିସ୍ଥିତିରେ ମଧ୍ୟ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ଯାତ୍ରାକାଳରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ଅନ୍ୟଥା ଜନିଷ ଅଦଳ ବଦଳ ହୋଇଯାଇପାରେ ।
ବିଛା
ବିଛା
କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର କରିବା କାରଣରୁ ଖର୍ଚ୍ଚ ପରିମାଣ ଦି’ଗୁଣା ହୋଇପାରେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ । ନିଜର କୃତିତ୍ୱରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦାଯୁକ୍ତ ହେବେ ।
ଧନୁ
ଧନୁ
ଆଜି ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ସହାୟତା ଲାଭ କରିବେ । ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାରେ ଈର୍ଷାନ୍ବିତ ନିଜ ଲୋକମାନେ ଦାଉ ସାଧିପାରନ୍ତି । ବ୍ୟବସାୟ, ବାଣିଜ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ଅଫିସିଆଲି ସମସ୍ୟାରେ ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ ।
ମକର
ମକର

ଗତକାଲିଠାରୁ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ପାରିବାରିକ କ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ । ବନ୍ଧୁଙ୍କ ସହ ଯାତ୍ରା କାଳରେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାର ସୂଚନା ରହିଛି ।

କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ଶତଭିଷା ନକ୍ଷତ୍ର ଏକ ପ୍ରକାର ଖୁସୀ ଅନୁଭବ କରିବେ । ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ନିଜ ମନକୁ ନ ପାଇଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବ୍ୟବସାୟରେ ସମସ୍ୟାଜାଲରେ ଛନ୍ଦି ହେବାକୁ ପଡିପାରେ ।
ମୀନମୀନ

କର୍ମକ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ହାସଲ କରିବେ । ନିଜେ ରହୁଥିବା ପରିସରରେ ଅର୍ଥ ଓ ସମ୍ମାନ,ସଦିଚ୍ଛାର ଅଭାବ ରହିବ ନାହିଁ । କର୍ମଜଞ୍ଜାଳର ଦ୍ୱାହିଦେଇ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । କୌଣସି ଘଟଣାକୁ ନେଇ ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri