ପୁଣି ଘାରିଲା ଦାଦାବଟି ଡର

କଟକ ଅଫିସ,୨୫।୮: କଟକ ସହରର ବ୍ୟବସାୟୀଙ୍କୁ ଏବେ ପୁଣି ଘାରିଛି ଦାଦାବଟି ଡର। ଗତ କିଛି ଦିନ ଭିତରେ ଦାଦାବଟି ଆଦାୟ ନେଇ ଅଭିଯୋଗର ତାଲିକା ବଢ଼ିବାରେ ଲାଗିଛି। ସୋମବାର ସମାନ ଅଭିଯୋଗରେ ବାଦାମବାଡ଼ି ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୁରୁଣା ଅଭିଯୋଗରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ହିଁ ଏବେ ପୁଣି ଥରେ ସହରରେ ଦୌରାତ୍ମ୍ୟ ଆରମ୍ଭ କରିଛନ୍ତି।
ଘର ତିଆରି କଲେ ବଟି, ଦୋକାନ ଖୋଲିଲେ ବଟି। ବ୍ୟବସାୟିକ ପ୍ରତିଷ୍ଠାନ ହେଉ କି ବ୍ୟକ୍ତିଗତ କାର୍ଯ୍ୟ। ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବଟି ଆଦାୟ କରିବାକୁ ପହଞ୍ଚତ୍ ଯାଉଛନ୍ତି ଅପରାଧୀ। ତାହାର ସଦ୍ୟତମ ଉଦାହରଣ ବାଦାମବାଡ଼ି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମହମ୍ମଦ ଇମାମୁଲ କେଶରପୁର ଅଞ୍ଚଳରେ ଜାଗା କିଣି ଗୃହ ନିର୍ମାଣ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ୩ଜଣ ଅଭିଯୁକ୍ତ ଦାଦାବଟି ମାଗିଥିଲେ। ଇମାମୁଲ ଏବେ ମହତାବ ରୋଡରେ ଘରଭଡ଼ା ନେଇ ରହୁଛନ୍ତି। କେଶରପୁରର ୱାସିମ ଖାନ (୨୨), ସେକ୍‌ ଜାବିଦ (୩୦), ମହମ୍ମଦ ସାହାଜାନ (୪୬) ତାଙ୍କୁ ୨ ଲକ୍ଷ ଟଙ୍କାର ଦାଦାବଟି ମାଗିଥିଲେ। ପ୍ରଥମେ ଇମାମୁଲ ୭୦ ହଜାର ଟଙ୍କା ଦେଇଥିଲେ। ଅବଶିଷ୍ଟ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଇମାମୁଲ ଟଙ୍କା ନ ଦେଇ ପାରି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୱାସିମ ଓ ଜାବିଦଙ୍କୁ ମହତାବ ରୋଡ଼ ଅଞ୍ଚଳରୁ ଉଠାଇ ଆଣି ପଚରାଉଚରା କରିଥିଲା। ପରେ ସାହାଜାନଙ୍କୁ କେଶରପୁରରୁ ଗିରଫ କରିଥିଲା ବୋଲି ବାଦାମବାଡ଼ି ଥାନାଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି। ଏହି ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲ ଅହମ୍ମଦ ଓରଫ ମହମ୍ମଦ ସକିଲଙ୍କ ସମ୍ପୃକ୍ତି ଥିବା ପୋଲିସ କହିଛି। ସକିଲ ଏବେ କେନ୍ଦୁଝର ଜେଲରେ। କିଛି ଦିନ ତଳେ ପୋଲିସ କମିଶନରଙ୍କ ନିର୍ଦ୍ଦେଶରେ ସକିଲଙ୍କ ଉପରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଲଗାଯାଇଥିଲା। କିନ୍ତୁ ଜେଲ ଭିତରେ ରହି ଫୋନ ଯୋଗେ ସକିଲ ଦାଦାବଟି ମାଗିବା ଜାରି ରଖିଛନ୍ତି। ଗତ ୧୯ ତାରିଖରେ କ୍ୟାଣ୍ଟେନମେଣ୍ଟ ଥାନା ଦାଦାବଟି ଆଦାୟ ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଥିଲା। ସୋମବାର ଘଟଣାରେ ଗିରଫ ଅଭିଯୁକ୍ତ ସେକ୍‌ ଜାବିଦ ହେଉଛନ୍ତି ସକିଲଙ୍କ ସାନଭାଇ। ଗିରଫ ୩ ଅଭିଯୁକ୍ତଙ୍କୁ କେସ୍‌ ନଂ-୧୪୩ ଏବଂ ଆଇପିସି ଧାରା ୩୮୫/୩୮୬/୩୮୭/୧୨୦(ବି), ଆର୍ମସ ଆକ୍ଟ ୨୫/୨୭ ଅନୁଯାୟୀ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ଗତ ରବିବାର ମଧ୍ୟ ଚାଉଳିଆଗଞ୍ଜ ଥାନା ଦାଦାବଟି ଆଦାୟ ଅଭିଯୋଗରେ ଜଗତପୁରର କୁନା ଚନ୍ଦ୍ର ସ୍ବାଇଁଙ୍କୁ ଗିରଫ କରିଥିଲା। ତାଙ୍କ ନାମରେ ୧୩ଟି ମାମଲା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri