ଚାକିରି ପାଇଁ ଆସିଥିବା ଝିଅକୁ ପ୍ରେମ ବିବାହ କରିଥିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି: ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ…

ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଅଗଷ୍ଟ ୧୮ରେ ପ୍ରକାଶିତ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ୧୮୮ ବିଲିୟନ ଡଲାର। ଆମେରିକାର ୧୪୧ ବର୍ଷର ପୂରୁଣା ଖବରକାଗଜ ‘ଦି ଓ୍ବାଶିଂଟନ୍‌ ପୋଷ୍ଟ’ର ମାଲିକ ହେଉଛନ୍ତି ବେଜୋସ୍‌। ଏହି ଖବରକାଗଜକୁ ସେ ୨୩ କୋଟି ଡଲାରରେ କିଣିଥିଲେ। ତେବେ ବେଜୋସ୍‌ଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ନିଆରା। ଜାଣିବା ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ।


ବେଜୋସ୍‌ଙ୍କ ବୟସ ବର୍ତ୍ତମାନ ୫୬। ତେବେ ତାଙ୍କ ନିକଟକୁ ଚାକରି ପାଇଁ ଆସିଥିବା ମାକେଞ୍ଜିଙ୍କ ପ୍ରେମରେ ସେ ପଡ଼ିଯାଇଥିଲେ। ୩ ମାସର ପ୍ରେମ ସମ୍ପର୍କ ପରେ ସେମାନେ ୧୯୯୩ରେ ବିବାହ କରିଥିଲେ। ସେହି ସମୟରେ ବେଜୋସ୍‌ ସେତେ ଧନୀ ନ ଥିଲେ। ଉଭୟ ଏକ ଭଡ଼ା ଘରେ ରହୁଥିଲେ। ପରେ ବେଜୋସ୍‌ ଏବଂ ମାକେଞ୍ଜି ଏକାଠି ‘ଆମାଜନ୍‌’ ପ୍ରତିଷ୍ଠା କଲେ। ଯାହାକି ବର୍ତ୍ତମାନ ବିଶ୍ୱର ସର୍ବବୃହତ ଇ-କମର୍ସ ଓ୍ବେବସାଇଟ୍‌ ପାଲଟିଛି। କୁହାଯାଏ ବେଜୋସ୍‌ଙ୍କ ସଫଳତା ପଛରେ ମାକେଞ୍ଜିଙ୍କର ବଡ଼ ହାତ ରହିଛି। ବେଜୋସ୍‌-ମାକେଞ୍ଜିଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ଥିଲା। ବେଜୋସ୍‌ ସବୁବେଳେ ନିଜ ପସନ୍ଦର ପୋଷାକ ମାକେଞ୍ଜିଙ୍କ ପାଇଁ କିଣିଥାନ୍ତି। ଏକ ସାକ୍ଷାତକାରରେ ନିଜେ ବେଜୋସ୍‌ ଏହା କହିଥିଲେ। ସେହିପରି ବେଜୋସ୍‌ ଜଣେ ଉତ୍ତମ ସ୍ବଭାବର ବ୍ୟକ୍ତି ଏବଂ ସେ ଲୋକଙ୍କ ସହ ସାକ୍ଷାତ କରିବାକୁ ବହୁତ ଭଲ ପାଆନ୍ତି ବୋଲି ମାକେଞ୍ଜି କହିଥିଲେ।
ମାକେଞ୍ଜି ପିଲାଟି ଦିନରୁ ଜଣେ ଲେଖିକା ହେବାକୁ ଚାହୁଁଥିଲେ। ପାଠପଢ଼ା ଏବଂ ଲେଖାଲେଖିରେ ଅଧିକାଂଶ ସମୟ ସେ ବିତାଉଥିଲେ। ତେବେ ପିଲାଟିଦିନରୁ ତାଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା। କଲେଜ ସମୟରେ ସେ ନିଜର ଫିସ୍‌ ଭରିବା ପାଇଁ ଓ୍ବେଟର ଭାବେ କାମ କରୁଥିଲେ। ତାଙ୍କର ପ୍ରଥମ ପୁସ୍ତକ ପ୍ରସିଦ୍ଧି ଲାଭ କରିଥିଲା। ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା।
ଚାହୁଁ ଚାହୁଁ ଆମାଜନ ବିଶ୍ୱର ସର୍ବଶ୍ରେଷ୍ଠ କମ୍ପାନୀ ହୋଇଗଲା। ବେଜୋସ୍‌ଙ୍କ ସମ୍ପତ୍ତି ବୃଦ୍ଧି ପାଇବାକୁ ଲାଗିଲା। ଇତିମଧ୍ୟରେ ତାଙ୍କ ଜୀବନରେ ଆଉ ଜଣେ ମହିଳା ପ୍ରବେଶ କରିଥିଲେ। ସେ ହେଲେ ଲରେନ୍‌ ସାଞ୍ଚେଜ୍‌। ଲରେନ୍‌ ପୂର୍ବରୁ ବିବାହିତା ଥିବାବେଳେ ଜଣେ ପାୟଲଟ୍‌ ଏବଂ ପୂର୍ବତନ ଆଙ୍କର ଥିଲେ। ସେହି ସମୟରେ ଲରେନଙ୍କ ସହ ବେଜୋସ୍‌ଙ୍କ ପ୍ରେମ ସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ୪ ଅପ୍ରେଲ, ୨୦୧୯ରେ ବେଜୋସ୍‌ ତାଙ୍କ ସ୍ତ୍ରୀ ମାକେଞ୍ଜି ପରସ୍ପରର ସହମତି ଅନୁଯାୟୀ ଛାଡପତ୍ର ଘୋଷଣା କରିଥିଲେ। ଏହି ସମାନ ଦିନରେ ଲରେନ ଏବଂ ତାଙ୍କ ସ୍ବାମୀ କୋର୍ଟରେ ଛାଡପତ୍ର ପାଇଁ ମଧ୍ୟ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri