Odisha Elections 2024

ପାକଳ ଧାନ କ୍ଷେତରେ ପୂଜା

ନୂଆଁଖାଇ କୃଷି ଓ କୃଷକର ପର୍ବ । ସେଥିପାଇଁ ଏହାକୁ କୃଷିଭିତ୍ତିକ ପର୍ବ ବୋଲି କୁହାଯାଏ । ନୂଆଁଖାଇ ଦିନ ଚାଷୀ ପୁଅ ପାକଳ ଧାନ କ୍ଷେତକୁ ଯାଇ ଅରୁଆ ଚାଉଳ, ଫୁଲ, ଦୀପ, ଧୂପ, ନାରିକେଳ ଦେଇ ପୂଜାର୍ଚ୍ଚନା କରିଥାନ୍ତି । ଏହାପରେ କ୍ଷୀର ଢ଼ାଳି ସ୍ବର୍ଗଲୋକରେ ଥିବା ପିତୃ ପୁରୁଷଙ୍କୁ ସ୍ମରଣ କରିଥାନ୍ତି । ବସୁଧା ମାତା ଓ ଈଶ୍ୱରଙ୍କ କୃପାରୁ ଅଧିକ ଫସଲ ଅମଳ କରିବାକୁ କାମନା କରିଥାନ୍ତି । ସେହିପରି ଗୁହାଳରେ ମଧ୍ୟ ସ୍ବତନ୍ତ୍ର ପୂଜା କରାଯାଇଥାଏ । ଗୋମାତାଙ୍କୁ ସ୍ନାନ କରାଇବା ପରେ ସେମାନଙ୍କ ଶିଙ୍ଘରେ ରାଖୀ ବନ୍ଧା ଯାଇଥାଏ । ଏତତ୍‌ବ୍ୟତୀତ ଭବିଷ୍ୟତକୁ ଶୁଭମନାସି କୃଷି କାର୍ଯ୍ୟରେ ବ୍ୟବହୃତ କୃଷି ଉପକରଣ, ଦୁଆର ବନ୍ଧ ଗୁଡିକରେ ରାକ୍ଷୀ ବାନ୍ଧିଥାନ୍ତି । ଏହି ପରମ୍ପରାକୁ ବହୁ ପ୍ରାଚୀନ ଅଟେ । ଏବେ ଚାଷୀମାନେ ପାରମ୍ପରିକ କୃଷି ଉପକରଣ ପରିବର୍ତ୍ତେ ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରୁଛନ୍ତି । ତଥାପି ଶସ୍ୟ, ଫଳ, ଫୁଲ, ବୃକ୍ଷଲତାକୁ ଈଶ୍ୱରଙ୍କୁ ସମର୍ପଣ କରିବା ନୀତି ରହିଛି । ତାହାକୁ ପରବର୍ତ୍ତି ସମୟରେ ପ୍ରସାଦ ଭାବେ ସମସ୍ତେ ଗ୍ରହଣ କରିଥାନ୍ତି । ତେଣୁ ନୂଆଁଖାଇ ପର୍ବ ସଂକଳ୍ପ ନେବାର ବାର୍ତ୍ତା ଦେଇଥାଏ। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଅନ୍ନର ମହିମା କବିତାରେ ଖାଦ୍ୟ ଶସ୍ୟ ତଥା ଅନ୍ନର ମହତ୍ୱ ଉପରେ ବର୍ଣ୍ଣନା କରାଯାଇଛି । ଧନ୍ୟ ମହାପ୍ରଭୁ ହେ ଆଗେ ସୃଜିଅନ୍ନ, ତା ଉତାରେ ସୃଜିଲି ଜୀବଜନ୍ତୁ ଗଣ । ଅନ୍ନବିନା ଜୀବନ ନ ପାରଇ ରହି, ବିନା ପ୍ରାଣୀଙ୍କ ଜୀବନ ନୀରତେ ଦହି ହେ …।
-ବି.ଶଙ୍କର


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri