Posted inଖେଳ

ପରିସ୍ଥିତି ଅନୁକୂଳ ହେଲେ ଘରୋଇ କ୍ରିକେଟ ଆରମ୍ଭ ହେବ: ଗାଙ୍ଗୁଲି

ନୂଆଦିଲ୍ଲୀ,୨୩।୮(ପି.ଟି.): ଘରୋଇ କ୍ରିକେଟର ଆରମ୍ଭ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ପରସ୍ଥିତି ସୁଧୁରିବା ଉପରେ ସବୁକିଛି ନିର୍ଭର କରୁଛି। ପରିସ୍ଥିତିରେ ଉନ୍ନତି ଆସିଲେ ଦେଶରେ ଘରୋଇ କ୍ରିକେଟ ଆରମ୍ଭ ହେବ ବୋଲି ଗାଙ୍ଗୁଲି ସବୁ ରାଜ୍ୟ ଆସୋସିଏଶନକୁ ଆଶ୍ୱାସନା ଦେଇଛନ୍ତି। ତେବେ ଘରୋଇ ସେସନ କେବେ ଆରମ୍ଭ ହେବ ସେ କୌଣସି ନିର୍ଦ୍ଦିଷ୍ଟ ତାରିଖ ନେଇ ସ୍ପଷ୍ଟ କରିନାହାନ୍ତି।
ସାଧାରଣତଃ ଘରୋଇ ସେସନ ଅଗଷ୍ଟରେ ଆରମ୍ଭ ହୋଇଥାଏ। ତେକେ କୋଭିଡ୍‌-୧୯ ପାଇଁ ଘରୋଇ କ୍ୟାଲେଣ୍ଡରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେଣୁ ବିସିସିଆଇ ନିର୍ଦ୍ଦିଷ୍ଟ ତାରିଖ ନେଇ କିଛି ସ୍ପଷ୍ଟ କରିନାହିଁ ଓ ଗାଙ୍ଗୁଲି ଏ ନେଇ ଚିଠି ଲେଖି ସବୁ ଆସୋସିଏଶନକୁ ଅବଗତ କରାଇଛନ୍ତି।
ନଭେମ୍ବର ତୃତୀୟ ସପ୍ତାହରେ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ସହ ଘରୋଇ ସେସନ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ତେବେ ଯେବେ ପରିସ୍ଥିତି ଅନୁକୂଳ ହେବ ସେତେବେଳେ ଘରୋଇ ସେସନ ଆରମ୍ଭ କରିବାକୁ ବିସିସିଆଇ ସବୁ ପ୍ରକାର ପ୍ରୟାସ କରିବ। ଖେଳାଳି, ଘରୋଇ କ୍ରିକେଟ ସହ ଜଡିତ ସବୁ ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ବୋର୍ଡ ପ୍ରାଧାନ୍ୟ ଦେଉଛି। କ୍ରମାଗତ ଭାବେ ବୋର୍ଡ ପରସ୍ଥିତି ଉପରେ ନଜର ରଖିଛି ବୋଲି ଗାଙ୍ଗୁଲି ରାଜ୍ୟ ଆସୋସିଏଶନଗୁଡିକର ସଭାପତି ଓ ସମ୍ପାଦକମାନଙ୍କୁ ଚିଠି ଲେଖି ଉଲ୍ଲେଖ କରିଛନ୍ତି। ଭବିଷ୍ୟତରେ କି ନିଷ୍ପତ୍ତି ନିଆଯିବ ସେ ନେଇ ସବୁ ସଦସ୍ୟଙ୍କୁ ସୂଚନା ଦିଆଯିବ। ତେବେ ଘରୋଇ କ୍ରିକେଟ ଆରମ୍ଭ କରିବାକୁ ପୂର୍ବରୁ ସମସ୍ତଙ୍କ ପରାମର୍ଶ ନିଆଯିବ। ଆଗାମୀ କେତେ ମାସରେ କୋଭିଡ୍‌-୧୯ ପରିସ୍ଥିତିରେ ସୁଧାର ଆସିବ ଓ ଘରୋଇ କ୍ରିକେଟ ଏକ ସୁରକ୍ଷିତ ପରିବେଶରେ ଆରମ୍ଭ ହେବ ବୋଲି ବିସିସିଆଇ ଆଶା ପ୍ରକାଶ କରିଛି।
ପୁଣି ଭାରତର ଫ୍ୟୁଚର ଟୁର ପ୍ରୋଗ୍ରାମ୍‌ ନେଇ ମଧ୍ୟ ଗାଙ୍ଗୁଲି ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୨୦୨୧ ପ୍ରାରମ୍ଭରେ ଇଂଲଣ୍ଡ ଭାରତ ଗସ୍ତରେ ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଭାରତ ମଧ୍ୟ ଆସନ୍ତା ବର୍ଷ ଟି୨୦ ବିଶ୍ୱକପ୍‌ ଆୟୋଜନ କରିବ। ସେହିପରି ୨୦୨୩ରେ ଭାରତ ଦିନିକିଆ ବିଶ୍ୱକପ୍‌ ମଧ୍ୟ ଆୟୋଜନ କରିବ ଓ ଫ୍ୟୁଚର ଟୁର ପ୍ରୋଗ୍ରାମ ପାଇଁ ଭାରତ ପ୍ରତିବଦ୍ଧ ରହିବ ବୋଲି ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। ଆଗାମୀ ଡିସେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ସିରିଜ ଖେଳିବ। ଏହାପରେ ଭାରତୀୟ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ଫେବୃୟାରୀରେ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବା ଆରମ୍ଭ କରିବ ଓ ଏପ୍ରିଲ୍‌ରେ ୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ୨୦୨୧ ଓ ୫୦ ଓଭର ବିଶିଷ୍ଟ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଅୟୋଜନ କରିବାକୁ ଭାରତ ବଦ୍ଧପରିକର ବୋଲି ଗାଙ୍ଗୁଲି କହିଛନ୍ତି। ଅନ୍ୟପକ୍ଷେ ଭାରତୀୟ ମହିଳା ଦଳର ଟୁର ନେଇ ଆଲୋଚନା ଜାରି ରହିଛି। ତେବେ ଏ ସଂକ୍ରାନ୍ତରେ ସେ ବିସ୍ତୃତ ଭାବେ ଅଧିକ କିଛି କହିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri