ଓଡ଼ିଶାରେ ସାଇବର ଠକେଇର ଲଣ୍ଡନ ଲିଙ୍କ୍‌

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଏବେ ବଡ଼ ବଡ଼ ସାଇବର ଠକେଇ ଘଟଣା ଘଟୁଛି। ସାଇବର ଠକମାନେ ବାହାର ରାଜ୍ୟ ଓ ଦେଶରେ ରହି ଅଭିନବ ଉପାୟରେ ଓଡ଼ିଶାର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିବାବେଳେ ଏବେ ଆଉଏକ ବଡ଼ ଧରଣର ଠକେଇ ହୋଇଛି। ଜଣେ ବିଦେଶିନୀ ୧୫ କୋଟିର ଲୋଭ ଦେଖାଇ ୪୫ ଲକ୍ଷ ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି କଟକ ପୁରୀଘାଟରେ ରହୁଥିବା ମାନସ ରଞ୍ଜନ ମିଶ୍ରା। ଏନେଇ ସେ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏହି ଠକେଇରେ ଲଣ୍ଡନ ଲିଙ୍କ୍‌ ରହିଥିବା ଜଣାପଡିବା ପରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏଥିସହ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିବା ଭୁବନେଶ୍ୱରର ଏକ ହୋଟେଲରେ ଛାନ୍‌ଭିନ୍‌ କରିଛି କ୍ରାଇମବ୍ରାଞ୍ଚ।
ଅଭିଯୋଗ ଅନୁଯାୟୀ, ୨୦୧୭ ଜାନୁୟାରୀରେ ମାନସଙ୍କ ମେଲ୍‌କୁ ଲଣ୍ଡନରେ ରହୁଥିବା ଜଣେ ବିଦେଶିନୀ ଏଜିଲାବେଥ୍‌ ନାଁରେ ଏକ ମେଲ୍‌ କରିଥିଲେ। ସେଥିରେ ସେ ଓଡ଼ିଶାରେ ପାର୍ଟନରଶିପ୍‌ରେ ଏକ କମ୍ପାନୀ ଖୋଲିବାକୁ ଚାହୁଁଥିବା ଜଣାଇଥିଲେ। ହେଲେ ମାନସ ପାର୍ଟନରଶିପ୍‌ ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଏହାପରେ ବିଦେଶିନୀ ଜଣକ ଆଉଏକ ମେଲ୍‌ କରି କମ୍ପାନୀ ଖୋଲିବା ନେଇ ତାଙ୍କର  ସହାୟତା ଲୋଡ଼ିଥିଲେ ଓ ତାଙ୍କୁ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କହିଥିଲେ। ଏଥିସହ କମ୍ପାନୀର ସମସ୍ତ ଏଗ୍ରିମେଣ୍ଟ କାଗଜ ତାଙ୍କୁ ମେଲ୍‌ରେ ପଠାଇଥିଲେ। ଏହି ପ୍ରସ୍ତାବକୁ ପଢି ମାନସ ତାଙ୍କ ଜାଲରେ ଫସି ଯାଇଥିଲେ। ଖୁବ୍‌ଶୀଘ୍ର ଭାରତ ଆସିବେ
ବୋଲି ଏଲିଜାବେଥ୍‌ କହିଥିଲେ। ତେବେ ଏହାର କିଛିଦିନ ପରେ ସେ ଭାରତରେ ପହଞ୍ଚତ୍ଥିବା ଜଣାଇଥିଲେ। ତେବେ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ କଷ୍ଟମବିଭାଗ ଅଫିସରମାନେ ଅଟକାଇ ରଖିଥିବାର ମିଛ କାହାଣୀ ରଚିଥିଲେ। ତାଙ୍କ ନିକଟରେ ଗ୍ରେଟ୍‌ ବ୍ରିଟେନ୍‌ ପାଉଣ୍ଡ୍‌ ରହିଥିବାରୁ ସେ ମୁମ୍ବାଇ ଆସି ଜରିମାନା ବାବଦକୁ କିଛି ଗ୍ରେଟ୍‌ ବ୍ରିଟେନ୍‌ ପାଉଣ୍ଡ୍‌ କଷ୍ଟମ୍‌ସ ବିଭାଗରେ ଜମା କରିଛନ୍ତି। ପାଖରେ ଥିବା ବାକି ୧.୫ ମିଲିୟନ୍‌ ଗ୍ରେଟ ବ୍ରିଟେନ୍‌ ପାଉଣ୍ଡ(ପାଖାପାଖି ୧୫ କୋଟି)କୁ ସ୍ଥାନୀୟ ସିଆଇଟିଆଇ ବ୍ୟାଙ୍କ୍‌ରେ ଏଫ୍‌ଡି ଆକାରରେ ଜମା କରି ମାନସଙ୍କୁ ନୋମିନି ରଖିଥିବା ଜଣାଇଥିଲେ। ଏହାପରେ ବିଦେଶିନୀ ଜଣକ ସେଠାରୁ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଏକ ତାରକା ହୋଟେଲରେ ରହିଥିଲେ। ସେଠାରେ ମାନସଙ୍କ ସହ କମ୍ପାନୀ ପାଇଁ ଡିଲ୍‌ କରି ସମସ୍ତ କାଗଜପତ୍ରର ଦସ୍ତଖତ ନେଇ ସେ ଲଣ୍ଡନ ପଳାଇଥିଲେ। ଏହାର କିଛି ମାସ ପରେ ମାନସଙ୍କ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତିଜଣକ ମୁମ୍ବାଇ ସିଆଟିଆଇ ବ୍ୟାଙ୍କ୍‌ର କର୍ମଚାରୀ ପରିଚୟ ଦେଇ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ତେବେ ସେ ଜମା ରଖିଥିବା ୧୫ କୋଟି ଟଙ୍କାରେ ମାନସ ନୋମିନି ଥିବା ଜଣାଇଥିଲେ। ଉକ୍ତ ଟଙ୍କା ପାଇବା ପାଇଁ ୪୨.୩୨ ଲକ୍ଷ ଡିପୋଜିଟ୍‌ କରିବାକୁ ହେବ ଓ ଏଥିପାଇଁ ସେ କେତେକ ପରାମର୍ଶ ଦେଇଥିଲେ। ତାଙ୍କ କଥାରେ ବିଶ୍ୱାସ କରି ମାନସ ସେ ଦେଇଥିବା ବିଭିନ୍ନ ଆକାଉଣ୍ଟରେ ୪୨.୩୨ଲକ୍ଷ ଟଙ୍କା ଜମା କରିଥିଲେ। ଏହାପରେ ମାନସ ଉକ୍ତ ନମ୍ବରକୁ କଲ୍‌ କରିଥିଲେ ମଧ୍ୟ ତାହା ବନ୍ଦ ରହିଥିଲା। ଏଥିସହ ଏଲିଜାବେଥ୍‌ଙ୍କ ସହ କଥା ହୋଇଥିବା ସମସ୍ତ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ବିଦେଶିନୀ ଜଣକ ଦେଇଥିବା କମ୍ପାନୀ କାଗଜପତ୍ର ଯାଞ୍ଚ କରିବାରୁ ତାହା ଜାଲ ଥିବା ମାନସ ଜାଣିବାକୁ ପାଇ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri