ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଇମୋଶନାଲ ପୋଷ୍ଟ କଲେ ଇର୍ଫାନଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବେ କ୍ୟାନସରରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ନିକଟରେ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଣମାଧ୍ୟମର ସୂଚନା ଅନୁଯାୟୀ, ସଞ୍ଜୟ ଫୁସ୍‌ଫୁସ୍‌ କର୍କଟରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ଏବେ କିନ୍ତୁ ବଲିଉଡ୍‌ ଅଭିନେତା ଇର୍ଫାନ୍‌ ଖାଁଙ୍କ ପୁଅ ବବଲି ସଞ୍ଜୁ ଭାଇଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ଇମୋଶନାଲ ପୋଷ୍ଟ କରିଥିବା ଦେଖାଯାଇଛି। ଏହି ପୋଷ୍ଟ ମାଧ୍ୟମରେ ବି ସେ କିଛି ତଥ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି। ଇର୍ଫାନଙ୍କ ପୁଅ ଲେଖିଛନ୍ତି ସବୁ ଲେଖକ କିଛି ଲେଖିବା ପୂର୍ବରୁ ଚିନ୍ତା କରି ଥାଆନ୍ତି, ହେଲେ ମୁଁ ଲେଖକ ନୁହେଁ କି ଚିନ୍ତା କରି କିଛି ଲେଖିନାହିଁ। ସେ ସମସ୍ତ ଖବରଦାତା ଓ ଅନ୍ୟମାନଙ୍କ ବିଷୟରେ ଜାଣିବାକୁ ଇଚ୍ଛା ରଖୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅନୁରୋଧ କରିଛନ୍ତି କି ସଞ୍ଜୁ ଭାଇଙ୍କ ସ୍ବାସ୍ଥ୍ୟକୁ ନେଇ ଦୟାକରି ଅନୁମାନ ଲଗାଇବା କମ୍‌ କରନ୍ତୁ। ଅବଶ୍ୟ ଏହା ଆପଣଙ୍କ କାମ ହେଲେ ସମସ୍ତଙ୍କ ମଧ୍ୟରେ ମାନବିକତା ବଞ୍ଚି ରହିଛି। ତେଣୁ ସଞ୍ଜୁ ଭାଇ ଓ ତାଙ୍କ ପରିବାରକୁ ଏଥିପାଇଁ ଆବଶ୍ୟକ ସମୟ ଦିଆଯାଉ। ଇର୍ଫାନଙ୍କ ପୁଅ କହିଛନ୍ତି ଯେତେବେଳେ ତାଙ୍କ ପିତାଙ୍କୁ କ୍ୟାନସର ହୋଇଥିବା କଥା ଜଣାପଡିଥିଲା ସେତେବେଳେ ସହଯୋଗର ହାତ ବଢାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସଞ୍ଜୁ ଭାଇ ଥିଲେ ପ୍ରଥମ। ଏମିତିକି ପିତାଙ୍କ ବିୟୋଗ ପରେ ବି ସେ ସଞ୍ଜୁ ଭାଇ ପ୍ରଥମେ ତାଙ୍କ ନିକଟରେ ଠିଆ ହୋଇଥିଲେ ବୋଲି କହିଛନ୍ତି ଇର୍ଫାନଙ୍କ ପୁଅ। ସେ କହିଛନ୍ତି ବିନା ଗଣମାଧ୍ୟମ ଚାପରେ ସଞ୍ଜୁ ଭାଇଙ୍କୁ ଚିକିତ୍ସିତ ହେବାକୁ ଦିଆଯାଉ। ସମସ୍ତେ ଜାଣିଛନ୍ତି ସେ ହେଉଛନ୍ତି ଟାଇଗର। ଏହି ରେସ୍‌ରେ ବି ସେ ଜିତିବେ ଓ ପୁଣିଥରେ ଆପଣମାନଙ୍କୁ କିଛି ହିଟ୍‌ ମୁଭି ଭେଟି ଦେବେ। ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ଇର୍ଫାନ ଖାଁ ୨୦୧୮ରେ କ୍ୟାନସରରେ ପୀଡ଼ିତ ହେବା ପରେ ଦୀର୍ଘ ଦିନ ଧରି ଲଣ୍ଡନରେ ଚିକିତ୍ସିତ ହୋଇଥିଲେ। ହେଲେ ୨୦୧୯ରେ କ୍ୟାନସରରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri