Posted inଜାତୀୟ

ରାଜରାସ୍ତାରୁ ବସ୍‌ ଅପହରଣ କଲେ ଅଜଣା ଲୋକେ: ୩୪ ଯାତ୍ରୀଙ୍କ ମିଳୁନି ଖୋଜ୍‌ ଖବର

ଆଗ୍ରା, ୧୯।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ଆଉ ପୋଲିସକୁ ଭୟ କରୁ ନାହାଁନ୍ତି। ଏହା ସଦ୍ୟତମ ଘଟଣା ଆଗ୍ରାର ମଲପୁରା ଅଞ୍ଚଳର ନ୍ୟୁ ଦକ୍ଷିଣୀ ବାଇପାସ୍‌ ନିକଟରେ ଘଟିଛି। ସ୍ଥାନୀୟ ରାୟଭା ଟୋଲ୍‌ ପ୍ଲାଜାଠାରେ ୮-୯ ଜଣ ଅଚିହ୍ନା ବ୍ୟକ୍ତି ଜାଇଲୋ ଗାଡ଼ିରେ ଆସି ଏକ ଯାତ୍ରୀବାହୀ ବସ୍‌କୁ ରାଜରାସ୍ତାରୁ ଅପହରଣ କରି ନେଇଛନ୍ତି। ବସ୍‌ରେ ୩୪ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ପରେ ଅପହରଣକାରୀ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଓହ୍ଲାଇ ଦେଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ଯାତ୍ରୀମାନଙ୍କର କୌଣସି ଖୋଜ୍‌ ଖବର ମିଳି ପାରି ନାହିଁ। ନିଜକୁ ଫାଇନାନ୍ସ୍‌ କମ୍ପାନୀ କର୍ମଚାରୀ ବୋଲି ପରିଚୟ ଦେଇ ଅପହରଣକାରୀ ବସ୍‌କୁ ମଝି ରାସ୍ତାରେ ମଙ୍ଗଳବାର ରାତି ୧୦ଟା ୩୦ରେ ଅଟକାଇଥିଲେ ବୋଲି ଡ୍ରାଇଭର ପୋଲିସକୁ ସୂଚନା ଦେଇଛନ୍ତି। ଅପହରଣକାରୀ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଦିଲ୍ଲୀ-କାନପୁର ହାଇଓ୍ବେର କୁବେରପୁରଠାରେ ଓହ୍ଲାଇଦେଇଥିଲେ। ତେବେ ଫାଇନାନ୍ସ୍‌ କମ୍ପାନୀ କର୍ମଚାରୀ କାହିଁକ ଏଭଳି କରିବେ ସେ ନେଇ ପ୍ରଶ୍ନ ଉଠଛି। ଅପରପକ୍ଷରେ ଓହ୍ଲାଇବା ପୂର୍ବରୁ କଣ୍ଡକ୍ଟର ସମସ୍ତ ଯାତ୍ରୀଙ୍କୁ ଗାଡ଼ି ଭଡ଼ା ଫେରସ୍ତ ମଧ୍ୟ କରିଥିଲେ ବୋଲି ପୋଲିସ କହିଛି। ଘଟଣାସ୍ଥଳରେ ଏସ୍‌ଏସ୍‌ପି ବବୁଲ୍‌ କୁମାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପୋଲିସ ସହିତ ଯୋଗାଯୋଗ କରାଯାଇଥିବା ଆଇଜି ଏ.ସତିଶ ଗଣେଶ ସୂଚନା ଦେଇଛନ୍ତି। ବସ୍‌ରେ କଳ୍ପନା ଟ୍ରାଭେଲ୍‌ ଲେଖାଯାଇଛି। ଏହାର ମାଲିକ ଗୋଓ୍ବାଲିୟରରେ ରୁହନ୍ତି। ମଙ୍ଗଳବାର ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଅପହରଣକାରୀ କିସ୍ତି ସୁଝା ଯାଇ ନ ଥିବା କହି ଡ୍ରାଇଭରକୁ ଓହ୍ଲାଇ ବସ୍‌ ନେଇ ଯାଉଥିବା ପ୍ରକାଶ କରିଥିଲେ। ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ପଚରାଉଚରା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ପପୁ ଯାଦବ

ନୂଆଦିଲ୍ଲୀ,୫।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣ...

ଆମେଠି ପ୍ରାର୍ଥୀ କେ.ଏଲ ଶର୍ମାଙ୍କ ବିସ୍ପୋରକ ବୟାନ, ଗାନ୍ଧୀ ପରିବାର ପାଖରେ କରୁନି ଚାକିରି

ନୂଆଦିଲ୍ଲୀ,୫।୫: ଆମେଠିରୁ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି। ତେବେ ଟିକେଟ୍‌ ମିଳିବା ପରେ ସେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,...

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri