କୋଭିଡ୍‌-୧୯ ପ୍ରଭାବ: ବକ୍ସିଂ ଏସିଆନ ଚାମ୍ପିୟନଶିପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ ପ୍ରଭାବ କାରଣରୁ ଆଉ ଏକା ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆଗାମୀ ନଭେମ୍ବର- ଡିସେମ୍ବରରେ ଭାରତରେ ଆୟୋଜନ ହେବାକୁ ଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ସମ୍ପାଦକ ଜେନେରାଲ ଜୟ କୋଓ୍ବଲି ସୂଚନା ଦେଇଛନ୍ତି।
ସୋମବାର ଅନଲାଇନ୍‌ରେ ଅନୁଷ୍ଠିତ ଏସିଆନ ବକ୍ସିଂ କନ୍‌ଫେଡେରେଶନ (ଏଏସ୍‌ବିସି) କାର୍ଯ୍ୟକାରୀ କମିଟି ବୈଠକ ମିଳିତ ଭାବେ ନିଷ୍ପତ୍ତି ନିଆଯାଇଛି। ୨୦୨୧ରେ ଭାରତ ଏହି ଟୁର୍ନାମେଣ୍ଟକୁ ଆୟୋଜନ କରିବ କୋଓ୍ବଲି କହିଛନ୍ତି। ସେ ଏଏସ୍‌ବିସି କାର୍ଯ୍ୟକାରୀ କମିଟିରେ ସଦସ୍ୟ ରହିଛନ୍ତି। ଆସନ୍ତାବର୍ଷ କେଉଁ ସମୟରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବ ସେ ନେଇ ନଭେମ୍ବରରରେ ବୈଠକ ବସିବ ଓ ଏ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଶେଷଥର ପାଇଁ ଭାରତ ୧୯୮୦ରେ ଏସିଆନ ମିଟ୍‌ ମୁମ୍ବାଇରେ ଆୟୋଜନ କରିଥିଲା। ଗତବର୍ଷଠାରୁ ଏହି ଟୁର୍ନାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ଅଂଶଗ୍ରହଣ କରୁଛନ୍ତି।
ଉଲ୍ଲେଖଥାଉ କି, କୋଭିଡ୍‌-୧୯ ମହାମାରୀ କାରଣରୁ ବିଶ୍ୱର ପ୍ରାୟ ସବୁ ମେଗା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ଏହି କାରଣରୁ ଟୋକିଓ ଅଲିମ୍ପିକ୍ସ ଓ ଟି୨୦ ବିଶ୍ୱକପ୍‌କୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଏହି ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଏହା ନ କମିବା ପର୍ଯ୍ୟନ୍ତ ଆମକୁ ସତର୍କ ହେବାକୁ ପଡିବ ବୋଲି କୋଓ୍ବଲି କହିଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୨୫ ଲକ୍ଷ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ୫୦,୦୦୦ ମୃତ୍ୟୁବରଣ କରିଛନ୍ତି। ଅବଶ୍ୟ ଏହା ସତ୍ତ୍ୱେ ଦେଶରେ ବିଭିନ୍ନ ସ୍ଥାନରେ ଟ୍ରେନିଂ କ୍ୟମ୍ପ ଆରମ୍ଭ ହୋଇଛି। ପଟିଆଲାରେ କେତେଜଣ ବକ୍ସର ଏକାଠି ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତ ଓ ଏହା ଏପର୍ଯ୍ୟନ୍ତ ଚାଲୁ ରହିଛି। ଟୋକିଓ ଅଲିମ୍ପିକ୍ସ ପାଇଁ ଏପର୍ଯ୍ୟନ୍ତ ୯ଜଣ ବକ୍ସର କ୍ୱାଲିଫାଏ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ ପୁରୁଷ ଓ ୪ ମହିଳା ବକ୍ସର ସାମିଲ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri