Posted inଖେଳ

ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ ଆର୍ଥିକ ସହାୟତା ପ୍ରଦାନ କରିବ

ନୂଆଦିଲ୍ଲୀ,୧୮।୮(ପି.ଟି.): କୋଭିଡ୍‌-୧୯ କାରଣରୁ ସମସ୍ୟାରେ ପଡିଥିବା ୬୧ଜଣ ବେରୋଜଗାର ଖେଳାଳିଙ୍କୁ ହକି ଇଣ୍ଡିଆ (ଏଚ୍‌ଆଇ) ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ୩୪ଜଣ ମହିଳା ଖେଳାଳି ସାମିଲ ରହିଛନ୍ତି। ମହାମାରୀ କାରଣରୁ ଏମାନେ ଖେଳଠାରୁ ଦୂରେଇ ରହିଥିଲେ। ଆର୍ଥିକ ସହାୟତା ଦ୍ୱାରା ଏହି ଖେଳାଳିମାନେ ପୁଣି ଥରେ କ୍ରୀଡ଼ା କାର୍ଯ୍ୟକଳାପକୁ ପ୍ରତ୍ୟାବର୍ତ୍ତନ କରିବେ ହକି ଇଣ୍ଡିଆ ତରଫରୁ କୁହାଯାଇଛି।
ଯେଉଁ ଆଥଲେଟମାନେ ଚାକିରି କରି ନାହାନ୍ତି ସେମାନେ ମହାମାରୀ ଦ୍ୱାରା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ କ୍ରୀଡ଼ା କାର୍ଯ୍ୟକଳାପରେ ଭାଗ ନେଇ ପାରୁନାହାନ୍ତି। ତେଣୁ ଏହି କଷ୍ଟକର ସମୟରେ ସେମାନଙ୍କୁ ସାହଯ୍ୟ କରିବା ପାଇଁ ପ୍ରତ୍ୟେକ ଖେଳାଳିଙ୍କୁ ୧୦,୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ମଧ୍ୟବର୍ତ୍ତୀକାଳୀନ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମ୍‌ବାମ୍‌ କହିଛନ୍ତି। ଖେଳାଳିମାନଙ୍କୁ ମୈଳିକ ଭାବେ କିଛି ସହାଯ୍ୟ କରିବା ଉଦ୍ୟେଶରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୬୧ ଜଣଙ୍କ ମଧ୍ୟରେ ସିନିୟର ଓ ଜୁନିୟର ପୁରୁଷ ସମ୍ଭାବ୍ୟ, ମହିଳା ସମ୍ଭାବ୍ୟ ଖେଳାଳି ସାମଲ ରହିଛନ୍ତି। ଏମାନଙ୍କ ମଧ୍ୟରେ ୩୦ ଜୁନିୟର ମହିଳା, ୨୬ ଜୁନିୟର ପୁରୁଷ, ୪ ସିନିୟୀର ମହିଳାଓ ଜଣେ ସିନିୟର ପୁରୁଷ ଟିମ୍‌ କୋର ପ୍ରୋବାବଲ୍‌ ରହିଛନ୍ତି। ଏହି ପଦକ୍ଷେପ ଦ୍ୱାରା ଖେଳାଳିମାନେ ପୁଣି ଥରେ ସେମାନଙ୍କ କ୍ରୀଡ଼ା କାର୍ଯକଳାପ ଆରମ୍ଭ କରିପାରିବେ, ସେମାନଙ୍କ ଆତ୍ମବିଶ୍ୱାସ ବଢିପାରିବ ଓ ସେମୋନ କ୍ରୀଡ଼ାରେ ମନୋନିବେଶ କରିପାରିବେ ବୋଲି ନିଙ୍ଗୋମ୍‌ବାମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri