Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ
ଏକାଧିକ ଗ୍ରହ ସ୍ବଗୃହୀ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ ।  ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ ।  ନିଜର ଲୋକମାନଙ୍କୁ ବୃଥା ସନ୍ଦେହ କଲେ ସମାଲୋଚିତ ହୋଇପାରନ୍ତି ।  ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ।
ବୃଷ
ବୃଷ

ଧନାଧିପ ଓ ଶନି ଷଡାଷ୍ଟକ ସ୍ଥିତି କାରଣରୁ କୌଣସି ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ ।  ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ ।  ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ ।

ମିଥୁନ
ମିଥୁନ
ଶୁକ୍ର ନକ୍ଷତ୍ରସ୍ଥ ଗୁରୁଙ୍କ ଯୋଗୁ କର୍ମକ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।  ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ସମସ୍ୟା ସମାଧାନର ରାସ୍ତା ଖୋଲିଯିବ ।  ପଡୋଶୀ କିମ୍ବା ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି ।  ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ ।
କର୍କଟ
କର୍କଟ
ଧନଭାବସ୍ଥ ବୁଧାଦିତ୍ୟ ଯୋଗରୁ ଅର୍ଥଲାଭ ସଙ୍ଗକୁ ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୌଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।  ଭାବପ୍ରବଣ ବଶତଃ ଓଲଟା କଥା କହି ସାମାଜିକ ସ୍ତରରେ ଅପଦସ୍ଥ ହେବେ ।  ସଂସାର ଯାତ୍ରା କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରି ଆମତ୍ସମୀକ୍ଷା କରିପାରନ୍ତି ।
ସି˚ହ
ସି˚ହ
ସ୍ବରାଶିସ୍ଥ ରବିଙ୍କ ଯୋଗୁ ଦୈହିକ ସୁସ୍ଥତା ସଙ୍ଗକୁ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ।  ପରିସ୍ଥିତିରେ ପଡି ହଠାତ୍‌ ବହୁତ୍‌ ଗୁଡିଏ ଟଙ୍କା ଖର୍ଚ୍ଚକରିବାକୁ ବାଧ୍ୟ ହୋଇପାରନ୍ତି ।  ଫଳତଃ ମାନସିକ ଅବସାଦ ଯୋଗୁ କୌଣସି କାମ ମଧ୍ୟ ଉତ୍ସାହପ୍ରଦ ହେବ ନାହିଁ ।  ଈର୍ଷା ପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।
କନ୍ୟା
କର୍ମସ୍ଥାନରେ ରାହୁ ଓ ଶୁକ୍ରଙ୍କ ସମ୍ବନ୍ଧରୁ ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ ।  ଅପେକ୍ଷା କରିଥିବା ଖବରଟି ବନ୍ଧୁଙ୍କ ମୁହଁରୁ ଶୁଣି ଖୁସି ହୋଇପାରନ୍ତି ।  ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ ।
ତୁଳା
ତୁଳା
ଚନ୍ଦ୍ର ଓ ବୁଧ ଲାଭଭାବରେ ରହି ଅର୍ଥ ଓ ସମ୍ମାନଲାଭ ସହ ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ କରିବେ ।  ଶୁକ୍ରଙ୍କ ପ୍ରଭାବରୁ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ ।  ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ ।  ପରିବହନରେ ସନ୍ତୋଷଜନକ ଫଳ ପାଇବେ ନାହିଁ ।  ଧର୍ମକାର୍ଯ୍ୟରେ ମନ ଦେବେ ।
ବିଛା
ବିଛା
ପୂର୍ବ ସମସ୍ୟା କେତେକାଂଶରେ ସୁଧୁରିଯିବାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ ା କଥାବାର୍ତ୍ତା ଓ ବ୍ୟବହାରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କହିବା ଭଲ ହେବ । ବହୁ ପ୍ରତୀକ୍ଷିତ ଯାତ୍ରାରେ କାର୍ଯ୍ୟସିଦ୍ଧି ହେବ ଓ ଅଭିଳଷିତ ଜିନିଷ ପାଇବେ ।  ପାରିବାରିକ ଜୀବନରେ ଭୁଲ୍‌ ବୁଝାମଣାରୁ ଅଶାନ୍ତି ସୃଷ୍ଟି ହୋଇପାରେ ।
ଧନୁ
ଧନୁ
ଶନିଙ୍କ ସ୍ଥିତି ପ୍ରଭାବରୁ ଆଶା ପୂରଣ ହେବାରେ ଜଣେ ବନ୍ଧଙ୍କୁ ସାହାଯ୍ୟ ମିଳିବ ।  ବୁଧ କର୍ମଭାବରୁ ଅଷ୍ଟମସ୍ଥ ଯୋଗୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।  ବିଚାର ନ କରି କାମ କଲେ ସମାଲୋଚିତ ହେବାକୁ ପଡିବ ।  ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ।
ମକର
ମକର

ପରିସ୍ଥିତି କ୍ରମଶଃ ସୁଧୁରିଯିବାରୁ କାମ କରିବାର ସ୍ପୃହା ଜାଗ୍ରତ ହେବ ଓ ମନୋବଳ କ୍ରମଶଃ ବୃଦ୍ଧି ପାଇବ ।  ପରିଶ୍ରମର ପାରିଶ୍ରମିକ ପାଇବେ, ଯାହାଦ୍ୱାରା କି ମନ ଖୁସୀ ହୋଇଯିବ ।  ବୁଧ ଓ ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟି ଅଭାବରୁ ଅତୀତ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।

କୁମ୍ଭ
କୁମ୍ଭ
ରାହୁଯୁକ୍ତ ଶୁକ୍ର କାରଣରୁ ପରକଥାରେ ମୁଣ୍ଡପୂରାଇଲେ ମନକୁ ଭାରାକ୍ରାନ୍ତ କରିବା ବ୍ୟତୀତ କିଛି ଲାଭ ହେବନି ।  ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ସକାଶେ ଦୌଡିବାକୁ ପଡିପାରେ ।  ଶିଳ୍ପ, ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି । ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିପାରନ୍ତି ।
ମୀନମୀନ

କର୍ମସ୍ଥାନରେ ପାପଯୁକ୍ତ ବୃହସ୍ପତି ଯୋଗୁ ଯେତେ ଭଲ କାମ କରନ୍ତୁନା କାହିଁକି ପରିବାର ମଧ୍ୟରେ ସମାଲୋଚିତ ହେବେ ।  ବାହାରୁ ଯେତିକି ଶ୍ରଦ୍ଧ,ଆଦର ପାଇବେ ନିଜ ଘରେ କିମ୍ବା ପରିବାରରେ ସେତିକି ମିଳି ନ ପାରେ ।  ବ୍ୟବସାୟରେ କ୍ଷତି, ପରିବହନରେ ଅଚଳାବସ୍ଥା ଓ ଋଣ ପରିଶୋଧ ଦୁଶ୍ଚିନ୍ତାର କାରଣ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri