୫ ମହାନଗର ନିଗମ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଅଞ୍ଚଳରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବ। ‘ନଗର ବନ’ଯୋଜନାରେ ଏଥିପାଇଁ ୧୩ କୋଟି ୮୪ଲକ୍ଷ ଟଙ୍କା ବିନିଯୋଗ ହେବ। ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭ୍‌ଡ଼େକରଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି।
ସୋମବାର ଭିଡିଓ କନ୍‌ଫରେନ୍ସରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଜାଭଡେକର ବିଭିନ୍ନ ରାଜ୍ୟର ଜଙ୍ଗଲ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜଙ୍ଗଲ ସମ୍ପଦ ବୃଦ୍ଧି, ବନୀକରଣ, ନଗର ବନ ଯୋଜନା, ବିଦ୍ୟାଳୟ ନର୍ସରୀ, ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ ଆଦି ଉପରେ ଗୁରୁତ୍ୱ ଦେଇଥିଲେ। ସେହିଭଳି ଚଳିତବର୍ଷ ପ୍ରୋଜେକ୍ଟ ଡଲ୍‌ଫିନ୍‌ ଓ ପ୍ରୋଜେକ୍ଟ ସିଂହ ସାରା ଦେଶରେ କାର୍ଯ୍ୟକାରୀ କରାଯାଇ ଏମାନଙ୍କ ବୃଦ୍ଧି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ତାଙ୍କ ସହ ଆଲୋଚନାବେଳେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଆରୁଖ କହିଥିଲେ, ଓଡ଼ିଶାରେ ୩୩.୧୫% ଜଙ୍ଗଲ ବୃଦ୍ଧି ହୋଇଛି। ବିଗତ ୨୦ବର୍ଷ ମଧ୍ୟରେ ୪,୫୮୬ ବର୍ଗ କିମି ଜଙ୍ଗଲ ବୃଦ୍ଧି ହୋଇଥିବାବେଳେ ଗତ ଦୁଇବର୍ଷରେ ଓଡ଼ିଶାର ଜଙ୍ଗଲ ପରିସୀମା ୯୨୧ବର୍ଗ କିମି ବଢ଼ିଛି। ବାତ୍ୟା, ବନ୍ୟା ଆଦି ନାନା ପ୍ରାକୃତିକ ଦୁର୍ବିପାକ ସତ୍ତ୍ୱେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ଦେଇଥିବା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଚାରା ରୋପଣ କରାଯାଇଛି।
ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୧ଲକ୍ଷ ୧୦ହଜାର ହେକ୍ଟରରେ ଜଙ୍ଗଲ ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଓଡ଼ିଶା ୧ଲକ୍ଷ ୩୦ହଜାର ହେକ୍ଟରରେ ଚାରା ରୋପଣ କରିଛି। ୧୩କୋଟି ୭୦ଲକ୍ଷ ଚାରା ଉପତ୍ାଦିତ ହୋଇ ରୋପଣ ପାଇଁ ସଂରକ୍ଷିତ ରହିଛି। ରାଜ୍ୟର ୧୦୦ଟି ବିଦ୍ୟାଳୟରେ ନର୍ସରୀ ଖୋଲାଯିବ। ଯେଉଁ ବିଦ୍ୟାଳଗୁଡ଼ିକରେ ଇକୋ-କ୍ଲବ୍‌ଗୁଡ଼ିକ ଭଲ ବୃକ୍ଷରୋପଣ କରୁଛନ୍ତି, ସେସବୁ ବିଦ୍ୟାଳୟକୁ ‘ବିଦ୍ୟାଳୟ ନର୍ସରୀ ଯୋଜନା’ ପାଇଁ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାର ଏଥିପାଇଁ ପର୍ଯ୍ୟାପ୍ତ ପାଣ୍ଠି ଦେବାପରେ ଏସବୁ ବିଦ୍ୟାଳୟ ନର୍ସରୀ ବୃକ୍ଷରୋପଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ସେହିଭଳି ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଟିମ୍ବର ଟ୍ରାନ୍ସପୋର୍ଟ ପାଇଁ ଅନ୍‌ଲାଇନ୍‌ ପର୍‌ମିଟ୍‌ ପୋର୍ଟାଲ ଲୋକାର୍ପିତ ହୋଇସାରିଛି। ଜାତୀୟ ଟ୍ରାଞ୍ଜିଟ ପାସ୍‌ ସିଷ୍ଟମ୍‌ ପୋର୍ଟାଲକୁ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରି ତା’ ସହିତ ଆମର ପୋର୍ଟାଲକୁ ସଂଯୁକ୍ତ କରାଯାଇଛି। ଏହାଦ୍ୱାରା ରାଜ୍ୟବାସୀ ନିଜ ଜମିରେ ବିଭିନ୍ନ ମୂଲ୍ୟଯୁକ୍ତ ବୃକ୍ଷ ଲଗାଇବା ପାଇଁ ଆଗ୍ରହୀ ହେବେ ଓ ସେମାନଙ୍କୁ ମଧ୍ୟ କାଟିବା ଓ ବିକ୍ରିର ଅନୁମତି ଦିଆଯାଇପାରିବ। ରାଜ୍ୟରେ ୧,୩୧୫ ମେଟ୍ରିକ ଟନ୍‌ ରକ୍ତ ଚନ୍ଦନ କାଠ ସଂରକ୍ଷିତ ରହିଛି। ଏହାକୁ ବିକ୍ରିି କରିବା ପାଇଁ କେନ୍ଦ୍ର ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ମନ୍ତ୍ରୀ ଆରୁଖ କହିଛନ୍ତି। ଅନ୍ୟପକ୍ଷରେ ବ୍ୟାପକ ଜଙ୍ଗଲ ସୃଷ୍ଟି ପାଇଁ ମହାନଦୀ ଦୁଇ ପାର୍ଶ୍ୱରେ ସମ୍ପ୍ରତି ଚାରା ରୋପଣ କାର୍ଯ୍ୟ ଜାରି ରହିଛି। ଏଥିପାଇଁ କାମ୍ପା ପାଣ୍ଠିରୁ ଆବଶ୍ୟକ ଅନୁଦାନ ପ୍ରଦାନ କରିବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri