Odisha Elections 2024

ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ ଅଫିସ,୧୮।୮: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ଏହି ବେଶ ଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ରୂପରେ, ବଡଠାକୁର ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇଥାନ୍ତି। ଶ୍ରୀଜଗନ୍ନାଥ ଦକ୍ଷିଣ ଭୁଜରେ ବଂଶୀ ଓ ବାମ ଭୁଜରେ ସୋଲ ନିର୍ମିତ ପଦ୍ମ, ବଡଠାକୁର ଡାହାଣ ଭୁଜରେ ସିଙ୍ଗା ଏବଂ ବାମ ଭୁଜରେ ସୋଲ ପଦ୍ମ ଧାରଣ କରିଥାନ୍ତି। ଶ୍ରୀଜଗନ୍ନାଥ ଓ ବଳରାମ ପଦକୁ ଛନ୍ଦି ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି। ଦେବୀ ସୁଭଦ୍ରା ଏକ ଛୋଟ ଖଟୁଳି ଉପରେ ପଦ୍ମାସନରେ ଉପବେଶନ କଲାଭଳି ରହିଥାନ୍ତି। ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ଦେବୀ ସୁଭଦ୍ରା ଚାରି ଭୁଜ ଧାରଣ କରନ୍ତି। ତଳ ଦୁଇ ଭୁଜରେ ଅଭୟ ଓ ବରଦ ମୁଦ୍ରା ଏବଂ ଉପର ଦୁଇ ଭୁଜରେ ପାଶ ଓ ଅଙ୍କୁଶ ଧାରଣ କରିଥାନ୍ତି। ଏହି ବେଶରେ ଶ୍ରୀଜଗନ୍ନାଥ ଓ ବଡଠାକୁର ଚୁଳ ଧାରଣ କରନ୍ତି। ଏଥିରେ ସୋଲ ନିର୍ମିତ କଦମ୍ବଫୁଲ, ମଲ୍ଲି କଢି ପ୍ରଭୃତି ଖଞ୍ଜାଯାଇଥାଏ। ତିନିଠାକୁର ସୋଲ ନିର୍ମିତ କିରୀଟ ପରିଧାନ କରିଥାନ୍ତି। ଶ୍ରୀବିଗ୍ରହଙ୍କ ସମ୍ମୁଖ ଭାଗରେ କାଠ ନିର୍ମିତ ଚାରୋଟି ଗାଈ ବାଛୁରୀ ସମେତ ନନ୍ଦ, ଉପନନ୍ଦ, ବସୁଦେବ, ଚତୁର୍ମୁଖ ବ୍ରହ୍ମା, ସହସ୍ରଚକ୍ଷୁ ଇନ୍ଦ୍ର, ନାରଦ, ଦେବକୀ, ଯଶୋଦା, ରୋହିଣୀ, ଗୋପୀ, ଗୋପାଳ ପ୍ରଭୃତି ରଖାଯାଇଥାଏ। ଏହି ବେଶ ଦେଖିଲେ ଗୋପୀ ଗୋପାଳଙ୍କ ସହିତ କୃଷ୍ଣ ବଳରାମ ବୃନ୍ଦାବନରେ ଲୀଳା କରୁଥିଲା ଭଳି ପ୍ରତୀୟମାନ ହୁଏ। ଏହି ବେଶରେ ମହାପ୍ରଭୁଙ୍କୁ ଖିରି ଓ ଅମାଲୁ ଭୋଗ ଅର୍ପଣ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୬ା୫(ପ୍ରଭାତ ପାଣିଗ୍ରାହୀ): ମତଦାନ କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଥିଲେ। କୌଣସି ମତଦାତା ଯେପରି ବୁଥ୍‌ ଭିତରକୁ ମୋବାଇଲ ନେଇପାରିବେ...

ଆସିପାରିଲାନି ଆମ୍ବୁଲାନ୍ସ: ଆଖିବୁଜିଲେ ପ୍ରସୂତି, ନବଜାତ ଗୁରୁତର

ଦଶପଲ୍ଲା,୨୬ା୫: ନୟାଗଡ଼ ଜିଲା ଦଶପଲ୍ଲାର ବାଣୀଗୋଚ୍ଛା ଥାନା କଣପାଜୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri