Posted inଫୁରସତ

କେକ୍‌ ଖାଉ ଖାଉ ପିଲାଟି ସହ ଘଟିଲା ଏମିତି

ସାଧାରଣତଃ ଛୋଟ ପିଲାମାନେ ଖେଳୁଥିବା ସମୟରେ କିଛିନା କିଛି ଜିନିଷ ପାଟି କିମ୍ବା ନାକରେ ପୂରାଇ ଥାନ୍ତି। ଏପରି ଏକ ଘଟଣା ନ୍ୟୁଜିଲାଣ୍ଡରେ ଘଟିଥିଲା। ଏଠାରେ ଏକ ଶିଶୁ ଖେଳୁଥିବା ସମୟରେ ନାକରେ ଏକ ଲେଗୋ ଖଣ୍ଡ ପୂରାଇ ଦେଇଥିଲେ। ଘଟଣାର ଦୁଇ ବର୍ଷ ପରେ ଏବେ ତାଙ୍କ ନାକରୁ ବାହାରି ଆସିଛି। ଆଶ୍ଚର୍ଯ୍ୟର କଥା, ସେତେବେଳେ ଡାକ୍ତରମାନେ ନାକ ଭିତରେ ସେହି ଲେଗୋ ପାଇ ନଥିଲେ।
ସାତ ବର୍ଷର ସମୀର ଅନୱାର ତାଙ୍କ ପିତାମାତାଙ୍କ ସହ ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣରେ ଥିବା ଡ୍ୟୁନିଡେନରେ ରୁହନ୍ତି। ୨୦୧୮ରେ ସମୀରଙ୍କୁ ପାଞ୍ଚ ବର୍ଷ ହୋଇଥିବାବେଳେ ତାଙ୍କ ନାକରେ ଏକ ଲେଗୋ ଖଣ୍ଡ ପୂରାଇଦେଇଥିଲେ। ସମୀରଙ୍କ ପିତା ମୁଦସିର ତାଙ୍କ ନାକରୁ ବାହାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଲେଗୋ ଖଣ୍ଡ ପାଇଲେ ନାହିଁ। ସେ ସଙ୍ଗେ ସଙ୍ଗେ ପିଲାଟି ସହିତ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଏପରିକି ଡାକ୍ତରମାନେ ଲେଗୋ ଖଣ୍ଡ ପାଇଲେ ନାହିଁ। ଶିଶୁର ଖାଦ୍ୟ ପାଇପରୁ ସେ ବାହାରକୁ ଆସିବ ବୋଲି ଡାକ୍ତର କହିଥିଲେ। ତାଙ୍କ ନାକରେ କୌଣସି ଯନ୍ତ୍ରଣା ହୋଇ ନ ଥିଲା କିମ୍ବା ଶ୍ୱାସ ନେବାରେ ତାଙ୍କର କୌଣସି ଅସୁବିଧା ନ ଥିଲା। ତେଣୁ ତାଙ୍କ ମାତାପିତା ମଧ୍ୟ ଏହି କଥା ଭୁଲିଗଲେ।
ଅଗଷ୍ଟ ୧୬ ରାତିରେ ସମୀର ଗୋଲାପୀ କପକେକ ଖାଇବାକୁ ତଳକୁ ନଇଁ ପ୍ରଥମେ ତାକୁ ଶୁଂଘିଥିଲେ। ତା’ପରେ ନାକରେ ପ୍ରବଳ ଯନ୍ତ୍ରଣା ହେଲା। ସମୀର ଏବଂ ତାଙ୍କ ମାତାପିତା ଭାବିଲେ ଯେ ବୋଧହୁଏ କେକର କିଛି ଅଂଶ ତାଙ୍କ ନାକ ଭିତରେ ପଶିଯାଇଛି। ମାତାପିତା ତାଙ୍କୁ ଜୋରରେ ଚାପ ଦେଇ ନାକରୁ ନିଶ୍ୱାସ ନେବାକୁ କହିଥିଲେ। ଏହାପରେ ସମୀର ଛିଙ୍କିଲେ, ନାକ ଭିତରୁ କଳା ରଙ୍ଗର ଲେଗୋ ଖଣ୍ଡଟି ବାହାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri