Posted inଖେଳ

ସେରେନା-ଭେନସ୍‌ ପ୍ରତିଦ୍ୱନ୍ଦ୍ୱୀତା: ୩୧ତମ ମୁକାବିଲାର ସାନ ଭଉଣୀ ବିଜୟୀ

ଲେକ୍ସିଂଟନ,୧୪।୮(ଏପି): ଆମେରିକୀୟ ମହିଳା ଟେନିସ ତାରକା ତଥା ଦୁଇ ଭଉଣୀ ସେରେନା ଓ ଭେନସ ଓ୍ବିଲିୟମ୍ସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପ୍ରତିଦ୍ୱନ୍ଦ୍ୱୀତା ବେଶ୍‌ ରୋମାଞ୍ଚକ ହୋଇଥାଏ। ଏଥିରେ ସାନ ଭଉଣୀ ସେରେନାଙ୍କ ପଲା ସବୁବେଳେ ଭାରି ରହି ଆସିଛି। ଏଠାରେ ଚାଲିଥିବା ଡବ୍ଲ୍ୟୁଟିଏ ଟପ୍‌ ସିଡ୍‌ ଓପନ୍‌ରେ ସେରେନା ଗୁରୁବାର ସେକେଣ୍ଡ ରାଉଣ୍ଡ ମ୍ୟାଚ ଅପ୍‌ରେ ଭେନସଙ୍କୁ ୩-୬, ୬-୩, ୬-୪ ସେଟରେ ପରାସ୍ତ କରିଛନ୍ତି। ଉଭୟ ପେସାଦାର ଟେନିସ୍‌ରେ ପରସ୍ପରକୁ ୩୧ତମ ମୁକାବିଲରେ ଭେଟିଥିଲେ। ଏହି ବିଜୟ ସହ ସେରେନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ସେରେନା ୟୁଏସ୍‌ ଓପନ୍‌ ପାଇଁ ତାଙ୍କ ପ୍ରସ୍ତୁତି ଜୋରଦାର କରିଛନ୍ତି। ଟପ୍‌ସିଡ୍‌ ସେରେନା ଏବେ ନିଜ ଦେଶର ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଥିବା ଶେଲବି ରୋଜର୍ସଙ୍କୁ ଭେଟିବେ।
ଦୀର୍ଘ ୨୨ବର୍ଷ ପୂର୍ବେ ଦୁଇ ଭଉଣୀ ପ୍ରଥମଥର ପାଇଁ ମୁହଁମୁହିଁ ହୋଇଥିଲେ। ଏପର୍ଯ୍ୟନ୍ତ ଉଭୟ ୩୧ଥର ପରସ୍ପରକୁ ଭେଟିଛନ୍ତି। ଏଥିରେ ସେରେନା ୧୯ଥର ବିଜୟୀ ହୋଇଥିବା ବେଳେ ଭେନସ ୧୨ଥର ବାଜି ମାରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀତାରେ ଭେନସଙ୍କଠାରୁ ସେରେନା ଆଗରେ ରହିଛନ୍ତି। ସେରେନା ଏପର୍ଯ୍ୟନ୍ତ ୨୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଆଉ ଗୋଟିଏ ଟାଇଟଲ ଜିତିଲେ ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ମହିଳା ଖେଳାଳି ମାର୍ଗରେଟ କୋର୍ଟଙ୍କର ୨୪ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ ବିଶ୍ୱରେକର୍ଡର ସମକକ୍ଷ ହେବେ। ଅନ୍ୟପଟେ ଭେନସ ମାତ୍ର ୭ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ବହୁ ପଛରେ ରହିଛନ୍ତି। ଭେନସଙ୍କୁ ୪୦ ବର୍ଷ ହୋଇଥିବା ବେଳେ ସେରେନା ଆସନ୍ତାମାସରେ ୩୯ ବର୍ଷରେ ପଦାର୍ପଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri