ଚର୍ଚ୍ଚାରେ ପୁଟିନଙ୍କ ଦୁଇ ଝିଅ

ମସ୍କୋ,୧୩ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କଠାରେ ‘ସ୍ପୁଟନିକ୍‌ ଭି’ ଭାକ୍ସିନର ପ୍ରୟୋଗ କରାଯାଇଛି। ପୁଟିନ ନିଜେ ଏହା ଦାବି କରିବା ପରେ ତାଙ୍କର କେଉଁ ଝିଅଙ୍କୁ କରୋନା ଟିକା ଦିଆଯାଇଛି ସେନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ପୁଟିନ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସାଧାରଣରେ ପ୍ରାୟତଃ ବେଶି କିଛି ପ୍ରକାଶ କରି ନ ଥାନ୍ତି। ଗଣମାଧ୍ୟମରେ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ଝଲକ ମଧ୍ୟ କମ୍‌ ଦେଖିବାକୁ ମିଳିଥାଏ।
ପୁଟିନଙ୍କର ଦୁଇ ଝିଅ ଅଛନ୍ତି। ଦୁହିଁଙ୍କ ମଧ୍ୟରୁ କାହାକୁ ଏହି ଭାକ୍ସିନ ଦିଆଯାଇଥିଲା ତାହା ପୁଟିନ ସ୍ପଷ୍ଟ କରି ନ ଥିବାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ସାନଝିଅ ୟେକାଟେରିନା ଭ୍ଲାଦିମିରୋଭ୍‌ନା ପୁଟିନାଙ୍କ ଜନ୍ମ ୧୯୮୬ରେ ହୋଇଥିଲା। କେତେକ ମିଡିଆ ରିପୋର୍ଟ ଅନୁସାରେ ସାନଝିଅ ୟେକାଟେରିନାଙ୍କୁ କୋଭିଡ୍‌-୧୯ ଭାକ୍ସିନ ଦିଆଯାଇଛି। ୨୦୧୫ରେ ୟେକାଟେରିନା ପୁଟିନା ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ମସ୍କୋରେ ହିଁ କେଟରିନା ପୁଟିନା ନାମରେ ରହୁଥିବା ଜଣାପଡ଼ିଥିଲା। ସେ ଜଣେ ଆକ୍ରୋବେଟିକ୍‌ ଡ୍ୟାନ୍ସର ଓ ଅନେକ ଚାମ୍ପିୟନଶିପ୍‌ରେ ଭାଗ ନେଇଥାନ୍ତି। ତାଙ୍କୁ ଏକ ଟିଭି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ୩୩ ବର୍ଷୀୟା ୟେକାଟେରିନାଙ୍କୁ ମସ୍କୋ ଷ୍ଟେଟ୍‌ ୟୁନିଭର୍ସିଟିରେ ଏକ ନୂଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେ ଅକେକ ବର୍ଷ ଧରି ୟୁନିଭର୍ସିଟିର ସିନିୟର ପୋଷ୍ଟରେ ଅବସ୍ଥାପିତ ଅଛନ୍ତି। ୟେକାଟେରିନା ପଦାର୍ଥ ବିଜ୍ଞାନ ଓ ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ନିଜ ବାପାଙ୍କ ସାଂଜ୍ଞା ଛାଡ଼ି ପରେ ନିଜ ନାମ କେଟରିନା ଟିଖୋନୋଭା ରଖିଥିଲେ। ୨୦୧୩ରେ ୟେକାଟେରିନା କିରିଲ ଶାମାଲୋଭ୍‌ଙ୍କୁ ବିବାହ କରିଥିଲେ। କିରିଲ ହେଉଛନ୍ତି ରୋଜିୟା ବ୍ୟାଙ୍କର ଅନ୍ୟତମ ମାଲିକ ନିକୋଲାୟ ଶାମାଲୋଭଙ୍କ ପୁଅ। କୁହାଯାଉଛି ଯେ, ନିକୋଲାୟ ହେଉଛନ୍ତି ପୁଟିନଙ୍କ ପୁରୁଣା ବନ୍ଧୁ। କିରିଲ ତୈଳ ଓ ପେଟ୍ରୋକେମିକାଲ୍ସ ଉଦ୍ୟୋଗ ସହିତ ଜଡ଼ିତ ବ୍ୟବସାୟୀ। ସେ ରୁଷିଆ ସରକାରରେ ଆର୍ଥିକ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ୨୦୧୮ରେ ଛାଡ଼ପତ୍ର ପରେ ୟେକାଟେରିନା ଓ କିରିଲ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।
ସେହିପରି ବଡ଼ଝିଅ ମାରିଆ ଭୋରାଣ୍ଟସୋଭା ପୁଟିନାଙ୍କ ଜନ୍ମ ୧୯୮୫ରେ ଲେନିନ୍‌ଗ୍ରାଦରେ ହୋଇଥିଲା। ସେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ। ସେ ମସ୍କୋର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ଭିନ୍ନ ନାମରେ ରହୁଛନ୍ତି। ମାରିଆ ଏକ ଏଣ୍ଡୋକାଇନୋଲୋଜି ସେଣ୍ଟରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରନ୍ତି ବୋଲି କେତେକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ସେ ଜଣେ ଡଚ୍‌ ନାଗରିକଙ୍କୁ ବିବାହ କରିଥିବା ଓ ତାଙ୍କର ଏକ ଝିଅ ଥିବା ନେଇ କେତେକ ରିପୋର୍ଟରେ ପୂର୍ବରୁ କୁହାଯାଇଥିଲା। ସେ ବହୁ ସମୟରେ ବିଦେଶ ଗସ୍ତ କରିଥାନ୍ତି ଓ ତାଙ୍କର ଅନେକ ୟୁରୋପୀୟ ବନ୍ଧୁ ଅଛନ୍ତି।
ପୁଟିନ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ଟିଭି ଶୋ’ରେ ନିଜର ଦୁଇଝିଅଙ୍କ ସମ୍ପର୍କରେ କେତେକ କଥା କହିଥିଲେ। ଏହାସହ ନିଜ ପରିବାର ସମ୍ପର୍କରେ ଗୋପନୀୟତା ବଜାୟ ରଖିବାକୁ ମିଡିଆକୁ ଅନୁରୋଧ କରିଥିଲେ। ପୁଟିନ କହିଥିଲେ, ଦୁଇଝିଅ ମସ୍କୋରେ ରହନ୍ତି। ଜଣେ ବିଜ୍ଞାନ ଓ ଜଣେ ଶିକ୍ଷା କ୍ଷେତ୍ର ସହ ଜଡ଼ିତ। ଉଭୟେ ରାଜନୀତିରେ କୌଣସି ପ୍ରକାର ହସ୍ତକ୍ଷେପ କରନ୍ତି ନାହିଁ। ତାଙ୍କ ଝିଅମାନଙ୍କ ପିଲାମାନେ ସାଧାରଣ ଲୋକଙ୍କ ଭଳି ସ୍ବାଭାବିକ ଜୀବନଯାପନ କରନ୍ତୁ । ପ୍ରକାଶ ଯେ, ପୁଟିନ ୧୯୮୩ ଜୁଲାଇ ୨୮ରେ ଲ୍ୟୁଡ୍‌ମିଲା ପୁଟିନଙ୍କୁ ବିବାହ କରିଥିଲେ। ୨୦୧୩-୧୪ରେ ଉଭୟେ ଅଲଗା ହୋଇଯାଇଥିଲେ। ଲ୍ୟୁଡ୍‌ମିଲା ଲାଇମ୍‌ଲାଇଟ୍‌ରୁ ଦୂରେଇ ରହିଥାନ୍ତି। ତେବେ ରୁଷିଆର ପ୍ରଥମ ମହିଳା ଭାବେ ସେ ୨୦୦୪ରେ ପୁଟିନଙ୍କ ଭାରତ ଗସ୍ତ ସମୟରେ ତାଙ୍କ ସହ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri