ଆଇପିଏଲ୍‌ ପାଇଁ ୟୁଏଇ ଯିବେ ୫୦ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ହେବ। ଏହା ପାଖାପାଖି ଅନ୍ୟ ୫୦ କ୍ରିକେଟରଙ୍କ ଲାଗି ପରୋକ୍ଷରେ ଆଶୀର୍ବାଦ ଭଳି ହୋଇ ପାରେ। ଏହି ଖେଳାଳିମାନେ ୮ଟି ଦଳର ନେଟ୍‌ ବୋଲର ଭାବେ ୟୁଏଇ ଗସ୍ତ କରିବେ। ଅତିକମ୍‌ରେ ତିନୋଟି ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ), କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ଦିଲ୍ଲୀ କ୍ୟାପିଟାଲ ନେଟ୍‌ ବୋଲରମାନଙ୍କ ଏକ ରୋଷ୍ଟର ତାଲିକା ପ୍ରସ୍ତୁତ କରିସାରିଛନ୍ତି। ତାଲିକାରେ ପ୍ରାୟତଃ ପ୍ରଥମ ଶ୍ରେଣୀ, ୧୯ ବର୍ଷରୁ କମ୍‌ ଏବଂ ୨୩ ବର୍ଷରୁ କମ୍‌ ରାଜ୍ୟସ୍ତରୀୟ କ୍ରିକେଟର ସ୍ଥାନ ପାଇଛନ୍ତି। ଏମ୍‌.ଏସ୍‌. ଧୋନୀ, ସୁରେଶ ରାଇନା, ରିଷଭ ପନ୍ତ୍‌ଙ୍କ ଭଳି ଖେଳାଳିଙ୍କୁ ବୋଲିଂ କରିବେ। ଭାରତରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ସାଧାରଣତଃ ସ୍ଥାନୀୟ ଜୁନିୟର ବୋଲରଙ୍କୁ ନେଟ୍‌ ବୋଲର ଭାବେ ବ୍ୟବହାର କରିଥାନ୍ତି। କିନ୍ତୁ ଟୁର୍ନାମେଣ୍ଟ ପାଇଁ ଜୈବ ସୁରକ୍ଷିତ ପଦକ୍ଷେପ ନିଆଯାଇଥିବାରୁ ସମସ୍ତ ଫ୍ରାଞ୍ଚାଇଜଗୁଡ଼ିକୁ ପ୍ରାକ୍ଟିସ ସେସନ ପାଇଁ କ୍ୱାଲିଟି ବୋଲର ଯୋଗାଡ଼ କରିବାକୁ ପଡ଼ିବ। ଆଇପିଏଲ୍‌ ପାଇଁ ପ୍ରତିଟି ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳି ସଂଖ୍ୟା ୨୪ରେ ସୀମିତ ରଖିବେ। ୟୁଏଇରେ ପ୍ରତିଟି ଫ୍ରାଞ୍ଚାଇଜ୍‌ ନେଟ୍‌ ବୋଲର ପାଇପାରିବେ ନାହିଁ। ସବୁ ଯଦି ଠିକ୍‌ଠାକ୍‌ ଚାଲେ ତେବେ ଯୋଜନା ମୁତାବକ ଚେନ୍ନାଇ ସୁପର କିଙ୍ଗ୍ସ ୧୦ ବଲ୍‌ ବୋଲରଙ୍କୁ ନେବା ପାଇଁ ସ୍ଥିର କରିଥିବା ଏହାର ସିଇଓ କାଶୀ ବିଶ୍ୱନାଥନ ପ୍ରକାଶ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ଇତିମଧ୍ୟରେ ସେମାନଙ୍କୁ ଏକ ୧୦ ଜଣିଆ ନେଟ୍‌ ବୋଲର ତାଲିକା ପ୍ରସ୍ତୁତ କରି ସାରିଛି। ଦିଲ୍ଲୀ କ୍ୟାପିଟାଲ ୬ଜଣ ନେଟ୍‌ ବୋଲରଙ୍କୁ ନେବା ଲାଗି ସ୍ଥିର କରିଛନ୍ତି। ରାଜସ୍ଥାନ ରୟାଲ୍ସ ଏହାର ନେଟ ବୋଲରଙ୍କ ତାଲିକା ଚୂଡ଼ାନ୍ତ କରି ନାହିଁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସେମାନଙ୍କ ନିଜସ୍ବ ଏକାଡେମୀରୁ ବୋଲର ନେଇପାରନ୍ତି। ଆରସିବି ଯଦି ପସନ୍ଦ କରେ ତେବେ ଆଦିତ୍ୟ ତାରେଙ୍କ ଭଳି ଭାରତର ପୂର୍ବତନ ୧୯ବର୍ଷରୁ କମ୍‌ କ୍ରିକେଟର ବିଶେଷ ଉପକୃତ ହୋଇ ପାରିବେ। ନେଟ ସେସନରେ ସେ ବିରାଟ କୋହଲିଙ୍କୁ ବୋଲିଂ କରିପାରିବେ। ଆଦିତ୍ୟ ଆରସିବି ଡେଭଲପମେଣ୍ଟାଲ ସ୍କ୍ବାଡ୍‌ର ସଦସ୍ୟ ରହିଛନ୍ତି। ନେଟ୍‌ ବୋଲର ତାଲିକାରେ ସ୍ପିନରମାନଙ୍କ ସଂଖ୍ୟା ମଧ୍ୟ ଭଲ ରହିବ। କାରଣ ଦୁବାଇର ମନ୍ଥର ଟ୍ରାକ୍‌ରେ ବିଶେଷ କରି ଆର୍ଦ୍ର ପରିବେଶରେ ଦଳଗୁଡ଼ିକ ଅଧିକ ସ୍ପିନ୍‌ ବୋଲର ନେବାକୁ ଚାହିଁବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri