Posted inଜାତୀୟ

ପିଲାଙ୍କୁ ବେକ ପର୍ଯ୍ୟନ୍ତ ଗାତରେ ପୋତିବା ପ୍ରଥାକୁ ନେଇ ରାଜ୍ୟସରକାରଙ୍କୁ ଏନଏଚଆରସିର ନୋଟିସ

ବେଙ୍ଗାଲୁରୁ,୧୧।୮: କର୍ନାଟକର କେତେକ ସ୍ଥାନରେ ଦିବ୍ୟାଙ୍ଗ ଶିଶୁଙ୍କୁ ସୁସ୍ଥ କରିବା ପାଇଁ ବେକ ପର୍ଯ୍ୟନ୍ତ ଏକ ଗାତରେ ପୋତିଦିଆଯିବା ନେଇ ଏକ ପ୍ରଥା ରହିଛି। ଯାହାକୁ ନେଇ ଜାତୀୟ ମାନବ ଅଧିକାର ଆୟୋଗ (NHRC) ରାଜ୍ୟ ସରକାରଙ୍କୁ ସୋମବାର ଏକ ନୋଟିସ ଜାରି କରଛନ୍ତି। ଆୟୋଗ ଉକ୍ତ ନୋଟିସରେ ଉଲ୍ଲେଖ କରିଛନ୍ତି ଯେ, ଏହି ପ୍ରଥା ଦ୍ୱାରା ଗରିବ ପିଲାମାନଙ୍କ ପ୍ରତି ଅଜବ, ଅନୈତିକ ଓ ନିଷ୍ଠୁର କାର୍ଯ୍ୟ କରାଯାଉଛି। ସେମାନଙ୍କୁ ବିଶ୍ୱାସ ନାମରେ ଅମାନୁଷିକ ବ୍ୟବହାର କରାଯାଉଛି ବୋଲି ଏନଏଚଆରସି ପକ୍ଷରୁ କୁହାଯାଇଛି। ସୂଚାଯୋଗ୍ୟ, ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ କିଛି ଦିବ୍ୟାଙ୍ଗ ପିଲାଙ୍କୁ ସୁସ୍ଥ କରିବା ପାଇଁ ଏକ ଗାତରେ ପୋତାଯାଇଥିବା ଦେଖିବାକୁ ମିଳିଥିଲା। କର୍ନାଟକର କୁଲବର୍ଗିରେ ସୂର୍ଯ୍ୟ ଗ୍ରହଣ ସମୟରେ ଭିନ୍ନକ୍ଷମ ପିଲାମାନଙ୍କୁ ବେକ ପର୍ଯ୍ୟନ୍ତ ଏକ ଗାତରେ ପୋତି ଦିଆଯିବାର ପ୍ରଥା ରହିଛି। ଯାହାଦ୍ୱାରା ସେମାନେ ସୁସ୍ଥ ହୋଇଯାଆନ୍ତି ବୋଲି ବିଶ୍ୱାସ ରହିଛି। ବିଶେଷ କରି ଏହି ପ୍ରଥା ରାଜ୍ୟର ୩ଟି ଗାଁରେ ରହିଛି। ଯଥା କୁଲବର୍ଗୀ କସବେର ତାଜ ସୁଲତାନପୁର, ଚିଞ୍ଚୋଲି ତହସିଲର ଏନୋଲି ଓ ଗଡ଼ି-ଲିଙ୍ଗଡାଲ୍ଲୀ ଗାଁରେ ରହିଛି। ତେବେ ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଏନଅଚଆରସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିସହ ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ଆୟୋଗ କର୍ନାଟକ ସରକାରଙ୍କୁ ନୋଟିସ ଜାରି କରି ବିସ୍ତୃତ ରିପୋର୍ଟ ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri