ମଙ୍ଗଳ ଅଭିମୁଖେ ତିନୋଟି ଅଭିଯାନ

ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତାକ୍ରମରେ ସୌରଜଗତର ଚତୁର୍ଥ ଗ୍ରହ। ଏହା ମଧ୍ୟ ହେଉଛି ସୌରଜଗତର ଦ୍ୱିତୀୟ କ୍ଷୁଦ୍ରତମ ଗ୍ରହ। ଏହା ପୃଷ୍ଠରେ ପ୍ରଚୁର ପରିମାଣର ଲୁହା ଅନିସାଇଡ୍‌ ଥିବାରୁ ଏହା ଆମକୁ ଲାଲ ଦେଖାଯାଏ। ଏଣୁ ଏହାକୁ ‘ଲୋହିତ ଗ୍ରହ’ ମଧ୍ୟ କୁହାଯାଏ। ପୃଥିବୀ ଭଳି ଏହାର ପୃଷ୍ଠ ମାଟି, ଗୋଡିରେ ଗଠିତ ଏବଂ ଏହାର ବାୟୁମଣ୍ଡଳ ଅଛି। ବାୟୁମଣ୍ଡଳରେ ୯୫.୩ ପ୍ରତିଶତ ଅଙ୍ଗାରକାମ୍ଳ ଏବଂ ଅବଶିଷ୍ଟ ଆରଗନ ଓ ଯବକ୍ଷାରଜାନ ଅଛି। ଏହା ସହିତ କିଞ୍ଚତ୍ତ ମାତ୍ରାରେ ଅମ୍ଳଜାନ ଓ ଜଳୀୟବାଷ୍ପ ଅଛି। ଏହାର ବାୟୁମଣ୍ଡଳୀୟ ଚାପ ବହୁତ କମ୍‌ ଏବଂ ଏଥିପାଇଁ ଏହାର ପୃଷ୍ଠରେ ଜଳ ରହିପାରେ ନାହିଁ। ମାତ୍ର ଏହାର ଦୁଇ ମେରୁ ଅଞ୍ଚଳରେ ବରଫ ଆକାରରେ ଜଳ ଅଛି। ଏହାର ପୃଷ୍ଠରେ ପୃଥିବୀ ଭଳି ନଦୀ, ଉପତ୍ୟକା, ପାହାଡ, ପର୍ବତ ଆଦି ଅଛି।
ମଙ୍ଗଳରେ ଏକ ଉନ୍ନତ ଜୀବ ସମାଜ ରହିଛି ବୋଲି ବହୁ ଦିନରୁ କଳ୍ପନା ଜଳ୍ପନା କରାଯାଉଥିଲା। ମାତ୍ର ସେଠାକୁ ମହାକାଶଯାନ ପଠାଇବା ପରେ ଜଣାପଡିଛି ଯେ ସେଠାରେ ଜୀବ ନାହିଁ। କିନ୍ତୁ ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ଯେ ସେଠାରେ ପୂର୍ବରୁ ଜଳ ଓ ଜୀବଜଗତ ଥିଲା, ମାତ୍ର ଜଳ କୌଣସି କାରଣରୁ ବାଷ୍ପୀଭୂତ ହୋଇ ଯିବା ପରେ ଜୀବଜଗତ ନିଶ୍ଚିହ୍ନ ହୋଇଯାଇଛି। ଏହାର ଅନୁସନ୍ଧାନ କରିବା ପାଇଁ ମଙ୍ଗଳକୁ ବିଭିନ୍ନ ଦେଶ ମହାକାଶଯାନ ପଠାଇବା ପାଇଁ ଆଗ୍ରହୀ ହୋଇଛନ୍ତି।
ମଙ୍ଗଳ କକ୍ଷକୁ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ୟୁରୋପୀୟ ମହାକାଶ ସଂସ୍ଥା ଓ ଭାରତ ମହାକାଶ ଯାନ ପଠାଇବାରେ ସଫଳ ହୋଇଛନ୍ତି। ଏତଦବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା ମଙ୍ଗଳ ପୃଷ୍ଠରେ ପାଞ୍ଚଟି ରୋଭର ଯାନ ଅବତରଣ କରାଇ ବିଭିନ୍ନ ପରୀକ୍ଷା କରିଛି। ବର୍ତ୍ତମାନ ମଧ୍ୟ ଏହାର କ୍ୟୁରିଓସିଟି ଓ ଇନସାଇଟ୍‌ ରୋଭର ଦ୍ୱୟ ମଙ୍ଗଳ ପୃଷ୍ଠରେ କାର୍ଯ୍ୟରତ ଅଛନ୍ତି। ଏହାବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକାର ତିନୋଟି, ୟୁରୋପୀୟ ମହାକାଶ ସଂସ୍ଥାର ଗୋଟିଏ ଓ ଭାରତର ଗୋଟିଏ ମହାକାଶଯାନ ମଙ୍ଗଳ କକ୍ଷରେ ପ୍ରଦକ୍ଷିଣ କରି ତଥ୍ୟ ସଂଗ୍ରହ କରୁଛନ୍ତି।
ଏହି ବର୍ଷ ଜୁଲାଇ ମାସରେ ୟୁନାଇଟେଡ୍‌ ଆରବ ଏମିରେଟସ, ଚାଇନା ଓ ଯୁକ୍ତରାଷ୍ଟ୍ର ଆମେରିକା ମଙ୍ଗଳ ଅଭିମୁଖେ ତିନୋଟି ଅଭିଯାନ ସଫଳ ଭାବରେ ଉତକ୍ଷେପଣ କରିଛନ୍ତି। ଜଣାପଡେ, ସତେ ଯେପରି ଏଥିପାଇଁ ଗୋଟିଏ ପ୍ରତିଯୋଗିତା ଚାଲିଛି। କିନ୍ତୁ ଏହା ନୁହେଁ। ବାସ୍ତବରେ ମଙ୍ଗଳ ଗ୍ରହକୁ ଯାନ ପଠାଇବାର ପ୍ରକୃଷ୍ଟ ସମୟ ହେଉଛି ଯେତେବେଳେ ପୃଥିବୀ ଓ ମଙ୍ଗଳ ପରସ୍ପର ନିକଟରେ ଥାଆନ୍ତି। ଏପରି ସ୍ଥିତି ପ୍ରତି ୨୬ ମାସରେ ଥରେ ଆସିଥାଏ ଏବଂ ଏହା ଗତ ଜୁଲାଇ ମାସରେ ଆସିଥିଲା। ଏହା କାହିଁକି ହୁଏ ଦେଖିବା। ପୃଥିବୀ ଓ ମଙ୍ଗଳ ସୂର୍ଯ୍ୟ ଚାରିପଟେ ଘୂରୁଛନ୍ତି ଏବଂ ଉଭୟ ପରିକ୍ରମଣ ସମୟ ହେଉଛି ଅଲଗା। ନିଜ ନିଜ କକ୍ଷ ପଥରେ ଘୂରୁ ଘୂରୁ ଯେତେବେଳେ ସୂର୍ଯ୍ୟ ଓ ମଙ୍ଗଳ ମଝିରେ ପୃଥିବୀ ଏକ ସରଳ ରେଖାରେ ରହେ, ତାକୁ ‘ଅପସଂଯୋଗ’ କୁହାଯାଏ। ଏହି ସମୟରେ ପୃଥିବୀର ଅତି ନିକଟରେ ମଙ୍ଗଳ ଥାଏ। ଏଣୁ ଏହି ସମୟରେ ମଙ୍ଗଳ ଅଭିମୁଖେ ମହାକାଶ ଯାନ ପ୍ରେରଣ କଲେ ଏହା ସେଠାରେ ପହଞ୍ଚତ୍ବା ପାଇଁ କମ୍‌ ସମୟ ନେଇଥାଏ ଏବଂ ଫଳରେ କମ ଇନ୍ଧନ ଆବ୍ୟଶକ ହୋଇଥାଏ। ଏହି ଅପସଂଯୋଗ ଗତ ଜୁଲାଇ ମାସରେ ଘଟିଥିବାରୁ ତିନୋଟି ଅଭିଯାନ ମଙ୍ଗଳ ଅଭିମୁଖେ ପ୍ରେରିତ ହୋଇଛି।
ୟୁନାଇଟେଡ୍‌ ଆରବ ଏମିରେଟସ (ୟୁଏଇ)ର ମଙ୍ଗଳ ଯାନ ‘ଅମଲ’ ବା ‘ହୋପ୍‌’ ଜୁଲାଇ ୧୯ ତାରିଖରେ ଜାପାନର ତାନୋଗାମିମା ମହାକାଶ କେନ୍ଦ୍ରରୁ ଅନ୍ତରୀକ୍ଷକୁ ପ୍ରେରିତ ହୋଇଛି। ଏହା ମଙ୍ଗଳର ବାୟୁମଣ୍ଡଳ ଓ ଜଳବାୟୁକୁ ଅନୁଧ୍ୟାନ କରିବ। ଏହା ହେଉଛି ଆରବ ଜଗତର ପ୍ରଥମ ଅନ୍ତଃଗ୍ରହ ଅଭିଯାନ। ଏହା ମଙ୍ଗଳ କକ୍ଷରେ ୨୦୨୧ ମସିହା ଫେବୃୟାରୀ ମାସରେ ପହଞ୍ଚତ୍ବ। ସୂଚନାଯୋଗ୍ୟ ଯେ ୟୁଏଇ ସେହି ବର୍ଷ ନିଜ ଦେଶ ଗଠନର ୫୦ତମ ବର୍ଷ ପୂର୍ତ୍ତି ପାଳନ କରିବ।
ଚାଇନା ଜୁଲାଇ ୨୩ରେ ନିଜର ମହାକାଶଯାନ ‘ତିଆନଓ୍ବେନ-୧’କୁ ହେଇନାନ ଦ୍ୱୀପରୁ ମଙ୍ଗଳ ଅଭିମୁଖେ ଉତକ୍ଷେପଣ କରିଛି। ଏଥିରେ ଗୋଟିଏ କକ୍ଷ ପ୍ରଦକ୍ଷିଣକାରୀ ଯାନ (ଅର୍ବିଟର), ଗୋଟିଏ ପୃଷ୍ଠ ଅବତରଣକାରୀ ଯାନ (ଲ୍ୟାଣ୍ଡର) ଏବଂ ଗୋଟିଏ ରୋଭର ଯାନ ରହିଛି। ଅର୍ବିଟର ମଙ୍ଗଳ କକ୍ଷରେ ପରିକ୍ରମଣ କରି ତଥ୍ୟ ପଠାଇବ ଏବଂ ରୋଭର ମଙ୍ଗଳ ପୃଷ୍ଠରେ ଗଠନ, ମୃତ୍ତିକା, ବାୟୁମଣ୍ଡଳ ଓ ଜଳବାୟୁକୁ ବିଶ୍ଳେଷଣ କରିବ। ୨୦୧୧ ମସିହାରେ ଚାଇନାର ପ୍ରଥମ ମଙ୍ଗଳ ଅଭିଯାନ ବିଫଳ ହେବା ପରେ ଏହା ହେଉଛି ତାହାର ଦ୍ୱିତୀୟ ଚେଷ୍ଟା।
ଯୁକ୍ତରାଷ୍ଟ୍ର ଆମେରିକା ଜୁଲାଇ ୩୦ରେ ‘ଆଟଲାସ-୫’ ରକେଟ୍‌ ସାହାଯ୍ୟରେ ‘ମାରସ୍‌ ପର୍ସିଭରାନସ’ ରୋଭର ଅଭିଯାନକୁ ଫ୍ଲୋରିଡାସ୍ଥିତ କେପ କାନାଭେରାଲ ବାୟୁସେନା ଘାଟିରୁ ଉତକ୍ଷେପଣ କରିଛି। ଏହି ଅଭିଯାନରେ ଗୋଟିଏ ରୋଭର ଓ ଗୋଟିଏ ହେଲିକପ୍ଟର ଅଛି। ଅନ୍ୟ କୌଣସି ଗ୍ରହରେ ହେଲିକପ୍ଟର ଉଡିବା ଏହା ପ୍ରଥମ ଘଟଣା ହେବ। ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଦର୍ଶନ କରାଯିବ। ଏହା ସଫଳ ହେଲେ ଆମେରିକା ତାହାର ପରବର୍ତ୍ତୀ ମଙ୍ଗଳ ଅଭିଯାନଗୁଡ଼ିକରେ ଏହାକୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହାର କରିବ। ମଙ୍ଗଳ ପୂର୍ବରୁ ଜୀବସତ୍ତା ଥିଲା କିମ୍ବା ଏବେ ମଧ୍ୟ ସୂକ୍ଷ୍ମାତିସୂକ୍ଷ୍ମ ଜୀବ ଅଛି, ତାହା ଅନୁସନ୍ଧାନ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ରୋଭର ମଙ୍ଗଳ ପୃଷ୍ଠର ଶିଳା ଓ ମୃତ୍ତିକା ନମୁନା ସଂଗ୍ରହ କରିବ ଏବଂ ଅନ୍ୟ ଏକ ଅଭିଯାନରେ ୨୦୩୧ ମସିହାରେ ଏହା ପୃଥିବୀକୁ ଆଣିବା ପାଇଁ ଯୋଜନା କରାଯାଇଛି। ଏହା ମଙ୍ଗଳ ପୃଷ୍ଠରେ ୬୮୭ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଡିଜାଇନ୍‌ କରାଯାଇଛି। ଏହା ଶରୀରରେ ୭ଟି ବୈଜ୍ଞାନିକ ଯନ୍ତ୍ରପାତି, ୧୯ଟି କ୍ୟାମେରା ଓ ଦୁଇଟି ମାଇକ୍ରୋଫୋନ୍‌ ଖଞ୍ଜା ଯାଇଛି। ମାଇକ୍ରୋଫୋନ୍‌ ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରେ ଧ୍ୱନି ରେକର୍ଡ କରିବ।
ୟୁଏଇ ଓ ଚାଇନାର ମହାକାଶ ଯାନରେ ଶକ୍ତି ଉତ୍ପାଦନ ପାଇଁ ସୌର ଫଳକ ଅଛି। କିନ୍ତୁ ଆମେରିକା ଯାନରେ ସୌରଶକ୍ତି ସହ ତାପୀୟ ବିଦ୍ୟୁତ ଜେନେରେଟର ଅଛି, ଯାହା ତେଜଷ୍କ୍ରିୟ ପ୍ଳୁଟୋନିୟମ ଧାତୁ ଦ୍ୱାରା କାର୍ଯ୍ୟ କରିଥାଏ। ରାତି ସମୟରେ କିମ୍ବା ଧୂଳି ସମୟରେ ସୌର ଫଳକ କାର୍ଯ୍ୟ କରେନାହିଁ। କିନ୍ତୁ ଜେନେରେଟର ସବୁ ସମୟରେ କାର୍ଯ୍ୟ କରିଥାଏ।
ସମସ୍ତ ତିନୋଟିଯାକ ଯାନ ଅଭିଯାନ ୪୮୩ ନିୟୁତ କିଲୋମିଟରରୁ ଅଧିକ ପଥ ଅତିକ୍ରମ କରି ପ୍ରାୟ ସାତ ମାସ ପରେ ୨୦୨୧ ମସିହା ଫେବୃୟାରୀ ମାସରେ ମଙ୍ଗଳ ଗ୍ରହରେ ପହଞ୍ଚତ୍ବ। ଭବିଷ୍ୟତରେ ମଙ୍ଗଳକୁ ମହାକାଶଚାରୀ ପଠାଇବା ପାଇଁ ଯେଉଁ ଯୋଜନା କରାଯାଇଛି, ଏହି ଅଭିଯାନଗୁଡିକର ତଥ୍ୟ ତାକୁ ସାହାଯ୍ୟ କରିବ।

ଇଂ ମାୟାଧର ସ୍ବାଇଁ
-୭୨, ଲକ୍ଷ୍ମୀବିହାର, ଫେଜ୍‌-୧ ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri