Posted inଫୁରସତ

ଗୁପ୍‌ଚୁପ୍‌ ବିକାଳିଙ୍କ ପ୍ରେମରେ ପଡ଼ିଲେ ଏହି ନାବାଳିକା: କଲେ ଏମିତି କିଛି…..

ଗୁପ୍‌ଚୁପ୍‌, ସବୁ ଝିଅମାନଙ୍କର ପସନ୍ଦ। ପ୍ରତିଦିନ ଝିଅମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ହେଲେ ସବୁଦିନ ଗୁପ୍‌ଚୁପ୍‌ ଖାଇବାକୁ ଯାଇ ଶେଷରେ ବିକାଳୀଙ୍କ ପ୍ରେମରେ ପଡ଼ିଲେ ଜଣେ ନାବାଳୀକା। ଗୁପ୍‌ଚୁପ୍‌ ବିକାଳିଙ୍କ ପ୍ରେମରେ ସେ ଏମିତି ପାଗେଳି ହୋଇଗଲେ ଯେ, ତାଙ୍କ ସହ ଘରଛାଡି ଚାଲିଯିବାକୁ ମଧ୍ୟ ପଛାଇଲେ ନାହିଁ। ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶର ମିର୍ଜାପୁର ସହରରେ।
ଝାନ୍‌ସୀର ଜଣେ ଯୁବକ ମୁର୍ଜାପୁରରେ ରହି ଗୁପ୍‌ଚୁପ୍‌ ବ୍ୟବସାୟ କରୁଥିଲେ। ହାଇସ୍କୁଲରେ ପଢ଼ୁଥିବା ଜଣେ ୧୭ ବର୍ଷର ନାବାଳିକା ପ୍ରତିଦିନ ତାଙ୍କ ପାଖକୁ ଗୁପ୍‌ଚୁପ୍‌ ଖାଇବାକୁ ଯାଉଥିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଓ ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ଏହା ପରେ ଉଭୟ ଘରୁ ଚାଲିଯିବାକୁ ନିଷ୍ପତ୍ତି ନେଲେ। ନାବାଳିକା ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ଝିଅକୁ ପାଇଲେ ନାହିଁ। ଶେଷରେ ସେମାନେ ନିକଟସ୍ଥ କଛଓ୍ବା ଥାନାରେ ଅଭିଯୋଗ ଗଲେ। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କଲା। ଗୁପ୍‌ଚୁପ୍‌ ବିକାଳି ମଧ୍ୟ ଗତ ୨ ଦିନ ହେବ ଘରେ ନ ଥିବା ପୋଲିସ ଜାଣିବାକୁ ପାଇଲା। ପରେ ପୋଲିସ ଭୟଙ୍କୁ ଯୁବକଙ୍କ ଗାଁ ଝାନ୍‌ସୀରୁ ଉଦ୍ଧାର କଲା। ଉଭୟ ପରସ୍ପରରକୁ ଭଲ ପାଉଥିବା ପୋଲିସକୁ କହିଥିଲେ। ହେଲେ ପୋଲିସ ନାବାଳିକାଙ୍କୁ ଉଦ୍ଧାକରି ପରିବାର ଲୋକଙ୍କ ହସସ୍ତାନ୍ତର କଲା ଏ ନେଇ କଛଓ୍ବା ପୋଲିସ କୌଣସି ମାମଲା ରୁଜୁ କରି ନ ଥିବା ଥାନା ଅଧିକାରୀ ସୁଭାଷ ଚନ୍ଦ୍ର ରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri