Posted inଫୁରସତ

୩ ଫୁଟ ଉଚ୍ଚତାକୁ ନେଇ ପରିହାସ କରୁଥିଲେ ଲୋକେ: ଆଇଏଏସ୍‌ ଅଫିସର ହେବା ପରେ କଲାମ କରିଥିଲେ ପ୍ରଶଂସା

ଦୃଢ଼ ଆତ୍ମବିଶ୍ୱାସ ସଫଳତାର ଚାବିକାଠି। ମନୋବଳ ଥିଲେ ମଣିଷ ଆକାଶ ଛୁଇଁପାରେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଇଏଏସ୍‌ ଅଫିସର ଆରତି ଡୋଗରା। ସେ ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର ହୋଇଥିବା ବେଳେ ଆଜିକାଲି ତାଙ୍କ ଚର୍ଚ୍ଚା ସବୁଆଡେ ହେଉଛି। କାରଣ କରୋନା କାଳରେ ସେ ଯେଉଁଭଳି ଭାବେ ଲୋକଙ୍କ ପାଇଁ କାମ କରୁଛନ୍ତି, ତାହାର ସମସ୍ତେ ପ୍ରଶଂସା କରୁଛନ୍ତି।

ଆରତୀ ପାଠପଢ଼ା ସାଙ୍ଗକୁ ଖେଳକୁଦରେ ବେଶ ଭଲ ଥିଲେ। ସେ ଘୋଡ଼ାଚଢ଼ା ଶିଖିଛନ୍ତି। ଦିଲ୍ଲୀର ପ୍ରତିଷ୍ଠିତ ଲେଡି ଶ୍ରୀରାମ କଲେଜରୁ ସେ ଇକୋନୋମିକ୍ସରେ ଗ୍ରାଜୁଏଶନ୍‌ ସାରିଛନ୍ତି। ସେ ଛାତ୍ର ରାଜନୀତି ସହ ସଶ୍ଳିଷ୍ଟ ଥିଲେ। ସେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲେ।

ଜଣେ ଆଇଏଏସ୍‌ ଅଫିସରଙ୍କଠାରୁ ପ୍ରେରଣା ପାଇ ସେ ପ୍ରଶାସନିକ ସେବାରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୬ରେ ପ୍ରଥମ ଥରରେ ହିଁ ସେ ବାଜିମାତ୍‌ କରିଥିଲେ।

ଏସବୁ ମଧ୍ୟରେ ଆରତିଙ୍କ ଆହୁରି କିଛି ସ୍ବତନ୍ତ୍ର କରିଛି, ତାହା ହେଲା ତାଙ୍କର ଉଚ୍ଚତା। ଆରତିଙ୍କ ଉଚ୍ଚତା ମାତ୍ର ୩ ଫୁଟ ୬ ଇଞ୍ଚ। ଏହାକୁ ନେଇ ତାଙ୍କୁ ଲୋକମାନେ କଟାକ୍ଷ କରୁଥିଲେ । ହେଲେ ଆଇଏଏସ୍‌ ହେବା ପରେ ସେ ଅନେକଙ୍କ ପାଇଁ ଉଦାହରଣ ପାଲଟିଥିଲେ। ତାଙ୍କୁ ନିଷ୍ଠାପର ସେବା ପାଇଁ ଅନେକ ରାଷ୍ଟ୍ରୀୟ ପୁରସ୍କାର ମିଳିସାରିଛି। ପୂର୍ବ ରାଷ୍ଟ୍ରପତି ଅବ୍‌ଦୁଲ କଲାମ ମଧ୍ୟ ତାଙ୍କ କାମର ପ୍ରଶଂସା କରିଛନ୍ତି। ଏବେ କରୋନା କାଳରେ ସେ ଉଲ୍ଲେଖନୀୟ କାମ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri