Posted inଜାତୀୟ

ଦୁଇତୃତୀୟାଂଶ ପ୍ରବାସୀ ଶ୍ରମିକ ସହରମୁହାଁ

ନୂଆଦିଲ୍ଲୀ ୪ା୮(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ କାମଧନ୍ଦା ହରାଇ ଭିଟାମାଟିକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନେ ପୁଣି କାମ ଅନ୍ବେଷଣରେ ସହରକୁ ଫେରିବା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଦକ୍ଷତା ଅନୁସାରେ କାର୍ଯ୍ୟ ମିଳୁ ନ ଥିବାରୁ ଲକ୍‌ଡାଉନ ବେଳେ ଫେରିଥିବା ଦୁଇତୃତୀୟାଂଶ ଶ୍ରମିକ ସହରକୁ ଫେରିଲେଣି କିମ୍ବା ଫେରିଯିବା ଯୋଜନାରେ ଅଛନ୍ତି। ୧୧ ରାଜ୍ୟର ୪୮ଟି ଜିଲାରୁ ୪,୮୩୫ ପରିବାରକୁ ନେଇ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି। ଉକ୍ତ ଅଧ୍ୟୟନ ଅନୁଯାୟୀ ୨୯ ପ୍ରତିଶତ ପ୍ରବାସୀ ଶ୍ରମିକ ସହରକୁ ଫେରିଗଲେଣି। ଅନ୍ୟ ୪୫ ପ୍ରତିଶତ ଫେରିଯିବା ପାଇଁ ଚାହୁଁଛନ୍ତି।
ଗ୍ରାମାଞ୍ଚଳରେ ଅନ୍‌ଲକ୍‌ କିପରି କାର୍ଯ୍ୟକାରୀ ହେଉଛି ତାହା ଉପରେ ଆଗା ଖାନ୍‌ ରୁରାଲ ସପୋର୍ଟ ପ୍ରୋଗ୍ରାମ (ଇଣ୍ଡିଆ), ଆକ୍ସନ ଫର୍‌ ସୋସିଆଲ ଆଡଭାନ୍ସମେଣ୍ଟ, ଗ୍ରାମୀଣ ସହର, ଆଇ-ସକ୍ଷମ, ପ୍ରଦାନ(ପ୍ରଫେସନାଲ ଆସିଷ୍ଟାଣ୍ଟ ଫର୍‌ ଡେଭେଲପମେଣ୍ଟ ଆକ୍ସନ), ସେବା ମନ୍ଦିର, ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ ଫାଉଣ୍ଡେଶନ ଆଦି ସଂସ୍ଥା ପକ୍ଷରୁ ମିଳିତ ଭାବେ ଏହି ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ ଯେଉଁ ପ୍ରବାସୀ ଗାଁକୁ ଫେରିଥିଲେ ସେମାନଙ୍କୁ ସେଠାରେ କେବଳ ଶ୍ରମଭିତ୍ତିକ କାର୍ଯ୍ୟ ମିଳିଥିଲା। ଗ୍ରାମାଞ୍ଚଳରେ କୌଶଳଭିତ୍ତିକ କାର୍ଯ୍ୟର ଅଭାବ ୮୦ ପ୍ରତିଶତରୁ ଅଧିକ ଅନୁଭବ କରିଥିଲେ। ଏକ ଚତୁର୍ଥାଂଶ ଦାଦନ ଏବେ ବି ଗ୍ରାମରେ କାମ ଅନ୍ବେଷଣ କରୁଥିବା ଅଧ୍ୟୟନରୁ ଜଣାପଡିଛି। ପ୍ରତି ୪ ପରିବାରରୁ ଗୋଟିଏ ପରିବାର ସେମାନଙ୍କ ତୃତୀୟ ପିଲାକୁ ସ୍କୁଲରୁ ଫେରାଇନେବାକୁ ଚିନ୍ତା କରୁଛନ୍ତି। ଗ୍ରାମୀଣ ଭାରତରେ କୋଭିଡ୍‌-୧୯ ଜନିତ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଚାଲିଥିବା ଅଧ୍ୟୟନରେ ସତର୍କ କରିଦିଆଯାଇଛି।
ଲକ୍‌ଡାଉନ ଯୋଗୁ ଲୋକମାନଙ୍କର ଆୟ ଯଥେଷ୍ଟ ହ୍ରାସ ପାଇଛି। ଫଳରେ ୪୩ ପ୍ରତିଶତ ପରିବାର ଖାଇବା କମାଇଦେଇଥିବାବେଳେ ୫୫ ପ୍ରତିଶତ ସେମାନଙ୍କ ଖାଦ୍ୟରେ ବ୍ୟଞ୍ଜନ ସଂଖ୍ୟା କମାଇଦେଇଥିବା ସର୍ଭେରୁ ଜଣାପଡିଛି। ଅନ୍‌ଲକ କାର୍ଯ୍ୟକାରୀ ହେବା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ମିଳିଯାଉଥିବାରୁ ଗରିବ ଶ୍ରେଣୀର ପରିବାର କୌଣସି ପ୍ରକାରେ ଚଳିଯାଉଛନ୍ତି। ସେମାନେ ବଜାରରୁ କିଣାକିଣି କରିବା କମାଇଦେଇଛନ୍ତି। ଆର୍ଥତ୍କ ଦୁଃସ୍ଥିତିରୁ ମୁକିଳିବା ପାଇଁ ୬ ପ୍ରତିଶତ ପରିବାର ସେମାନଙ୍କର ଘରକରଣା ସାମଗ୍ରୀ ବନ୍ଧକ ରଖିଥିବାବେଳେ ୧୫ ପ୍ରତିଶତ ସେମାନଙ୍କର ପ୍ରାଣୀ ସମ୍ପଦ ବିକ୍ରି କରିଦେଇଛନ୍ତି। ୨ ପ୍ରତିଶତ ଗୋରୁଗାଈ ବିକିଥିବାବେଳେ ଅନ୍ୟ ୨ ପ୍ରତିଶତ ଜମି ବନ୍ଧକ ରଖିଛନ୍ତି। ୧ ପ୍ରତିଶତ ସେମାନଙ୍କ ଜମି ବିକ୍ରି କରିଦେଇଛନ୍ତି। ୧୦ ପ୍ରତିଶତ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ହାତ ଉଧାରି କରିଥିବାବେଳେ ୭ ପ୍ରତିଶତ ମହାଜନଙ୍କଠାରୁ ଋଣ କରିଥିବା ସର୍ଭେରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଧରି ସ୍ବାମୀଙ୍କୁ ହଇରାଣ କରିପାରିବେନି ମହିଳା

ନୂଆଦିଲ୍ଲୀ,୮ା୫: ସ୍ବାମୀ ଓ ଶାଶୁଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ...

୯୩ ଆସନରେ ୬୨% ମତଦାନ

ନୂଆଦିଲ୍ଲୀ,୮ା୫: ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ମତଦାନ ହାର...

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା...

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri