Posted inରାଜ୍ୟ

ତାଲିମ ଅଛି, ନିଯୁକ୍ତି ନାହିଁ

ଭୁବନେଶ୍ୱର,୨।୮(ବ୍ୟୁରୋ): ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ଦକ୍ଷତା ବିକାଶ ମିଶନ ଗଠନ କରାଯାଇ ଯୁବତୀଯୁବକଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହାର ପ୍ରକୃତ ଚିତ୍ର ଏବେ ସାମ୍ନାକୁ ଆସିଛି। ୨୦୧୬-୧୭ରୁ ୨୦୧୮-୧୯ ଅର୍ଥାତ୍‌ ଗତ ୩ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମାଧ୍ୟମରେ ୬ .୫ଲକ୍ଷ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧% ଅର୍ଥାତ୍‌ ୬,୩୪୦ଜଣଙ୍କୁ ୫୨ଟି ସଂସ୍ଥା ଜରିଆରେ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ୨୦୧୪-୧୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗତ ୩ବର୍ଷରେ ୬,୧୧,୦୧୨ ଜଣ ଯୁବତୀଯୁବକଙ୍କୁ ତାଲିମ ଦିଆଯାଇଛି। ସେହିପରି ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପରିଚାଳିତ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମରେ ଗତ ୩ବର୍ଷରେ ୩୧,୮୮୮ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହିପରି ଭାବେ ପ୍ରାୟ ସାଢ଼େ ୬ଲକ୍ଷ ଯୁବତୀଯୁବକଙ୍କୁ ତାଲିମ ଦିଆଯାଇଥିଲେ ମଧ୍ୟ ସେହି ଅନୁଯାୟୀ ନିଯୁକ୍ତି ମିଳି ନ ଥିବାରୁ ଅନେକ ଯୁବତୀଯୁବକ ଏବେ ବେକାର ହୋଇ ବୁଲୁଛନ୍ତି। ଅନୁରୂପ ଭାବେ ୨୦୧୯-୨୦ ଶିକ୍ଷା ବର୍ଷରେ ବିଭିନ୍ନ ଟ୍ରେଡ୍‌ରେ ପାଖାପାଖି ଦେଢ ଲକ୍ଷ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିଯୁକ୍ତି ମିଳିନାହିଁ। ତାଲିମ ଅଧା ହୋଇଥିବାବେଳେ ମହାମାରୀ କରୋନା ଯୋଗୁ ସବୁକିଛି ଅଟକି ରହିଯାଇଛି। ସବୁଠାରୁ ବଡ଼ କଥା ହେଉଛି ଯେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକସ୍ତରରେ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ମାତ୍ର ଏହାର ଆବଶ୍ୟକ ପ୍ରଚାରପ୍ରସାର କରାଯାଉନାହିଁ। ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ବେକାର ଯୁବତୀଯୁବକ ଜାଣି ପାରୁନାହାନ୍ତି।

୨୦୧୬ରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦକ୍ଷତା ବିକାଶ ମିଶନକୁ ଇତିମଧ୍ୟରେ ୪ବର୍ଷ ପୂରିଛି। ଏହା ମାଧ୍ୟମରେ ରାଜ୍ୟରେ ଏବେ ୩୨ଟି ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ କରାଯାଇଛି। ଦକ୍ଷତା ବିକାଶ ପ୍ରଶିକ୍ଷଣ ଲାଗି ରାଜ୍ୟ ସରକାର ୬୧ଟି ଟ୍ରେନିଂ ପାର୍ଟନରଙ୍କ ସହ ହାତ ମିଳାଇଛନ୍ତି। ୧୯୬ଭିନ୍ନ ଭିନ୍ନ ଟ୍ରେଡ୍‌ ବା ବିଷୟରେ ପିଲାମାନେ ପ୍ରଶିକ୍ଷଣ ନେଉଛନ୍ତି। ଏହି ପ୍ରଶିକ୍ଷିତ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେବାଲାଗି ପ୍ଲେସ୍‌ମେଣ୍ଟ ସହ ଜଡ଼ିତ ୩୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହା ସତ୍ତ୍ୱେ ମଧ୍ୟ ନିଯୁକ୍ତି ହାର ଆବଶ୍ୟକତା ଠାରୁ ଢେର୍‌ କମ୍‌ ରହିଛି। ନିଯୁକ୍ତିଦାତାମାନେ ଏବେ ବି ଓଡ଼ିଶାକୁ ଦକ୍ଷ ମାନବ ସମ୍ବଳ ଅଭାବ ରାଜ୍ୟଭାବେ ପରିଗଣିତ କରୁଛନ୍ତି। ଅନ୍ୟପକ୍ଷରେ ୨୦୨୦ ସୁଦ୍ଧା ଭୁବନେଶ୍ୱରରେ ଓ୍ବାର୍ଲଡ୍‌ ସ୍କିଲ୍‌ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ସମ୍ପ୍ରତି ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ବେକାରିଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଏବର୍ଷ ନିଯୁକ୍ତି ସୁଯୋଗ ବହୁ ପରିମାଣରେ ପ୍ରଭାବିତ ହେବ। ଏବେ ସୁଦ୍ଧା ରାଜ୍ୟ ବାହାରରୁ ୭ ଲକ୍ଷରୁ ଅଧିକ କୁଶଳୀ ଓ ଅଣକୁଶଳୀ ଶ୍ରମିକ ଫେରିଛନ୍ତି। ସେମାନଙ୍କ ପାଇଁ ଏଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି ବଡ଼ ଆହ୍ବାନ ରହିବ। ଅପରପକ୍ଷରେ ରାଜ୍ୟ ସରକାର ଆସନ୍ତା ୨ ବର୍ଷ ପାଇଁ ନୂଆ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି। ତେଣୁ ପ୍ରତି ବର୍ଷ ଦକ୍ଷତା ବିକାଶ ତାଲିମ ନେଉଥିବା ଲକ୍ଷାଧିକ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାନ୍ଦାବସ୍ଥା ଯୋଗୁ ବେସରକାରୀ ସଂସ୍ଥାଗୁଡିକ ବି ନିଯୁକ୍ତି ପାଇଁ ଏବେଠାରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ତେଣୁ ଆଇଆଇଟି, ଡିପ୍ଲୋମା, ଡିଗ୍ରୀ ପାଠ୍ୟକ୍ରମ ଶେଷ କରୁଥିବା ପିଲାଙ୍କୁ କେଉଁଠି ଓ କିଭଳି ନିଯୁକ୍ତି ମିଳିବ ତାହା ସମସ୍ୟା ସୃଷ୍ଟି କରିଛି। ୟୁଏନ୍‌ ଓ୍ବିମେନ୍‌, ସାକ୍‌ ରୋବୋଟିକ୍ସ,କୋର୍ସେରା ଏବଂ ଟାଇମ୍‌ସ ପ୍ରୋ ଭଳି ସଂସ୍ଥା ସହ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଆଗାମୀ ଦିନରେ ଏହି ସଂସ୍ଥା ପ୍ରଶିକ୍ଷିତ ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାରେ ସହାୟକ ହେବେ ବୋଲି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଥିଲେ। ମଧୁବାବୁଙ୍କ...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri